ଅଣ୍ଡା ଭଲ ନା ଖରାପ ଜାଣନ୍ତୁ ମାତ୍ର ୫ ସେକେଣ୍ଡରେ, ଆପଣାନ୍ତୁ ଏହି ଉପାୟ

ଅଣ୍ଡାରେ ସବୁଠାରୁ ଅଧିକ ପ୍ରୋଟୀନ ରହିଥାଏ ବୋଲି କୁହାଯାଏ। ଅଣ୍ଡାରେ ବହୁତ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇପାରେ। କିନ୍ତୁ ଏହାର ପୋଷଣକୁ ପାଇବା ପାଇଁ ଏହା ଜାଣିବା ନିହାତି ଆବଶ୍ୟକ ଯେ ଅଣ୍ଡାର କ୍ୱାଲିଟୀ କେମିତି ଏବଂ ଅଣ୍ଡା ଅଧିକ ପୁରୁଣା ନା ନାହିଁ। ଏମିତିରେ ଆଜି ଆମେ ଆପଣଙ୍କୁ ଜଣାଇବୁ ଆପଣ ଭଲ ଏବଂ ଖରାପ ଅଣ୍ଡା କେମିତି ଜାଣିବେ। ତାହାପୁଣି ମାତ୍ର କେଇ ମିନିଟରେ। ଆସନ୍ତୁ ଜାଣିବା ଏହାକୁ ଜାଣିବାର ତରିକା।

ଆଖିରେ କରନ୍ତୁ ଚେକ

ଆମେ ଜାଣିଛନ୍ତି ଯେ ବହୁତ ଲୋକ ନାକରେ ଶୁଙ୍ଘି ଅଣ୍ଡାର ଗୁଣବତ୍ତାକୁ ଜାଣିନିଅନ୍ତି। ଅଣ୍ଡାକୁ ଆଖିର ଏକଦମ୍‌ ପାଖକୁ ନେଇ ଦେଖନ୍ତୁ। ଯଦି ଏହାର ଚୋପା ପାଉଡର ଭଳି ଖସି ପଡୁଥାଏ। ତାହେଲେ ଏହା ବ୍ୟାକ୍ଟେରିଆ କାରଣରୁ ହେଉଛି ବୋଲି ଜାଣନ୍ତୁ।

eggଅଣ୍ଡାକୁ ପାଣିରେ ବୁଡାନ୍ତୁ

ଅଣ୍ଡା ତାଜା ଅଛି କି ନାହିଁ, ଏହାକୁ ଜାଣିବା ପାଇଁ ସବୁଠାରୁ ପୁରୁଣା ତରିକା ରହିଛି। ଏଥିପାଇଁ ଆପଣ ଏକ ଗ୍ଲାସ କିମ୍ବା ଡବାରେ ପାଣି ଭରି ସେଥିରେ ଅଣ୍ଡା ବୁଡାନ୍ତୁ। ଯଦି ଏହା ଭାଷିବ ତାହେଳେ ଜାଣନ୍ତୁ ଏହା ଖରାପ ଅଛି ଏବଂ ଯଦି ଅଣ୍ଡା ପାଣିରେ ବୁଡିକି ରହେ, ତାହେଲେ ଅଣ୍ଡା ତାଜା ଅଛି ବୋଲି ଜାଣନ୍ତୁ। କାହିଁକିନା ଯଦି ଅଣ୍ଡା ଅଧିକ ପୁରୁଣା ହୋଇଥାଏ ତାହେଲେ ଏହା ଭିତରକୁ ବାୟୁ ପଶିଯାଇଥାଏ। ଯେଉଁ କାରଣରୁ ଏହା ଭାଷିଥାଏ।

କ୍ୟାଣ୍ଡେଲ ବା ମହମବତି ଟେଷ୍ଟ

ଅଣ୍ଡା ତାଜା ଅଛି ନା ନାହିଁ ଦେଖିବା ପାଇଁ ଆପଣ କ୍ୟାଣ୍ଡେଲିଙ୍ଗ୍‌ ମେଥର୍ଡକୁ ଆପଣେଇପାରିବେ। ଏଥିପାଇଁ ଆପଣଙ୍କୁ ଏକ ଅନ୍ଧାରିଆ ରୁମରେ କ୍ୟାଣ୍ଡେଲ, ଟେବୁଲ ଲ୍ୟାମ୍ପ କିମ୍ବା ଫ୍ଲାସ୍‌ ଲାଇଟର ବ୍ୟବହାର କରିପାରିବେ। ଲାଇଟ ତଳେ ଆପଣଙ୍କୁ ଅଣ୍ଡାକୁ ଧରିବାକୁ ହେବ ଏବଂ ଏହାକୁ ବାମରୁ ଡାହାଣ ଆଡକୁ ବୁଲାଇବାକୁ ହେବ। ଯେତେବେଳେ ଆପଣ ଏମିତି କରିବେ ସେତେବେଳେ ଆପଣଙ୍କୁ ଅଣ୍ଡାର କିଛି ପରିବର୍ତ୍ତନ ଦେଖାଯିବ। ଯଦି ଏପରି ଦେଖାଯାଉଛି ତାହେଲେ ଜାଣନ୍ତୁ ଅଣ୍ଡା ଖରାପ ଅଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.