ଭିଟାମିନ୍‌ ସି ଶରୀର ପାଇଁ କେତେ ଆବଶ୍ୟକ: ଦୈନିକ କେତେ ମାତ୍ରା ଖାଇବା ଦରକାର, କରୋନା ପାଇଁ ଏହା କାମ କରେ କି ?

ନୂଆଦିଲ୍ଲୀ : ଭିଟାମିନ୍‌ ସି ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହେଉଥିବାରୁ ଏବେ କରୋନା କାଳରେ ଏହାର ବ୍ୟବହାର ବଢ଼ିଯାଇଛି । ତେବେ ଆପଣ ଜାଣନ୍ତି କି ଶରୀର ପାଇଁ ଏହାର ମାତ୍ରା କେତେ ହେବା ଦରକାର । ପ୍ରତ୍ୟେକ ଜିନିଷ ଅଧିକ ଖାଇଲେ ଏହା ଶରୀର ପାଇଁ ପ୍ରତିକୂଳ ହୋଇଥାଏ । ଅଧିକ ମାତ୍ରାରେ ଭିଟାମିନ ସି ଖାଇଲେ ପେଟ ବ୍ୟଥା, ବାନ୍ତି, ଡାଏରିଆ, ହୃଦଘାତ ଓ ମୁଣ୍ଡବିନ୍ଧା ଦେଖିବାକୁ ମିଳିଥାଏ ।

ଯଦିଓ ସ୍ଵାସ୍ଥ୍ୟ ପାଇଁ ଏହି ଭିଟାମିନର ମହତ୍ଵ ଅଧିକ ରହିଛି । ତେଣୁ କରୋନା ଭାଇରସ ମହାମାରୀ ସମୟରେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଇବା ଦିଗରେ ଭିଟାମିନ ସି ପ୍ରତି ଅଧିକ ଗୁରୁତ୍ଵାରୋପ କରାଯାଇଛି। କାରଣ ଶରୀରରେ ରୋଗ ପ୍ରତିରୋଧକ ପ୍ରଣାଳୀ ଦୁର୍ବଳ ଥିଲେ କରୋନା ସଂକ୍ରମଣ ହେବାର ଅଧିକ ବିପଦ ରହିଛି ।

ତେଣୁ ଏହି ସ୍ଥିତିରେ ଭିଟାମିନ ସିକୁ ସର୍ବଶ୍ରେଷ୍ଠ ଭିଟାମିନ କୁହାଯାଏ। ଏହା କୋଲେଜନର ଉତ୍ପାଦନ ବୃଦ୍ଧିରେ ସହାୟକ ହେବା ସହ ଆପଣଙ୍କୁ ଯୁବ ଦେଖାଇବାରେ ସାହାଯ୍ୟ କରିଥାଏ ଯାହା ଆପଣଙ୍କ ତ୍ଵଚାକୁ କୋମଳ କରିବା ସହିତ ମୁହଁରେ ଚମକ ଆଣିଥାଏ । ଏହା ସୁସ୍ଥ ରକ୍ତ ବାହକ, ହାଡ ଓ ଅସ୍ଥିକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ। ଏହା ମୁକ୍ତ କଣିକାରୁ ହେଉଥିବା କ୍ଷତିକୁ ରୋକି କ୍ୟାନସରକୁ ରୋକିବାରେ ସାହାଯ୍ୟ କରିଥାଏ।

vitamin-c

ଜଣେ ବ୍ୟକ୍ତି ପାଇଁ କେତେ ଭିଟାମିନ୍‌ ସି ଆବଶ୍ୟକ

୦ରୁ ୬ ମାସ ଶିଶୁ ପାଇଁ ୪୦ ମିଲିଗ୍ରାମ, ୭ରୁ ୧୨ ମାସ ଶିଶୁ ପାଇଁ ୫୦ ମିଲିଗ୍ରାମ, ୧ରୁ ୩ ବର୍ଷ ପାଇଁ ୧୫ ମିଲିଗ୍ରାମ, ୪ରୁ ୮ ବର୍ଷ ପାଇଁ ୨୫ ମିଲିଗ୍ରାମ,୯ରୁ ୧୩ ବର୍ଷ ପାଇଁ ୪୫ ମିଲିଗ୍ରାମ, ୧୪ରୁ ୧୮ ବର୍ଷ ପାଇଁ ୭୫ ମିଲିଗ୍ରାମ୍‌ ଓ ୧୯ ବର୍ଷରୁ ଅଧିକ ବୟସର ବ୍ୟକ୍ତଙ୍କ ପାଇଁ ୯୦ ମିଲିଗ୍ରାମ ଓ ମହିଳା ହେଲେ ୭୫ ମିଲିଗ୍ରାମ ଭିଟାମିନ୍‌ ସି ଆବଶ୍ୟକ ହୋଇଥାଏ ।

କେଉଁ ଖାଦ୍ୟରେ ଅଧିକ ଭିଟାମିନ୍ର ମାତ୍ରା ରହିଛି

କମଳା ଏବଂ କମଳା ରସ, କିୱିସ୍, ଅଙ୍ଗୁର, ଷ୍ଟ୍ରବେରି, ବ୍ରୋକୋଲି, ପାଳଙ୍ଗ,ନାଲି ଏବଂ ସବୁଜ ଲଙ୍କା ରେ ଭିଟାମିନ୍‌ ସି ଅଧିକ ମାତ୍ରାରେ ଥାଏ । ତେବେ ଅଧିକ ବିବରଣୀ ପାଇଁ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.