ବିରାଟ କହିଲେ ମୋ ଝିଅ ଜନ୍ମଦିନ ମୁଁ ସାଉଥ ଆଫ୍ରିକା ଯିବିନି, ରୋହିତଙ୍କ ଅଧୀନରେ ଖେଳିବାକୁ ଚାହୁଁ ନାହାନ୍ତି କି କୋହଲି ?

ସାଉଥ ଆଫ୍ରିକା ଟୁର ପୂର୍ବରୁ ଟିମ୍‌ ଇଣ୍ଡିଆକୁ ନେଇ ବିଭିନ୍ନ ଖବର ଶୁଣିବାକୁ ମିଳୁଛି। ପ୍ରଥମେ ରୋହିତ ଶର୍ମା ଆହତ ହେବା ପରେ ଏବେ ବିରାଟ କୋହଲି ଦିନିକିଆ ସିରିଜରୁ ନିଜ ନାଁ ପ୍ରତ୍ୟାହୃତ କରିନେଇ ଥିବା ଖବର ସାମ୍ନାକୁ ଆସିଛି। ନିକଟରେ ବିସିସିଆଇ ରୋହିତଙ୍କୁ ଦିନିକିଆ ମ୍ୟାଚ ପାଇଁ କ୍ୟାପେଟନ ଚୟନ କରିଥିବା ଯୋଗୁଁ ବିରାଟ ଏପରି ନିଷ୍ପତ୍ତି ନେଇଥିବା ଖବର ଚର୍ଚ୍ଚା ଚାଲିଛି। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ମୁତାବକ, କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜରୁ ଓହରି ଯାଇଛନ୍ତି । ଟିମ୍‌ ଇଣ୍ଡିଆ ଏପର୍ଯ୍ୟନ୍ତ ଦିନିକିଆ ସିରିଜ ପାଇଁ ଘୋଷଣା ହୋଇ ନାହିଁ। ଆଉ ଯଦି ଏପରି ହୁଏ, ତେବେ ବିରାଟଙ୍କ ବିନା ଟିମ୍‌ ଇଣ୍ଡିଆ ମଇଦାନକୁ ଓହ୍ଲାଇବ।

ସୂଚନା ଥାଉକି, ବିରାଟ କୋହଲି ପୂର୍ବରୁ ଦିନିକିଆ ସିରିଜରୁ ଓହରି ଯାଇଛନ୍ତି । କୋହଲିଙ୍କ କହିବା ଅନୁଯାୟୀ ଜାନୁୟାରୀ ୧୧ରେ ଝିଅ ଭାମିକାର ଜନ୍ମଦିନ । ଏଥିପାଇଁ ସେ ନିଜ ଝିଅର ପ୍ରଥମ ଜନ୍ମଦିନକୁ ଘରେ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟେଷ୍ଟ ୧୧ ଜାନୁୟାରୀରେ ଖେଳାଯିବ । ସେଥିପାଇଁ ସେ ଖେଳ ଛାଡି ପରିବାରକୁ ସମୟ ଦେବାକୁ ଉଚିତ୍ ମନେ କରୁଛନ୍ତି ।

ବିରାଟଙ୍କୁ ଅଧିନାୟକ ପଦରୁ ହଟାଇ ରୋହିତଙ୍କୁ ଦାୟିତ୍ୱ ଦେବା ପରେ ଏପରି ହୋଇଛି । ବିରାଟ ଟି-୨୦ କ୍ୟାପେଟେନ୍ସୀ ଛାଡୁନଥିଲେ । ସେଥିପାଇଁ ସିଲେକ୍ସନ କମିଟି ବୋର୍ଡ ମିଳିତ ବୈଠକ କରି ହଟାଇବାକୁ ନିଷ୍ପତ୍ତି ନେଇଥିଲେ । ଏପଟେ ଆହତ ଜନିତ କାରଣ ଦର୍ଶାଇ ଟେଷ୍ଟର ଉପ ଅଧିନାୟକ ରୋହିତ ଶର୍ମା ୩ ସପ୍ତାହ ପାଇଁ ଖେଲିବେନି ବୋଲି ନିଷ୍ପତ୍ତି ନେଇଛନ୍ତି । ରୋହିତଙ୍କ ବଦଳରେ ଗୁଜରାଟ ବ୍ୟାଟର ପ୍ରିୟଙ୍କ ପାଞ୍ଚାଲଙ୍କୁ ସାମିଲ କରାଯାଇଛି । ମୁମ୍ବାଇରେ ଅଭ୍ୟାସ ସମୟରେ ରୋହିତଙ୍କୁ ଆଘାତ ଲାଗିଥିଲା । ରୋହିତଙ୍କ ବାମଗୋଡ଼ ମାଂସପେଶୀରେ ଆଘାତ ଲାଗିଛି ।

