ଆନନ୍ଦ ମହିନ୍ଦ୍ରା ଟିମ୍ ଇଣ୍ଡିଆର ୬ ଖେଳାଳିଙ୍କୁ ଦେବେ ବିଶେଷ ଉପହାର, ଟ୍ବିଟ୍ କରି କଲେ ଘୋଷଣା

ଦେଶର ବଡ ବିଜନେସମ୍ଯାନ ଆନନ୍ଦ ମହିନ୍ଦ୍ରା ସବୁବେଳେ କିଛି ନା କିଛି କାରଣ ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡଆରେ ବେଶ୍ ଆକ୍ଟିଭ ରୁହନ୍ତି ମଧ୍ୟ। ଶନିବାର ଦିନ ଏକ ଟ୍ବିଟରରେ ଏକ ଭିଡିଓ ସେୟାର କରି ବଡ ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ ପରେ ନିଜ ଜନ୍ମମାଟିକୁ ଫେରିଆସିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଖେଳାଳି। ଏବେ ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ୬ ଜଣ ଖେଳାଳିଙ୍କ ପାଇଁ ବିଶେଷ ଉପହାର ଘୋଷଣା କରିଛନ୍ତି।

ସେ ଟିମ୍ ଇଣ୍ଡିଆର ଖେଳାଳି ମହମ୍ମଦ ସିରାଜ, ଟି ନଟରାଜନ, ଶୁବମନ୍ ଗିଲ, ୱାସିଂଟନ ସୁନ୍ଦର, ନବଦୀପ ସଇନି ଏବଂ ଶାର୍ଦ୍ଦୁଲ ଠାକୁରଙ୍କ ପାଇଁ ଥର୍-ଏସ୍ୟୁଭି ଉପହାର ଆକାରରେ ଘୋଷଣା କରିଛନ୍ତି।

ଆନନ୍ଦ ମହିନ୍ଦ୍ରା ନିଜର ଅଫିସିଆଲ୍ ଟ୍ବିଟର୍ ଆକାଉଣ୍ଟରେ ଟ୍ବିଟ୍ କରି ଲେଖିଛନ୍ତି, ‘ଏହି ଉପହାର ଦେବାର କାରଣ ହେଉଛି ଯୁବପିଢ଼ିଙ୍କୁ ନିଜ ଉପରେ ବିଶ୍ବାସ ଜନ୍ମାଇବା ପାଇଁ ଉତ୍ସାହିତ କରିବା।’ ଏହାସହିତ ଏହି ୬ ଜଣ ନିକଟରେ ଭାରତ ଲାଭ କରିଥିବା ଐତିହାସିକ ସିରିଜ୍ ବିଜୟରେ ଯେଉଁ ଭଳି ଭାବେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି ତାହା ଯୁବପିଢ଼ିଙ୍କ ପାଇଁ ଏକ ଉଦାହରଣ। ସେମାନଙ୍କ ପାଇଁ ଦେଶର ପରବର୍ତ୍ତୀ ପିଢ଼ି ସ୍ବପ୍ନ ଦେଖିବା ପାଇଁ ସମର୍ଥ ହେବ।

ସୂଚନାଯୋଗ୍ଯ, ଭାରତ ଅଷ୍ଟ୍ରେଲିଆ ମାଟିରେ ୨-୧ରେ ଟେଷ୍ଟ ସିରିଜ ଜିତି ସମସ୍ତଙ୍କୁ ଚକିତ କରିଦେଇଥିଲା। ଏହି ସିରିଜରେ ଟିମର ଅଧିକାଂଶ ଖେଳାଳି ଆହତ ହୋଇଥିଲେ ମଧ୍ୟ ଯୁବବାହିନୀ କଙ୍ଗାରୁ ଟିମକୁ ମାତ୍ ଦେବାରେ ସକ୍ଷମ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.