Below header

OnePlus 7T ଏବଂ OnePlus 7 Pro ଉପରେ ଚାଲିଛି ବମ୍ପର ଡିସକାଉଣ୍ଟ, ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

OnePlus  ନିଜର ୬ଷ୍ଠ ତମ ବାର୍ଷିକୀ ଅବସରରେ OnePlus 7T ଏବଂ OnePlus 7 Pro ଡିସକାଉଣ୍ଟରେ ବିକ୍ରୀ କରୁଛି । ଏହି ଡିସକାଉଣ୍ଟ ପରେ OnePlus 7T ସ୍ମାର୍ଟଫୋନ୍ ୩୪,୯୯୯ ଟଙ୍କା ଆରମ୍ଭରୁ ଉପଲବ୍ଧ ହେଉଛି । ଅନ୍ୟପଟେ  OnePlus 7 Pro ସ୍ମାର୍ଟଫୋନକୁ ମଧ୍ୟ ଡିସକାଉଣ୍ଟରେ ବିକ୍ରୀ କରାଯାଉଛି । ଏହି ଅଫର ୧୭ ଡିସେମ୍ବର ଯାଏ ଉପଲବ୍ଧ ରହିବ ।

mobileକମ୍ପାନୀ OnePlus 7T , OnePlus 7 Pro ଏବଂ OnePlus 7T Pro ସ୍ମାର୍ଟଫୋନ୍ କ୍ରମଶଃ ୧୫୦୦,୨୦୦୦ ଏବଂ ୩୦୦୦ ଟଙ୍କା ଇଷ୍ଟାଣ୍ଟ ଡିସକାଉଣ୍ଟ ଦେଉଛି । Amazon, OnePlus ଅନଲାଇନ୍ ଷ୍ଟୋର ଏବଂ  OnePlus ଏକ୍ସପିରିଏନ୍ସ ଷ୍ଟୋରରୁ OnePlus ଫୋନ୍ କିଣୁଥିବା ଗ୍ରାହକମାନଙ୍କ ପାଇଁ ଇଏମଆଇ ର ସୁବିଧା ମଧ୍ୟ ଉପଲବ୍ଧ ଅଛି ।

ଏହାସହ ପଢନ୍ତୁ:

ଏବେ ମୋବାଇଲ୍‌ ଫୋନ୍‌ ଗ୍ରାହକ ୩ ଦିନରେ ବଦଳାଇ ପାରିବେ ଅପରେଟର

କମ୍ପାନୀ ଏହି ଲାଟେଷ୍ଟ ସେଲରେ OnePlus7Tର ୮ଜିବି ଏବଂ ୧୨୮ ଜିବି ଷ୍ଟୋରେଜ୍ ବାରିଏଣ୍ଟର ଡିସକାଉଣ୍ଟ ପରେ ୩୪,୯୯୯ ଟଙ୍କାରେ ବିକ୍ରୀ କରୁଛି । ସୂଚନା ଥାଉକି, ଏହି ମଡେଲ୍ ୩୭,୯୯୯ ଟଙ୍କା ମୂଲ୍ୟ ସହିତ ଲଞ୍ଚ କରାଯାଇଥିଲା । ଏହାର ମାନେ ସେଲ୍ ରେ ଏବେ ପୁରା ୩୦୦୦ ଟଙ୍କା ଡିସକାଉଣ୍ଟ ଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.