ମେଥିରେ ଭରପୂର ରହିଛି ଅନେକ ପୋଷାକ ତତ୍ତ୍ୱ, କେଶଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ଚୁଟକିରେ କରିଥାଏ ଦୂର

ମେଥିରେ ଭରି ରହିଛି ଅନେକ ପ୍ରକାରର ଔଷଧୀୟ ଗୁଣ, ଯାହା ବିଷୟରେ ହୁଏତ ବହୁତ କମ ଲୋକ ଜାଣିଥିବେ। ମେଥିରେ ପ୍ରୋଟିନ, ଆଇରନ, ପୋଟାସିୟମ, ଫାଇବର, ଭିଟାମିନ ସି ଆଦି ତତ୍ତ୍ୱ ମହଜୁଦ ଅଛି। ମେଥି ଶାଗ ହେଉ କି ମେଥିର ସୁପ, ଏ ସବୁକିଛି ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ। ଆଜି ଆମେ ଆପଣଙ୍କୁ ମେଥିର ଫାଇଦା ବିଷୟରେ କହିବୁ।

୧. ସକାଳୁ ଉଠି ଭିଜା ହୋଇଥିବା ମେଥି ଦାନା ଖାଇଲେ ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ଭରିକି ରହିଥିବାର ଅନୁଭବ ହୋଇଥାଏ।

୨. ଯେଉଁ ଲୋକ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ସେମାନେ ଏହାକୁ ଖାଲି ପେଟରେ ସେବନ କରିପାରିବେ।

୩. ପଞ୍ଜରା ହାଡ଼ରେ ଯନ୍ତ୍ରଣା ହେଲେ ୧୦୦ ଗ୍ରାମ ମେଥିକୁ ହାଲୁକା ଭାଜି ଦିଅନ୍ତୁ। ଏହାର ଚୂର୍ଣ୍ଣ ପ୍ରସ୍ତୁତ କରି ସେଥିରେ ଏକ ଚତୁର୍ଥାଂଶ କଳା ଲୁଣ ମିଶାଇ ରଖି ଦିଅନ୍ତୁ। ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଏହି ଚୂର୍ଣ୍ଣର ୫ ଗ୍ରାମ ମାତ୍ରାକୁ ହାଲୁକା ଗରମ ପାଣି ସହିତ ସେବନ କରନ୍ତୁ। ଯେକୌଣସି ଅସହନୀୟ ଯନ୍ତ୍ରଣା ହେଉନା କାହିଁକି, ୧୫ ଦିନରେ ଦୂର ହୋଇଯିବ।

୪. ପ୍ରତିଦିନ ମେଥି ଶାଗ, ମେଥି ଦାନା ପଡ଼ିଥିବା ଖାଦ୍ୟ ଖାଆନ୍ତୁ। ଏହାଦ୍ୱାରା ବାୟୁ, କଫ ଓ ପାଇଲ୍ସ ଆଦିରୁ ମୁକ୍ତି ମିଳିଥାଏ।

୫. ମେଥି ଦାନା କେଶକୁ ମୂଳରୁ ମଜଭୁତ କରିବା ସହ ଏହାକୁ ପୁନର୍ଜୀବିତ ମଧ୍ୟ କରିଥାଏ। ଏଥିରେ ପ୍ରୋଟିନ ରହି ଥିବାରୁ ଏହାକୁ ନିଜ ଡାଏଟରେ ସାମିଲ କଲେ ଆପଣଙ୍କ କେଶ ଆକର୍ଷଣୀୟ ଦେଖାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.