ଏବେ ପ୍ରଶ୍ନ ଆସୁଛି କି, ବିରାଟ କାହିଁକି ଏମିତି ପଦକ୍ଷେପ ନେଉଛନ୍ତି। ଆଉ ବିରାଟଙ୍କ ଏପରି ପଦକ୍ଷେପ ବିସିସିଆଇ ପାଇଁ ମୁସ୍କିଲ ବଢିବାରେ ଲାଗିଛି। ଏପଟେ ନୂଆ ନିଯୁକ୍ତ ହୋଇଥିବା ରୋହିତ ଆଘାତ କାରଣରୁ ଟେଷ୍ଟ ସିରିଜରୁ ବାଦ୍‌ ପଡିଛନ୍ତି। ଆଉ କୁହାଯାଉଛି କି, ରୋହିତ ଦିନିକିଆ ସିରିଜ ମଧ୍ୟ ଖେଳିପାରିବେ ନାହିଁ। ଯଦି ବିରାଟ ଏବଂ ରୋହିତ ଦିନିକିଆ ସିରିଜରୁ ବାଦ୍‌ ପଡନ୍ତି, ତେବେ କ୍ୟାପଟେନ କିଏ ହେବ ? ବିରାଟଙ୍କ ପାଖରୁ ଦାୟିତ୍ୱ ଯିବା ପରେ ହୁଏତ ସେ ଆଉ ଅଧିନାୟକ ଦାୟିତ୍ୱ ହେବାକୁ ଇଚ୍ଛୁକ ନୁହନ୍ତି।

rohit

ଯଦିଓ ଏଇ ନିକଟରେ ରୋହିତ ଶର୍ମା ଟୁଇଟ୍‌ କରି କହିଥିଲେ କି ଲୋକେ କଣ କହୁଛନ୍ତି ଆମର ସେଥିରେ କିଛି ଯାଏଆସେ ନାହିଁ । କୋହଲି ଓ ମୁଁ ଆମେ ଆମ କ୍ୟାରିୟର ଓ ଖେଳକୁ ବେଶ୍‌ ମଜାଦାର ଢଙ୍ଗରେ ଉପଭୋଗ କରୁଛୁ । ଅର୍ଥାତ ପରୋକ୍ଷରେ ରୋହିତ କହିଛନ୍ତି ଯେ କୋହଲି ଓ ତାଙ୍କ ଭିତରେ କିଛି ଖରାପ ସମ୍ପର୍କ ନାହିଁ । ଆଉ ଦକ୍ଷିଣ ଆଫ୍ରିକା ଗସ୍ତରୁ କୋହଲି ଓହରିବା ବେଳକୁ ରୋହିତ ଆହତ ହେବା ଘଟଣାକୁ ନେଇ ଏବେ କେତେ କଣ ଚର୍ଚ୍ଚା ଚାଲିଛି । ଆଲୋଚନାରେ ଏକଥା ବି ଉଠୁଛି, ଏସବୁ ସେଇ ଗୋଟିଏ କାରଣ ମାନେ କୋହଲିଙ୍କୁ ଅଧିନାୟକ ପଦରୁ ହଟା ଯିବା ଯୋଗୁଁ ହେଉ ନାହିଁ ତ ?

ଅବଶ୍ୟ ଭାରତୀୟ ଦଳର ବେଞ୍ଚ ଷ୍ଟ୍ରେନ୍ଥ ଯେମିତି ଅଛି ସେଥିରେ ଜଣେ ଦୁଇ ଜଣ କଣ ଚାରି ଚାରି ଜଣ ଖେଳାଳି ଓହରି ଗଲେ ବି କିଛି ଅସୁବିଧା ହେବ ନାହିଁ । ଏହା ଭିତରେ ବିସିସିଆଇ କହି ସାରିଲାଣି କି ଦିନିକିଆ ସିରିଜ୍‌ ବେଳକୁ ରୋହିତ ସୁସ୍ଥ ହୋଇ ସାରିଥିବେ । ହେଲେ ଦଳକୁ ନେତୃତ୍ୱ ଦେବା ଭଳି ଖେଳାଳି ନିଶ୍ଚିତ ଭାବେ କମ୍‌ ଅଛନ୍ତି । ତେଣୁ ଏବେ ଦେଖିବାର କଥା ଆଗକୁ ଏ ଘଟଣା କି ମୋଡ଼ ନେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.