ବାଇକକୁ ବଞ୍ଚାଇବାକୁ ଯାଇ ପୋଲ ତଳକୁ ଓଲଟିଲା ଟ୍ରକ୍, ୫ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲେ ଡ୍ରାଇଭର

ଉମରକୋଟ(କେନ୍ୟୁଜ୍):ବାଇକକୁ ବଞ୍ଚାଇବାକୁ ଯାଇ ପୋଲ ତଳକୁ ଓଲଟିଲା ଟ୍ରକ । ୫ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲେ ଟ୍ରକ ଡ୍ରାଇଭର । ନବରଙ୍ଗପୁର ଜିଲ୍ଲା ଉମରକୋଟ ଧୋଡ୍ରା ନିକଟରେ ବାଇକକୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟିଥିଲା ଟ୍ରକ ।

ହେଲପର୍‌ ଟ୍ରକରୁ ବାହାରି ଯାଇଥିଲେ ବି ଡ୍ରାଇଭର ସେଠାରେ ଫଶିଯାଇଥିଲେ । ସ୍ଥାନୀୟ ଲୋକେ ପୋଲିସକୁ ଦୁର୍ଘଟଣାର ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦମକଳବାହିନୀ କୁ ଖବର ଦେବାପରେ ଉମରକୋଟ ଓ ନବରଙ୍ଗପୁର ଦମକଳବାହିନୀର ଏକ ଟିମ୍‌ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘ ୫ ଘଣ୍ଟା ପରେ ଡ୍ରାଇଭରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ଉଭୟ ଡ୍ରାଇଭର ଓ ହେଲପର ଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.