Below header

ଘରେ ବନାନ୍ତୁ ରେସ୍ତୋରାଁ ଷ୍ଟାଇଲ୍‌ ସୋୟା ଚିଲ୍ଲୀ

ସୋୟା ଚିଲ୍ଲୀ ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗିଥାଏ। ଏହାକୁ ଆପଣ ସହଜରେ ଘରେ ବନାଇ ପାରିବେ। ଏହା ଛୋଟ ପିଲାଙ୍କ ସମେତ ବଡ ମାନଙ୍କୁ ବି ବହୁତ ଆସିଥାଏ। ତେବେ ଆସନ୍ତୁ ଜାଣିବା କେମିତି ବନାଇବା ସୋୟା ଚିଲ୍ଲୀ ରେସିପି।

ଆବଶ୍ୟକ ସାମଗ୍ରୀ

  • ସୋୟାବିନ୍‌ – ୧୦୦ ଗ୍ରାମ
  • ରସୁଣ ପେଷ୍ଟ – ୧/୨ ଚାମଚ
  • ତେଲ – ୨ ଚାମଚ୍‌
  • କଟା ପିଆଜ – ୧ କପ୍‌
  • କଟା କଞ୍ଚା ଲଙ୍କା – ୨ଟି
  • ସୋୟା ସସ୍‌ – ୨ ଚାମଚ୍‌
  • ଭିନେଗାର – ୨ ଚାମଚ୍‌
  • ଲୁଣ – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ସୋୟାବିନକୁ ଅଧ ଘଣ୍ଟା ପାଇଁ ପାଣିରେ ଭିଜାଇବା ପରେ ଏଥିରେ ଥିବା ସବୁ ପାଣିକୁ ଚିପୁଡି ବାହାର କରିଦିଅନ୍ତୁ। ଗୋଟେ ଗିନାରେ ସୋୟା, ଗୋଟେ ଚାମଚ ଲୁଣ ଏବଂ ରସୁଣ ପେଷ୍ଟ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। କଡାରେ ତେଲ ଗରମ କରନ୍ତୁ ଏବଂ ସେଥିରେ ପିଆଜକୁ ପକାଇ ଅଳ୍ପ ସମୟ ପର୍ଯ୍ୟନ୍ତ ଭାଜି ଦିଅନ୍ତୁ। ଧନିଆ ପତ୍ର ପକାନ୍ତୁ ଏବଂ କିଛି ସମୟ ଫ୍ରାଏ କରନ୍ତୁ। ଏବେ କଡାରେ ସାମାନ୍ୟ ଲୁଣ, ସୋୟା ସସ୍‌ , ଭିନେଗାର ଏବଂ ସୋୟାବିନ୍‌ ପକାଇ ଦିଅନ୍ତୁ। ଏହାକୁ ଭଲଭାବେ ମିଶାଇ ଦିଅନ୍ତୁ। ହାଇ ଫ୍ଲେମରେ ଦୁଇ-ଚାରି ମିନିଟ ରାନ୍ଧିବା ପରେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। ଏବେ ପ୍ଲେଟରେ କାଢ଼ି ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.