Below header

ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ: ପୋଲିସ୍ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଗଳା କାଟି ହତ୍ୟା

ମାଲକାନଗିରି(କେନ୍ଯୁଜ୍): ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରେ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା କରିଛନ୍ତି ଲାଲ୍‌ବାହିନୀ।

ଏରାବର ନିକଟରେ ମାଓବାଦୀମାନେ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ମାଓ ପୋଷ୍ଟର ଛାଡି ଯାଇଛନ୍ତି। ଏହି ଘଟଣା ପାଇଁ କଣ୍ଟା ଏରିଆ କମିଟି ମାଓ ସଙ୍ଗଠନ ନିଜକୁ ଦାୟୀ କରିଛି। ଏନେଇ ସୁକ୍‌ମା ଏସ୍‌ପି ସୁନୀଲ ଶର୍ମା ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.