ବ୍ୟକ୍ତି ନିଜ ଡଗିକୁ ବର ବେଶରେ ସଜେଇ ସୋସିଆଲ ମିଡିଆରେ ଦେଲେ ବିବାହ ବିଜ୍ଞାପନ, ଲୋକେ କହିଲେ, ଚିନ୍ତା କରନ୍ତୁନି, ଆମେ କରୁଛୁ ବନ୍ଦୋବସ୍ଥ’

ସୋସିଆଲ ମିଡିଆରେ ପ୍ରାୟତଃ ପଶୁପକ୍ଷୀଙ୍କୁ ନେଇ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଥାଏ। ଏବେ ଏକ କ୍ୟୁଟ୍‌ ଡଗିର ଫଟୋ ଖୁବ୍‌ ଭାଇରାଲ ହେଉଛି। ଫଟୋଟି ସୋସିଆଲ ମିଡିଆରେ ପୂରା ଛାଇଯାଇଛି। ଫଟୋରେ ଡଗି ବିଲ୍‌କୁଲ ସାଉଥ୍‌ ଇଣ୍ଡିଆନ ବର ଭଳି ପ୍ରସ୍ତୁତ ହୋଇଥିବା ଦେଖିବାକୁ ମିଳୁଛି। ଡଗିର ବିବାହ ହେବାକୁ ଯାଉଛି। ବାସ୍ତବ କଥା ହେଲା, ଜଣେ ପେଟ୍‌ ଓନର ନିଜ ଡଗିର ବିବାହ କରିବାକୁ ଚାହୁଁଛନ୍ତି, ଯେଉଁଥିପାଇଁ ସେ ନିଜ ଡଗିକୁ ବର ବେଶରେ ସଜେଇ ତା’ର ଫଟୋ ଫେସ୍‌ବୁକରେ ଶେୟାର କରିଛନ୍ତି।

ସେପଟେ ଫେସ୍‌ବୁକରେ ଏହି ପୋଷ୍ଟ ଦେଖି ଦାମିନୀ ଶ୍ରୀବାସ୍ତବ ନାମ୍ନୀ ୟୁଜର ଏହାର ସ୍କ୍ରିନ୍‌ଶଟ ନିଜ ଟ୍ଵିଟରରେ ଶେୟାର କରିଛନ୍ତି। ଶେୟାର ହେବାର ମାତ୍ର କିଛି ସମୟ ଭିତରେ ଏହା ଭାଇରାଲ ହୋଇଯାଇଥିଲା। ତେବେ ଫେସ୍‌ବୁକ ୟୁଜର ଜଣକ ତାଙ୍କ ଡଗିର ଫଟୋ ଶେୟାର କରି ବିବାହ ଲାଗି ବିଜ୍ଞାପନ ଦେଇଛନ୍ତି।

ସେ କ୍ୟାପସନରେ ଲେଖିଛନ୍ତି, ‘ଯଦି କେହି ନିଜ ଝିଅ ପାଇଁ ହ୍ୟାଣ୍ଡସମ୍‌ ମଲୟାଲୀ ବୟ ଖୋଜୁଛନ୍ତି, ତା’ହେଲେ ଏ ହେଉଛି ସୁପାତ୍ର’। ଫଟୋରେ ଡଗି ଧଳା ରଙ୍ଗର ତଥା ଗୋଲ୍ଡେନ୍‌ ବର୍ଡର ଥିବା ଧୋତି ସହିତ ପିଙ୍କ୍‌ ରଙ୍ଗର ଶାର୍ଟ ପିନ୍ଧିଥିବା ଦେଖିବାକୁ ମିଳୁଛି। ଫଟୋଟିକୁ ଲୋକେ ଏତେ ମାତ୍ରାରେ ପସନ୍ଦ କରୁଛନ୍ତି କି, ଜଣେ ୟୁଜର ପଚାରିଛନ୍ତି, ‘କଶ୍ମୀରର ପୁଅ ଚଳିବ’? ସେହିପରି ଆଉଜଣେ ଲେଖିଛନ୍ତି, ‘ଚିନ୍ତା କରନ୍ତୁ ନାହିଁ, ଆମେ କରୁଛୁ ବ୍ୟବସ୍ଥା’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.