Below header

ଖାଦ୍ୟରେ ଘିଅର ମାତ୍ରା କେତେ ହେବା ଦରକାର, ନିହାତି ଜାଣିବା ଦରକାର ନହେଲେ ହୋଇପାରେ ଅସୁବିଧା

ଘିଅର ଠିକ୍‌ ମାତ୍ରା ଖାଇଲେ ସ୍ୱାଦ ସହିତ ସ୍ୱାସ୍ଥ୍ୟର ମଧ୍ୟ ଠିକ୍‌ ରହିଥାଏ । ହେଲେ ବେଳେ ବେଳେ ଆମେ ଅଜାଣତରେ ବା ଅଜ୍ଞତାରୁ ଅଧିକ ମାତ୍ରରେ ଘିଅ ଖାଇଦେଇ ଥାଉ । ଯାହାକି ଆମର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ଜଣେ ସୁସ୍ଥ ମଣିଷ ଦିନକୁ କେତେ ମାତ୍ରାରେ ଘିଅ ଖାଇବା ଉଚିତ୍‌ ।

କଥାରେ ଅଛି ‘ଋଣ କୃତ୍ୱାଂ ଘୃତଂ ପିବେତ୍‌, ଯାବତ୍‌ ଜିବେତ୍‌ ସୁଖଂ ଜବେତ୍‌ ’ଅର୍ଥାତ୍‌ ଋଣ କରନ୍ତୁ ପଛେ ଦୈନିକ କିଛି ପରିମାଣର ଘିଅ ନିଶ୍ଚୟ ଖାଆନ୍ତୁ । ତେବେ ଜଣେ ବ୍ୟକ୍ତି କେତେ ପରିମାଣର ଘିଅ ଖାଇବା ଉଚିତ୍‌ ,ତାହା ଜାଣିବା ଜରୁରୀ । ନଚେତ୍‌ ଏହା ଭଲ ବଦଳରେ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇପାରେ ।

କେତେ ପରିମାଣର ଘିଅ ସ୍ୱାସ୍ଥ୍ୟ ପାଇଁ ହିତକାରୀ :

କିଛି ଲୋକ ଫିଗରକୁ ସ୍ଲିମ କରିବାକୁ ଖାଦ୍ୟରେ ଘିଅ ଖାଉ ନଥିଲେ । କାରଣ ଧାରଣା ଥିଲା ଯେ ଘିଅ ଖାଇବା ଦ୍ୱାରା ଓଜନ ବଢ଼ିଯିବ । ହେଲେ କିଛି ମାତ୍ରାର ଘିଅ ଶରୀର ପାଇଁ ଲାଭଦାୟକ ହୋଇଥାଏ । ହେଲେ ପ୍ରଶ୍ନ ଉଠେ ଆମେ କେତେ ପରିମାଣର ଘିଅ ଖାଇବା ଉଚିତ୍‌ । ଆସନ୍ତୁ ଜାଣିବା କ’ଣ କୁହନ୍ତି ସ୍ୱାସ୍ଥ୍ୟବିତ୍‌ ।

ghee-

କମ୍‌ ନୁହେଁ କି ଅଧିକା ନୁହେଁ :

ଘିଅର ଠିକ ମାତ୍ରା କେତେ ହେବା କହିବା କଷ୍ଟକର ହୋଇପାରେ । ତେବେ ଏତିକି କୁହାଯାଇପାରେ ଯେ ଯେତିକି ଖାଇ ପାରିବ ସେତିକି ଖାଦ୍ୟରେ ପକାଇବା ଦରକାର । ଏକ୍ସପର୍ଟଙ୍କ ମତରେ ଖାଦ୍ୟରେ ଏତିକି ଘିଅ ପକାଇବା ଦରକାର ଯାହାଦ୍ୱାରା ଖାଦ୍ୟର ସ୍ୱାଦ ବଢ଼ିବ କିନ୍ତୁ ଘିଅର ସ୍ୱାଦ ଯେପରି ନଆସେ । ସାଧାରଣତଃ ଭାତ, ଡାଲି ଓ ଖେଚୁଡିରେ ଅଳ୍ପ ଘିଅ ଲାଗୁଥିବା ବେଳେ ହାଲଓ୍ଵାରେ ଟିକେ ଅଧିକ ଘିଅ ଆବଶ୍ୟକ ପଡ଼ିଥାଏ ।

କେତେ ଚାମଚ ଘିଅ ଠିକ୍‌ :

ଯଦି ଘିଅର ମାତ୍ରା ଅନୁମାନ କରି ପାରୁ ନାହାଁନ୍ତି ତେବେ ଦିନକୁ ୩ ରୁ ୫ ଚାମଚ ଘିଅ ଖାଇପାରିବେ । କେବଳ ଗୋଟିଏ କଥା ମନେ ରଖିବା ଉଚିତ ଯେ ଏକ ସମୟରେ ସବୁ ଘିଅ ନଖାଇ ଭିନ୍ନ ମିଲରେ ଏହାକୁ ଭାଗ ଭାଗ କରି ଖାଆନ୍ତୁ । ଆପଣ ଗୋଟିଏ ଚାମଚ ଲେଖାଏଁ ଘିଅ ବ୍ରେକଫାଷ୍ଟ, ଲଞ୍ଚ ଓ ଡିନରରେ ନେଇ ପାରିବେ । ତେବେ କେବଳ ଖାଲି ଘିଅ ଖାଆନ୍ତୁ ନାହିଁ । ଏହାକୁ ଖାଦ୍ୟ ସହିତ ମିଶାଇ ଖାଆନ୍ତୁ । ଏହାଦ୍ୱାରା ଓଜନ ହ୍ରାସ ପାଇବା ସହ ଶରୀରର ଜଏଣ୍ଟ ବି ଭଲ କାମ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.