ଆଜି ଚାଖନ୍ତୁ ପନିରର ଏକ ନୂଆ ଆଇଟମ, ପ୍ରସ୍ତୁତ କରି ଖାଆନ୍ତୁ “ପନିର ଖିରି”

ଆମେ ସାଧାରଣତଃ ପନିରରେ ପନିର ତରକାରୀ କିମ୍ବା ଚି଼ଲ୍ଲୀ ପନିର ପ୍ରସ୍ତୁତ କରି ଖାଇଥାଉ । ବିବାହ ଭୋଜି ଆଦିରେ କଡ଼ାଇ ପନିର, ପନିର ବଟର ମସଲା, ପାଳଙ୍ଗ ପନିର ଆଦି ପ୍ରସ୍ତୁତ ହୋଇଥାଏ । କିନ୍ତୁ କେବେ ଭାବିଛନ୍ତି ଏଥିରେ ଆପଣ ସ୍ୱାଦିଷ୍ଟ ଖିରି ପ୍ରସ୍ତୁତ କରି ଖାଇପାରିବେ । ପନିର ଖିରି ବେଙ୍ଗଲୀ ମାନଙ୍କର ଏକ ପ୍ରଚଳିତ ଖାଦ୍ୟ । ତେବେ ଆସନ୍ତୁ ଏହି ସ୍ୱାଦିଷ୍ଟ ଖିରି ବାବଦରେ ଜାଣି ରଖିବା ।

ଆବଶ୍ୟକୀୟ ସାମଗ୍ରୀ:

1. ୩ ଲିଟର କ୍ଷୀର

2. ଅଧା କପ ଚିନି

3. କିଛି ଗୁଜୁରାତି ଗୁଣ୍ଡ

paneer kheer

4. ୧୨ ଟା ବାଦାମ ଗୁଣ୍ଡ

5. ଗୋଟେ ଚୁଟକୀ କେଶର

6. ୨ ଚାମଚ ଲେମ୍ବୁ ରସ

କେମିତି କରିବେ ପ୍ରସ୍ତୁତ:

ଚୁଳିରେ ଏକ ପ୍ୟାନ ବସାଇ କ୍ଷୀର ଗରମ କରନ୍ତୁ । ଏହା ଅଧା ପରିମାଣକୁ ଆସିବା ପର୍ଯ୍ୟନ୍ତ ଫୁଟାନ୍ତୁ । ଆଉ ଏକ ପାତ୍ରରେ ବଳକା କ୍ଷୀର ଗରମ କରି ଛେନା ଛିଡାଇ ଦିଅନ୍ତୁ । ଏବେ ଏହି ଛେନାକୁ ଏକ ପତଳା କପଡାରେ ଚିପୁଡ଼ି ପାଣି ବାହାର କରି ଦିଅନ୍ତୁ । ପାଣି ଗଡ଼ିଗଲା ପରେ ପନିର ବସିଯିବ । ସେପଟେ କ୍ଷୀର ଫୁଟି ଫୁଟି ଅଧା ହୋଇଗଲା ପରେ ସେଥିରେ ଚିନି ଆଉ କେଶର ମିଶାଇ ଦିଅନ୍ତୁ । ଏବେ ଆଉ ଟିକେ ଫୁଟାନ୍ତୁ । ଏବେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ପନିରକୁ ଫୁଟାଯାଇଥିବା କ୍ଷୀରରେ ପକାନ୍ତୁ । ଏବେ ଏଥିରେ ଗୁଜୁରାତି ଗୁଣ୍ଡ ପକାନ୍ତୁ ଆଉ ଚୁଲିରୁ ଓଲ୍ହାଇ ଦିଅନ୍ତୁ । ଏବେ ଏହି ଖିରିକୁ ଏକ ସର୍ଭିଙ୍ଗ ବାଉଲରେ ଓଜାଡି ଗୁଣ୍ଡ ନଟ୍ସ ଆଦି ଦେଇ ସଜେଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଟେଷ୍ଟି ପନିର ଖିରି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.