ଠିକାଦାରଙ୍କୁ ବଟି ମାଗିବା ପଡିଲା ମହଙ୍ଗା: ୱେବ୍ ପୋର୍ଟାଲ ସାମ୍ବାଦିକା ଗିରଫ

ଉମରକୋଟ(କେନ୍ଯୁଜ୍): ଠିକାଦାରଙ୍କୁ ଜୋର ଜବରଦସ୍ତ ବଟି ମାଗିବା ଏବଂ ତାଙ୍କ ସ୍ତ୍ରୀଙ୍କୁ ଫୋନ୍ ଯୋଗେ ଜାତିଆଣ ଆକ୍ଷେପ କରିବା ମହଙ୍ଗା ପଡିଲା ସାମ୍ବାଦିକାଙ୍କୁ । ନବରଙ୍ଗପୁର ଜିଲ୍ଲା ରାଇଘର ପୋଲିସ ଜଣେ ସାମ୍ବାଦିକାଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ମାମୁନି ଚକ୍ରବର୍ତ୍ତୀ ନାମକ ଜଣେ ସାମ୍ବାଦିକା ପ୍ରତିଜ୍ଞା ଟିଭି ନାମକ ୱେବ ପୋର୍ଟାଲରେ ରିପୋର୍ଟର ଭାବେ କାମ କରନ୍ତି। ରାଇଘର ଗୋନା ଅଞ୍ଚଳର ଜଗନ୍ନାଥ ନାୟକ ନାମକ ଜଣେ ଠିକାଦାରଙ୍କୁ ସେ ଜୋର ଜବରଦସ୍ତ ୧୦ ହଜାର ଟଙ୍କା ବଟି ମାଗିଥିଲେ । ତାହା ସହ ୧୦ ତାରିଖ ସନ୍ଧ୍ୟାରେ ଠିକାଦାର ମୋବାଇଲ ଚାର୍ଜରେ ବସାଇ ବାହାରକୁ ଯାଇଥିବା ସମୟରେ ମାମୁନି ଠିକାଦାରଙ୍କ ମୋବାଇଲକୁ ଫୋନ କରିଥିଲେ। ସେହି ସମୟରେ ଠିକାଦାରଙ୍କ ସ୍ତ୍ରୀ ସୁମିତ୍ରା ନାୟକ ଫୋନ ଉଠାଇଥିଲେ ଏବଂ ଜଗନ୍ନାଥ ଘରେ ନଥିବା ଜଣାଇଥିଲେ।

ଏହା ପରେ ସୁମିତ୍ରାଙ୍କୁ ଦଶ ହଜାର ଦାଦି କରି ଜାତିଆଣ ଆକ୍ଷେପ କରିଥିଲେ ମାମୁନି। ଏହାକୁ ନେଇ ସୁମିତ୍ରା ଗତ ୧୩ ତାରିଖ ଦିନ ରାଇଘର ଥାନାରେ ଏକ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ଆଜି ରାଇଘରରୁ ଜଣଙ୍କ ଘରେ ଆତ୍ମଗୋପନ କରିଥିବା ସାମ୍ବାଦିକାଙ୍କୁ ଉମରକୋଟ SDPO ଦିନେଶ ନାୟକ ଙ୍କ ନେତୃତ୍ୱ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନା ଥାଉକି,  ଗତ କିଛି ଦିନ ତଳେ ଏହି ପରି ୩୫୦୦୦ଟଙ୍କା ବଟି ଆଦାୟ କରି ଉମରକୋଟର ତିନି ସାମ୍ବାଦିକ ଗିରଫ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.