Below header

ନୂତନ ବର୍ଷକୁ ସ୍ୱାଗତ କରନ୍ତୁ ମୁହଁକୁ ମିଠା କରନ୍ତୁ, ଘରେ ବନାନ୍ତୁ ଟେଷ୍ଟି ଚମଚମ

ଅନେକ ମିଠା ଏମିତି ହୋଇଥାଏ ଯାହାକୁ ଦେଖିବା ଦ୍ୱାରା ହିଁ ପାଟିରୁ ଲାଳ ବାହାରିଆସିଥାଏ। ଏମିତି ହିଁ ମିଠା ହେଉଛି ଚମଚମ। ଚମଚମକୁ ଚିନି ବଦଳରେ ଗୁଡରେ ବି ବନାଇପାରିବେ। ଏହାଦ୍ୱାରା ନା କେବଳ ଟେଷ୍ଟ ବଢ଼ିଥାଏ ବରଂ ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଆସନ୍ତୁ ଜାଣିବା ଏହାକୁ କେମିତ କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ପନୀର – ୩୦୦ ଗ୍ରାମ
ମଇଦା – ୨ ଚାମଚ୍‌
ଅଳେଇଚ ପାଉଡର – ୨ ଚାମଚ
ଚିନି – ଦେଢ଼ କପ୍‌
କଣ୍ଡେସଡ୍‌ ମିଲ୍କ – ୨୦୦ ଗ୍ରାମ
ହଳଦିଆ ଖାଦ୍ୟ ରଙ୍ଗ – ଅଧାା ଚାମଚ
ପାଣି – ୪ କପ୍‌
ସଜାଇବା ପାଇଁ କଟା ପିସ୍ତା

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ଏକ ପ୍ୟାନରେ ୩ ରୁ ୪ ପାଣିକୁ ମଧ୍ୟମ ଆଞ୍ଚରେ ଗରମ କରନ୍ତୁ।
  2. ଏବେ ଏଥିରେ ଚିନି ପକାନ୍ତୁ ଏବଂ ଚିନିକୁ ପାଣିରେ ସମ୍ପୂର୍ଣ୍ଣ ଭାବେ ମେଲ୍ଟ ହେବାକୁ ଦିଅନ୍ତୁ।
  3. ଏବେ ସିରା ଗାଢ଼ ହେବା ପରେ ଏଥିରେ ହଳଦିଆ ରଙ୍ଗ ପକାଇ ଦିଅନ୍ତୁ। ଧ୍ୟାନ ରଖନ୍ତୁୁ ଚିନି ସିରା ବହୁତ ଅଧିକ ଗାଢ଼ା ହେବନାହିଁ କି ପତଳା ହେବନାହିଁ। ଏବେ ଗ୍ୟାସର ଫ୍ଲେମକୁ କମ୍‌ କରିଦିଅନ୍ତୁ।
  4. ଏକ ପାତ୍ରରେ ପନୀର ଏବଂ ମଇଦାକୁ ମିକ୍ସ କରିଦିଅନ୍ତୁ। ଭଲଭାବେ ମିକ୍ସ କରିବା ପରେ ଏହାକୁ ଛୋଟ ଛୋଟ ଗୋଲା କରି ମନପସନ୍ଦର ସେପ୍‌ କରିଦିଅନ୍ତୁ।
  5. ଏବେ ଏହି ଗୋଲାକୁ ହାଲକା ହାତରେ ଚିନି ସିରାରେ ପକାଇ ଦିଅନ୍ତୁ ଏବଂ କିଛି ସମୟ ପାଇଁ ଧିମା ଆଞ୍ଚରେ ବସାନ୍ତୁ। ଏବେ ଗ୍ୟାସ ବନ୍ଦ କରିଦିଅନ୍ତୁ।
  6. ଯେତେବେଳେ ସିରା ଥଣ୍ଡା ହୋଇଯିବ ସେତେବେଳେ ଚମଚମକୁ ସିରାକୁ ବାହାର କରିଦିଅନ୍ତୁ ଏବଂ ପ୍ଲେଟରେ ଅଲଗା କରି ରଖନ୍ତୁ।
  7. ଏବେ ଏକ ପାତ୍ରରେ କଣ୍ଡେସଡ ମିଲ୍କ ଏବଂ ଅଳେଇଚ ପାଉଡର ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଏହାକୁ ଚମଚମ ଉପରେ ଭଲଭାବେ ଲଗାଇ ଦିଅନ୍ତୁ।
  8. ଏବେ ଏହାକୁ କଟା ହୋଇଥିବା ପିସ୍ତାରେ ସଜାଇ ନିଜ ପସନ୍ଦ ଅନୁଯାୟୀ ଥଣ୍ଡା କରି କିମ୍ବା ନର୍ମାଲ ଟେମ୍ପରେଚରରେ ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.