Below header

ଜାଣନ୍ତିକି ଖାଲି କଦଳୀ ନୁହେଁ ଏହାର ଚୋପାରେ ବି ରହିଛି ଜରୁରୀ ପୋଷକ ତତ୍ତ୍ୱ

କଦଳୀ ସ୍ୱାସ୍ଥ୍ୟ ପକ୍ଷେ ହିତକାରୀ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ତାର ଚୋପା ଯେ ଶରୀର ପକ୍ଷେ ଲାଭଦାୟକ ସେ କଥା ହୁଏତ ଖୁବ ଲୋକ ଜାଣିଥିବେ । ଗୋଟେ କଦଳୀରେ ୧୨ ପ୍ରତିଶତ ପୋଟାସିୟମ ରହିଥାଏ । ଏହା ବାଦ ଏଥିରେ କ୍ୟାଲସିୟମ ଓ ଭିଟାମିନ ବି ୬ ଭରପୁର ମାତ୍ରାରେ ରହିଥାଏ । ଆଉ ମଧ୍ୟ କଦଳୀ ଖାଇଲେ ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନ ଥାଏ । ତେଣୁ ଓଜନ କମାଇବାରେ ବି ଏହା ବିଶେଷ ସହାୟକ ହୋଇଥାଏ । କିନ୍ତୁ ହୁଏତ ଆପଣ ଜାଣି ନଥିବେ କଦଳୀ ପରି ଏହାର ଚୋପା ମଧ୍ୟ ଓଜନ କମାଇବାରେ ଗୁରୁତ୍ୱପୂର୍ଣ ଭୂମିକା ନିଭେଇପାରେ । ନ୍ୟୁଟ୍ରନିଷ୍ଟଙ୍କ କହିବା ଅନୁଯାୟୀ ଯଦି କଦଳୀର ପୁରା ପୋଷକ ତତ୍ୱର ଲାଭ ନେବାକୁ ଚାହୁଁଛନ୍ତି ତେବେ କଦଳୀ ସହ ତାର ଚୋପା ମଧ୍ୟ ଖାଆନ୍ତୁ । ଏହା ଦ୍ୱାରା ଆପଣଙ୍କୁ ୧୦ ପ୍ରତିଶତ ଅଧିକ ଫାଇବର ମିଳିପାରିଥାଏ ।

banana peel

ଏହା ସହ ପଢନ୍ତୁ: ସ୍ପଂଡିଲାଇଟିସ ସମସ୍ୟା ନେଇ ଚିନ୍ତିତ କି ତେବେ କରନ୍ତୁ ଏହି ଯୋଗ, ଅଳ୍ପ ଦିନରେ ପାଇବେ ଆରାମ

ଅଷ୍ଟ୍ରେଲିଆର ଜଣେ ଖାଦ୍ୟ ବିଶେଷଜ୍ଞ ନିଜ ସୋସିଆଲ ଆକାଉଣ୍ଟରେ କଦଳୀ ଚୋପା ବିଷୟରେ ଏକ ବିସ୍ତୃତ ବିବରଣୀ ଦେଇଥିଲେ । ତାଙ୍କ ଅନୁଯାୟୀ କଦଳୀ ଚୋପାରେ କଦଳୀ ଠାରୁ ୨୦ ପ୍ରତିଶତ ଅଧିକ ଭିଟାମିନ ବି ୬ ଓ ଭିଟାମିନ ସି ରହିଛି । ଏହାକୁ ଖାଇଲେ ଆପଣଙ୍କୁ ପୋଟାସିୟମ ଓ ମଗ୍ନେଶୀୟମ ପରି ଉପକାରୀ ତତ୍ତ୍ୱ ମାନ ମଧ୍ୟ ମିଳିପାରିଥାଏ । ଆଉ ମଧ୍ୟ ସବୁଜ କଦଳୀ ଚୋପାରେ ଅନ୍ୟ କଦଳୀ ଠାରୁ ଅଧିକ ପୋଷକ ଭରି ରହିଥାଏ । ସବୁଜ କଦଳୀ ଚୋପାରେ ଆମିନୋ ଏସିଡ ଓ ଷ୍ଟାର୍ଚ୍ଚର ପରିମାଣ ମଧ୍ୟ ଅଧିକ ରହିଥାଏ । ଅନ୍ୟ ପକ୍ଷରେ ହଳଦିଆ କଦଳୀ ଚୋପାରେ ଆଣ୍ଟି ଆକ୍ସିଡେଣ୍ଟ ଓ ଆଣ୍ଟି କ୍ୟାନ୍ସର ମାତ୍ରା ଅଧିକ ଥାଏ । ଯାହାକି ଆପଣଙ୍କ ହୃଦୟ ସମେତ ଅନ୍ୟାନ ଅଙ୍ଗକୁ ସୁସ୍ଥ ରଖିବାରେ ବିଶେଷ ସହାୟକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.