Below header

ଆଖିଠାରୁ ଆରମ୍ଭ କରି ପାଦ ଡେଇଁବା ପର୍ଯ୍ୟନ୍ତ କ’ଣ ରହିଛି କାରଣ , ଜାଣନ୍ତୁ ଶୁଭ ଅଶୁଭର ପ୍ରଭାବ

ଯେପରି ହସ୍ତରେଖା ଜ୍ୟୋତିଷ ଶାସ୍ତ୍ରରେ ହାତର ରେଖାକୁ ଅଧ୍ୟୟନ କରି ବ୍ୟକ୍ତିର ଭବିଷ୍ୟତ ସମ୍ପର୍କରେ ଜଣାଯାଇଥାଏ , ଠିକ୍ ସେହିପରି ଶରୀରରେ ଥିବା ବିଭିନ୍ନ ଅଙ୍ଗ ହଠାତ୍ ଥରିଯିବା କିମ୍ବା ଡେଇଁବାର ମଧ୍ୟ ଅଲଗା ଅଲଗା କାରଣ ରହିଛି । କିଛି ଅଙ୍ଗ ଡେଇଁବାକୁ ଶୁଭ ବୋଲି ଧରାଯାଇଥାଏ ତ କିଛିକୁ ଅଶୁଭ ବୋଲି ଧରାଯାଇଥାଏ ।

ଆସନ୍ତୁ ଜାଣିବା ଅଲଗା ଅଲଗା ଅଙ୍ଗ ଡେଇଁବାର କଣ ରହିଛି କାରଣ :

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଆଖି ଡେଇଁବାକୁ ଶୁଭ ବୋଲି ଧରାଯାଇଥାଏ । ଯଦି କୌଣସି ପୁରୁଷଙ୍କର ଡାହାଣ ଆଖି ଡେଇଁଥାଏ ତେବେ ଆଗକୁ ସେ କିଛି ଶୁଭ ସମାଚାର ପାଇବାର ସଙ୍କେତ ମିଳିଥାଏ । କିନ୍ତୁ ମହିଳାମାନଙ୍କ କ୍ଷେତ୍ରରେ ବାମପଟ ଆଖି ଡେଇଁବା ଦ୍ବାରା ଆର୍ଥିକ ଲାଭ ମିଳିବାର ସଙ୍କେତ ମିଳିଥାଏ ।

foreଯଦି କୌଣସି ବ୍ୟକ୍ତିଙ୍କର ମଥା ଡେଇଁଥାଏ ତେବେ ଉକ୍ତ ବ୍ୟକ୍ତିଙ୍କୁ ଜମିବାଡି ସମ୍ବନ୍ଧୀୟ କୌଣସି ଲାଭ ମିଳିଥାଏ ଏବଂ ମାନସମ୍ମାନ ବଢିଥାଏ ।

armବାମପଟ ବାହୁ ଡେଇଁବା ଦ୍ବାରା ଧନ ପ୍ରାପ୍ତି ହେବା ଏବଂ ଶୁଖ ଶାନ୍ତି ବଢିବାର ସଙ୍କେତ ମିଳିଥାଏ ।

shoulderଯଦି କୌଣସି ବ୍ୟକ୍ତିଙ୍କ କାନ୍ଧ ଡେଇଁଥାଏ ସେମାନଙ୍କୁ ଭୋଗ ବିଳାଶ ସହିତ ଜଡିତ କିଛି କାର‌୍ୟ୍ୟର ଶୁଖ    ମିଳିଥାଏ ।

lip ସେହିପରି ଓଠ ଡେଇଁବାର ମାନେ ଆପଣଙ୍କୁ କିଛି ପ୍ରୀୟ ବସ୍ତୁ ମିଳିବାର ଅଛି ।

toesଯଦି କୌଣସି ବ୍ୟକ୍ତିଙ୍କର ପାଦ ତଳ ଡେଇଁଥାଏ ତେବେ ଏହା ଆର୍ଥିକ ଲାଭ ମିଳିବାର ସଙ୍କେତ ଦେଇଥାଏ ।

neckଯଦି କୌଣସି ବ୍ୟକ୍ତିଙ୍କର ଗଳା ଡେଇଁଥାଏ ତେବେ ଆସୁଥିବା ଦିନରେ ସେମାନଙ୍କୁ ଐଶ୍ବର‌୍ୟ୍ୟ କିମ୍ବା ଧନ ସମ୍ପତ୍ତି ମିଳିବାର ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.