Below header

ମା’ଙ୍କ ଆଶା ପୂରଣ କଲେ କୃଷ୍ଣ ଚନ୍ଦ୍ର: ମୃତ ହାତୀର ସ୍ମୃତୀରେ ନିଜ ଜମିରେ ନିର୍ମାଣ କଲେ ମିନାର

କେନ୍ଦୁଝର: ଅନେକ ସମୟରେ ମଣିଷ ଓ ପଶୁଙ୍କ ଭିତରେ ଲାଗିଥାଏ ଘମାଘୋଟ ଲଢେଇ । କହିବା ଗଲେ ବିଶେଷ ଭାବେ ଅନେକ ସ୍ଥାନରେ ହାତୀ ଓ ମଣିଷ ଭିତରେ ସ୍ରୁଷ୍ଟି ହୋଇଥାଏ ମୁହାଁମୁହିଁ ପରିସ୍ଥିତି। ଏ ସବୁ ଭିତରେ କେତେବେଳେ ହାତୀ ତ ଆଉ କେତେବେଳେ ମଣିଷ ମୃତ୍ୟୁ ମୁଖରେ ପଡିଥାଏ । ହେଲେ କେନ୍ଦୁଝରର ଏପରି ଏକ ଗାଁ ଯେଉଁଠି ହାତୀର ବିଦ୍ୟୁତ ଆଘାତରେ ମୃତ୍ୟୁ ହେବା ପରେ ତା ସ୍ମୃତୀରେ ନିର୍ମାଣ ହୋଇଛି ଏକ ହାତୀ ମିନାର । ଆପଣ ଆଶ୍ଚର୍ଯ୍ଯ ହେଉଥିଲେ ବି ଏହା ସତ।

elephantକେନ୍ଦୁଝର ଜିଲ୍ଲାର ଜାଲି ଗାଁ । ଗାଁ ନିକସ୍ଥ ଚମ୍ପୁଆ ରେଞ୍ଜରେ ପ୍ରତିବର୍ଷ ଶହ ଶହ ହାତୀ ଏଣେ ତେଣେ ଘୁରି ବୁଲିବା ସହ ବ୍ୟାପକ ଚାଷ ନଷ୍ଟ କରି ଦେଇଥାନ୍ତି । ଅନେକ ଘର ଦ୍ୱାର ଭାଙ୍ଗି ପକାଇଥାନ୍ତି । ତଥାପି ଲୋକଙ୍କ ମନରେ ଦୁଃଖ ନଥାଏ। ୨୦୦୯ ମସିହାରେ ଜାଲି ଗାଁରେ ଏକ ଦନ୍ତା ହାତୀ ବିଦ୍ୟୁତ ସଂସ୍ପର୍ଷରେ ଆସି ମୃତ୍ୟୁ ବରଣ କରିଥିଲା । ହାତୀର ମୃତ୍ୟୁ ଖବର ପାଇ ଲୋକଙ୍କ ଭିଡ ଲାଗିଥିଲା । ଖାଲି ସେତିକି ନୁହେଁ ମହିଳା ମାନେ କେହି କେହି ଲକ୍ଷ୍ମୀ ମାଙ୍କ ବାହାନ ଭାବି ପୁଜାର୍ଚ୍ଚନା ମଧ୍ୟ କରିଥିଲେ । ହେଲେ ହାତୀ ଟି ଯେଉଁ ଯାଗାରେ ମରିଥିଲା ତାହା ଥିଲା ଉକ୍ତ ଗାଁର ଶିକ୍ଷକ କୃଷ୍ଣ ଚନ୍ଦ୍ର ନାୟକଙ୍କ କ୍ଷେତ ।

ଏ ପରି ସ୍ଥଳେ ହାତୀର ମୃତ୍ୟୁରେ କୃଷ୍ଣ ଚନ୍ଦ୍ରଙ୍କ ମା ପଦ୍ମିନୀ ୩ ଦିନ ପର୍ଯ୍ୟନ୍ତ ଦୁଃଖରେ କିଛି ଖାଦ୍ୟ ମଧ୍ୟ ଗ୍ରହଣ କରିନଥିଲେ । ହାତୀ ର ସ୍ମୃତି ପାଇଁ ପୁଅକୁ କିଛି କରିବାକୁ କହିଥିଲେ । ହେଲେ ନିଜ ଅଭିଳାଶ ପୂରଣ ପୂର୍ବରୁ ସେ ଅଆର ପାରିକୁ ଚାଲିଯାଇଥିଲେ । ହେଲେ ମାଙ୍କ ଅଭିଳାଷ ପୂରଣ ପାଇଁ କୃଷ୍ଣ ଚନ୍ଦ୍ର ଅଣ୍ଟା ଭିଡିଲେ । ଆଉ ସାକାର କଲେ ମା କରିଥିବା ଆଶା ।

elephant minarକୃଷ୍ଣ ଚନ୍ଦ୍ର ହାତୀ ମରିଥିବା ସେହି ୫ ଏକର ନିଜ ଯାଗାରେ ଏକ ହାତୀ ସ୍ମୃତୀ ମୀନାର ନିର୍ମାଣର ପରିକଳ୍ପନା କଲେ । ଆଉ ଗାଁ ଲୋକେଙ୍କ ସହାୟତାରେ ଏଠାରେ ନିର୍ମାଣ କଲେ ଏକ ମିନାର । ସତ କହିବାକୁ ଗଲେ, ଆମ ଦେଶରେ କିଏ ସ୍ମୃତିରେ ତାଜ ମହଲ ନିର୍ମାଣ କରିଛନ୍ତି ତ ଆଉ କିଏ କୁତବ ମିନାର । ହେଲେ ଏଠି ଏକ ଦନ୍ତା ହାତୀର ସ୍ମୃତିରେ ନିର୍ମାଣ ହୋଇଛି ମୀନାର । କେବଳ ଏତିକି ନୁହଁ ଏହି ୫ ଏକର ଯାଗାରେ ଲଗାଯାଇଛି ଅନେକ ପ୍ରକାର ମୂଲ୍ୟବାନ ଗଛ । ଯାହାକି ଏକ ସୁସ୍ଥ ସମାଜ ଗଠନ ପାଇଁ ଅନେକ ପ୍ରେରଣା ଯୋଗାଇବ ନିଶ୍ଚୟ ।

କେନ୍ଦୁଝରରୁ ଅକ୍ଷୟ ପାଢୀଙ୍କ ରିପୋର୍ଟ , କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.