ଚାଲିପାରୁନି ବିଧାନସଭା ପ୍ରଶ୍ନକାଳ : ଗୃହରେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କ ହୋହଲ୍ଲା

ଭୁବନେଶ୍ବର (କେନ୍ୟୁଜ୍) : ତୃତୀୟ ଦିନରେ ବି ଚାଲିପାରିଲାନି ବିଧାନସଭାର ପ୍ରଶ୍ନକାଳ। ଆଜି ବି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଗୃହରେ ହଙ୍ଗାମା ଦେଖିବାକୁ ମିଳିଥିଲା। ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ହଙ୍ଗାମା କରିଥିଲେ। ବିରୋଧୀ କଂଗ୍ରେସ ଚାଷୀ ଓ ଚାଷ ପ୍ରସଙ୍ଗ ଉଠାଇଥିବା ବେଳେ ବିଜେପି ଉଠାଇଥିଲା ଚିଟଫଣ୍ଡ ପ୍ରସଙ୍ଗ ।

ରେମୁଣା ଲ୍ୟାଣ୍ଡ ବ୍ୟାଙ୍କ ଦୁର୍ନୀତି ପ୍ରସଙ୍ଗ ମଧ୍ୟ ଉଠାଇଛି ବିଜେପି। ସେହିପରି ଶାସକ ଦଳର ସଦସ୍ୟମାନେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇ ନିଜ ନିଜ ଆସନରେ ଛିଡା ହୋଇ ହୋହଲ୍ଲା କରିଥିଲେ। ହଟ୍ଟଗୋଳ ଓ ନାରାବାଜି ଲାଗି ରହିବାରୁ ବାଚସ୍ପତି ଗୃହକୁ ଏକ ଘଣ୍ଟା ମୁଲତବୀ ରଖିଥିଲେ। ଶୂନ୍ୟକାଳରେ ସମାନ ପ୍ରସଙ୍ଗରେ ଅନୁରୂପ ପରିସ୍ଥିତି ଲାଗି ରହିଥିଲା। ଫଳରେ ଗୃହକାର‌୍ୟ୍ୟକୁ ଅପରାହ୍ଣ ୩ଟା ପର‌୍ୟ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.