ସ୍ବାଦିଷ୍ଟ ସହିତ ସ୍ବାସ୍ଥ୍ଯ ପାଇଁ ବେଶ ଲାଭଦାୟକ ତୁଳସୀ ଚଟଣୀ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଆପଣ ତ ଏପର୍ଯ୍ଯନ୍ତ ଖଟା, ମିଠା, ଚଟପଟି ଚଟଣୀ ଅନେକ ପ୍ରସ୍ତୁତ କରିଥିବେ କିମ୍ବା ଖାଇଥିବେ। ଧନିଆ, ଟମାଟର, ଲଙ୍କା, ରସୁଣ ଏମିତି ଅନେକ ପ୍ରକାର ଚଟଣୀ। ପ୍ରତିଦିନ ନିଜ ଘରେ ବିଭିନ୍ନ ପ୍ରକାରର ଚଟଣୀ ମଧ୍ୟ ପ୍ରସ୍ତୁତ ଦେଖୁଥିବେ। କିନ୍ତୁ କେବେ ତୁଳସୀ ଚଟଣୀ ଖାଇଛନ୍ତି ନା ପ୍ରସ୍ତୁତ କରିଛନ୍ତି କି ? ଯାହା ସ୍ବାସ୍ଥ୍ଯ ପାଇଁ ବେଶ ଲାଭଦାୟକ। ତେବେ ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ…

ଆବଶ୍ଯକ ସାମଗ୍ରୀ: ତୁଳସୀ, ପୁଦିନା, ଲଙ୍କା, ବାଦାମ/କାଜୁ, ଲବଙ୍ଗ, ରସୁଣ, କଇଁଆ ପେଷ୍ଟ, ଲୁଣ ସ୍ବାଦୁନସାରେ, ଚୁଟକୀ ହେଙ୍ଗୁ।

ପ୍ରସ୍ତୁତି ପ୍ରଣାଳୀ: ତୁଳସୀ ଏବଂ ପୁଦିନା ପତ୍ରକୁ ଭଲଭାବେ ଧୋଇବା ପରେ ମିକ୍ସରରେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏଥିରେ କଞ୍ଚା ଳଙ୍କା, ରସୁଣ, ବାଦାମ, ଲବଙ୍ଗ, କଇଁଆ ପେଷ୍ଟ ଏବଂ ଲୁଣ ପକାଇ ଭଲ ଭାବେ ଗ୍ରାଇଣ୍ଡିଂ କରୁଛନ୍ତି। ତା’ ପରେ ଏକ ପ୍ଯାନରେ ତେଲ ଗରମ କରି ସେଥିରେ ସୋରିଷ, ହେଙ୍ଗୁ, ହରଡ ଡାଲି ପକାଇ ଟିକେ ଭାଜି ଦିଅନ୍ତୁ। ଏବେ ଏହାକୁ ପ୍ରସ୍ତୁତ ହୋଇଥିବା ଚଟଣୀ ଉପରେ ତଡକା ଲଗାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଟେଷ୍ଟି ଏବଂ ହେଲଦି ତୁଳସୀ ଚଟଣୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.