ନୂଆ ବର୍ଷରେ ଉପହାର ଦେଇ ପାରନ୍ତି କେନ୍ଦ୍ର ସରକାର! ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ବେତନ ବୃଦ୍ଧିର ଲାଭ ପାଇ ପାରିବେ କର୍ମଚାରୀ

କେନ୍ଦ୍ରୀୟ କର୍ମଚାରୀଙ୍କୁ ନୂତନ ବର୍ଷରେ ସରକାର ଏକ ବଡ଼ ଉପହାର ଦେଇ ପାରନ୍ତି। ସପ୍ତମ ବେତନ କମିଶନ ନୂତନ ବର୍ଷ ୨୦୨୨ ଆରମ୍ଭରେ କର୍ମଚାରୀଙ୍କ ଦରମାରେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରି ପାରନ୍ତି। ସୂଚନା ଅନୁସାରେ, କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ପାଇଁ ପୁଣି ଥରେ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି। ଯଦି ଏମିତି ହୁଏ, ତା’ ହେଲେ କର୍ମଚାରୀମାନଙ୍କ ଦରମାରେ ଏକ ବଡ଼ ଲାଭ ଆଶା କରାଯାଇ ପାରେ। ରିପୋର୍ଟ ମୁତାବକ, କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ଏଥର ସେମାନଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତର ବୃଦ୍ଧି ପାଇବେ।

କାହିଁକି ଦିଆଯାଉଛି ମହଙ୍ଗା ଭତ୍ତା

ମହଙ୍ଗା ଭତ୍ତା ବା ଡିଏ (Dearness Allowance) ହେଉଛି ସରକାରଙ୍କ ଦ୍ୱାରା ଗୋଟିଏ ହିଁ କ୍ଷେତ୍ରରେ କାମ କରୁଥିବା ସରକାରୀ କର୍ମଚାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦିଆ ଯାଉଥିବା ମହଙ୍ଗା ସହାୟତା ଭତ୍ତା। ଏହା ସରକାରୀ କର୍ମଚାରୀମାନଙ୍କୁ ଦିଆଯାଇଥାଏ। ଅଧିକାଂଶ କର୍ମଚାରୀମାନଙ୍କୁ ମୁଦ୍ରାସ୍ଫୀତିର ପ୍ରଭାବରୁ ବର୍ତ୍ତିବାରେ ସହାୟତା ପାଇଁ ମହଙ୍ଗା ଭତ୍ତା ଦିଆଯାଇଥାଏ। ଡିଏ କେବଳ ଭାରତରେ ନୁହେଁ, ବରଂ ବାଂଲାଦେଶ ଏବଂ ପାକିସ୍ତାନରେ ମଧ୍ୟ ପ୍ରଦାନ କରାଯାଇଥାଏ।

ଏହି କାରଣରୁ ବଢ଼ିପାରେ ମହଙ୍ଗା ଭତ୍ତା

ଗତ ଜୁଲାଇରୁ ଲାଗୁ ହୋଇଥିବା ୩୧ ପ୍ରତିଶତ ମହଙ୍ଗା ଭତ୍ତା ପରେ ଏବେ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ନୂତନ ବର୍ଷରେ ବି ୩ ପ୍ରତିଶତ ମହଙ୍ଗା ଭତ୍ତା ବଢ଼ିବାର ଆଶା ରହିଛି। ରିପୋର୍ଟରେ ଦର୍ଶାଯାଇଛି କି, ସରକାର ସାଧାରଣତଃ ଜାନୁଆରୀ ଏବଂ ଜୁଲାଇରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ବର୍ଷରେ ଦୁଇ ଥର ବଢ଼ାଇ ଥାଆନ୍ତି। ଏହି କାରଣରୁ ନୂତନ ବର୍ଷରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବୃଦ୍ଧି କରାଯାଇ ପାରେ। ଯଦି ଏମିତି ହୁଏ, ତା’ ହେଲେ ଅଧିକାରୀମାନଙ୍କ ବେତନରେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିବ।

କୋଭିଡ କାରଣରୁ ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି କରାଯାଇ ନ ଥିଲା, କିନ୍ତୁ ଜୁଲାଇ ଏବଂ ଅକ୍ଟୋବରରେ ମହଙ୍ଗା ଭତ୍ତା ବଢ଼ା ଯାଇଥିଲା। ତେବେ ଏହି ପରିପ୍ରେକ୍ଷୀରେ ଧ୍ୟାନ ଦେବା କଥା ଯେ ସରକାର ଆଶା କରାଯାଉଥିବା ବୃଦ୍ଧି ବିଷୟରେ କୌଣସି ଘୋଷଣା କରି ନାହାନ୍ତି କିମ୍ବା ଏହାର କୌଣସି ଅଫିସିଆଲ ନିଶ୍ଚିତକରଣ ମଧ୍ୟ କରାଯାଇ ନାହିଁ। ରିପୋର୍ଟ ମୁତାବକ, କେନ୍ଦ୍ର ସରକାରଙ୍କ ଦ୍ୱାରା HRA ମଧ୍ୟ ବଢ଼ା ଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.