Below header

ବର୍ଷାଜଳ ସୌନ୍ଦର୍ଯ୍ୟର ଗନ୍ତାଘର, ଏମିତି ଉପାୟରେ ଷ୍ଟୋର କରି ପ୍ରତିଦିନ କରନ୍ତୁ ଉପଯୋଗ

ଅସହ୍ୟ ଗ୍ରୀଷ୍ମ ତାତିରୁ ରକ୍ଷା ପାଇବା ପାଇଁ ସମସ୍ତେ ମୌସୁମୀକୁ ଅପେକ୍ଷା କରିଥାନ୍ତି। କେଇ ବୁନ୍ଦା ବର୍ଷା ପାଣି ଦେହରେ ପଡ଼ିଗଲେ ମନ ପ୍ରଫୁଲ୍ଲିତ ହୋଇଉଠେ। ଏଥିରେ ଭିଜିବାକୁ ମନ କରିଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଏହି ବର୍ଷା ପାଣିରେ ଲୁଚି ରହିଛି ସୌନ୍ଦର୍ଯ୍ୟର ରହସ୍ୟ? ହଁ, ଆପଣ ଏଣିକି ବର୍ଷା ପାଣିକୁ ଅପଚୟ ନ କରି ଏହାକୁ ଏକ ପାତ୍ରରେ ଭରିକି ରଖିଦିଅନ୍ତୁ। ଏହା ଆପଣଙ୍କ ତ୍ୱଚା ପାଇଁ ଟନିକର କାର୍ଯ୍ୟ କରିବ।

୧. ବର୍ଷା ପାଣିକୁ କୌଣସି ଏକ ବୋତଲରେ ଛାଣି ରଖି ଦିଅନ୍ତୁ। ପ୍ରତିଦିନ ଏହି ଜଳରେ ନିଜ ମୁହଁ ଧୁଅନ୍ତୁ। ଏମିତି କରିବା ଦ୍ୱାରା ତ୍ୱଚା ବହୁତ ନରମ ରହିବ।

୨. ମୁଲତାନି ମାଟିକୁ ବର୍ଷା ଜଳରେ ରାତି ସାରା ଭିଜେଇ ରଖନ୍ତୁ। ସକାଳୁ ଉଠି ଏହାକୁ ମୁହଁରେ ଲଗାଇ ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ରଖିବାକୁ ଦିଅନ୍ତୁ। ଏହାଦ୍ୱାରା ବ୍ରଣ ସମସ୍ୟାରୁ ମୁକ୍ତି ମିଳିବ।

୩. କେଶକୁ ମୁଲାୟମ ଏବଂ ଆକର୍ଷଣୀୟ କରିବା ପାଇଁ ଆପଣ ବର୍ଷାଜଳ ଉପଯୋଗ କରିପାରିବେ। ଏକ ପାତ୍ରରେ ଷ୍ଟୋର କରି ଏଥିରେ କେଶକୁ ଭଲ ଭାବେ ଧୁଅନ୍ତୁ।

୪. ବର୍ଷା ପାଣିରେ ଭିଜିଲେ ବା ଗାଧୋଇଲେ ଆପଣଙ୍କ ତ୍ୱଚା ଭଲ ଭାବେ ସଫା ହୋଇଯାଇଥାଏ ଏବଂ ଚେହେରାରେ ପ୍ରାକୃତିକ ଚମକ ଆସିଥାଏ।

୫. ବର୍ଷା ପାଣିରେ ଆପଣ ପେଡିକେୟୋର ମଧ୍ୟ କରିପାରିବେ। ଏଥିରେ ଭଲ ପରିଣାମ ମିଳିଥାଏ। ଆପଣଙ୍କ ତ୍ୱଚା ଅଧିକ ଚମକଦାର ଦେଖାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.