ଜୀବନରେ ଥରେ ହେଲେ ବି ରଖନ୍ତୁ ନିର୍ଜଳା ଏକାଦଶୀ ବ୍ରତ, ଜାଣନ୍ତୁ କେବେ ପାଳନ କରିବେ

କୁହାଯାଏ କି, ମନୁଷ୍ଯ ନିଜ ଜୀବନରେ ଥରେ ହେଲେ ବି ନିର୍ଜଳା ଏକାଦଶୀ ବ୍ରତ କରିବା ଜରୁରୀ। ଏହାକୁ କରିବା ଦ୍ବାରା ମୋକ୍ଷ ପ୍ରାପ୍ତି ହୋଇଥାଏ। ଏହା ସହିତ ଭଗବାନ ବିଷ୍ଣୁଙ୍କ କ୍ପା ମଧ୍ୟ ହାସିଲ ହୋଇଥାଏ। ମାସକୁ ଦୁଇଥର ଏକାଦଶୀ ବ୍ରତ ପାଳନ କରାଯାଏ। ତେଣୁ ବର୍ଷକୁ ୨୪ଟି ଏକାଦଶୀ ବ୍ରତ ପଡିଥାଏ। ଏଥିମଧ୍ୟରୁ କିଛି ଏକାଦଶୀର ବିଶେଷ ମହତ୍ତ୍ବ ରହିଥାଏ। ପ୍ରତ୍ଯେକ ବର୍ଷର ଜ୍ଯେଷ୍ଠ ମାସର ଶୁକ୍ଳ ପକ୍ଷରେ ପଡୁଥିବା ଏକାଦଶୀକୁ ନିର୍ଜଳା ଏକାଦଶୀ କୁହାଯାଏ। ଏଥିର ନିର୍ଜଳା ଏକାଦଶୀ ୨୧ ଜୁନରେ ପଡୁଛି।

ବର୍ଷର ଅନ୍ଯ ସବୁ ଏକାଦଶୀ ବ୍ରତରେ ପାଣି ପିଇବା ପାଇଁ ମନା କରାଯାଏ ନାହିଁ। କିନ୍ତୁ ନିର୍ଜଳା ଏକାଦଶୀ ବ୍ରତ ଦିନ ବିନା ପାଣିରେ ବ୍ରତ ପାଳନ କରିବାକୁ ପଡିଥା,। ବ୍ରତ ଆରମ୍ଭ କରିବା ପୂର୍ବରୁ ବ୍ରତ ଧାରଣ କରି ବିନା ଜଳରେ ରହିବାକୁ ପଡେ।

ନିର୍ଜଳା ଏକାଦଶୀ ମୁହୂର୍ତ୍ତ:

ଏକାଦଶୀ ତିଥି ୨୦ ଜୁନ ସନ୍ଧ୍ଯା ୪ଟା ୨୧ରୁ ଆରମ୍ଭ ହୋଇ ୨୧ ଜୁନ୍ ମଧ୍ୟାହ୍ନ ୧.୩୧ ଯାଏଁ ରହିବ। ତେଣୁ ଏହି ବ୍ରତକୁ ୨୧ ଜୁନରେ ହିଁ ପାଳନ କରାଯିବ।

ଏକାଦଶୀ ବ୍ରତର ବିଧି:

– ଏହି ଦିନ ସକାଳୁ ଜଲଦି ଉଠି ସ୍ନାନ କରି ବ୍ରତ ସଂକଳ୍ପ କରନ୍ତୁ।
– ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରି ପୂଜା କରନ୍ତୁ।
– ପୂଜା ପରେ ମଧ୍ୟ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ ଏବଂ ନାମ ଜପ କରନ୍ତୁ।
– ପୁରା ଦିନ ବ୍ରତ ରଖିବା ପରେ ପର ଦିନ ସକାଳୁ ଗାଧୋଇ ଭଗବାନଙ୍କୁ ଭୋଗ ଲଗାନ୍ତୁ ଏବଂ ବ୍ରାହ୍ମଣକୁ ଦାନ କରି ବ୍ରତ ଶେଷ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.