Below header

ଏହା ହେଉଛି ଭାରତର ସବୁଠାରୁ ମହଙ୍ଗା ନମ୍ବର ପ୍ଲେଟ , ମୂଲ୍ୟ ଜାଣି ଉଡିଯିବ ହୋସ୍

କେରଳ: ସଉକର କୌଣସି ମୂଲ୍ୟ ନଥାଏ। ଯେତେବେଳେ ଏହାର ଯାଦୁ ଚାଲେ ସେତେବେଳେ ମଣିଷ କିଛି ମଧ୍ୟ କରିବା ପାଇଁ ପ୍ରସ୍ତୁତ ହୋଇଯାଏ। ଏପରି କିଛି ଘଟଣା ଦେଖିବାକୁ ମିଳିଛି କେରଳର ତିରୁବନ୍ତପୁରମରେ। ସେଠାରେ ଜଣେ ବ୍ୟକ୍ତି ନିଜ କାରର ନମ୍ବର ପ୍ଳେଟ ପାଇଁ ଖର୍ଚ୍ଚ କରିଦେଇଛନ୍ତି ୩୧ଲକ୍ଷ ଟଙ୍କା।

car 2

କେରଳର ଆରଟିଓ ଅଫିସ ନିକଟରେ ଗାଡି ନମ୍ବର ମାନଙ୍କର ଏକ ନୂଆ ସିରିଜ ପ୍ରସ୍ତୁତ କରିବା ସହ ତାହାର ନିଲାମୀ କରିଥିଲା। ଏହି ସମୟରେ ତିରୁବନ୍ତପୁରମର ଜଣେ ଫାର୍ମା ବିଜନେସମ୍ୟାନ ନିଜର ଏକକୋଟିର Porsche ଗାଡି ପାଇଁ ଏକ ଖାସ ନମ୍ବର କିଣିଥିଲେ। ସେହି ନମ୍ବର ମୂଲ୍ୟ ରହିଥିଲା ୩୦ ଲକ୍ଷ ଟଙ୍କା। ଏହି ନମ୍ବରର ବିକ୍ରି ମାତ୍ର ୫୦୦ଟଙ୍କାରୁ ଆରମ୍ଭ ହୋଇଥିଲା ଯାହା ୩୦ ଲକ୍ଷ ପର‌୍ୟ୍ୟନ୍ତ ଯାଇଥିଲା। ଏହାଛଡ଼ା ଏହାପରେ ରେଜିଷ୍ଟ୍ରେସନ ଫିସ ଭାବେ ୧ ଲକ୍ଷ ଟଙ୍କା ମଧ୍ୟ ଦିଆଯିବ।

ନିଶ୍ଚିତ ପଢ଼ନ୍ତୁ :  ଗ୍ରାହକ ଟଙ୍କା ଉଠାଇବାକୁ ଯାଇଥିଲେ ଏଟିଏମ୍ , କିନ୍ତୁ ହାତରେ ଆସିଲା ….

ବାଲଗୋପାଲ ଦେବୀ ଏକ ପ୍ରମୁଖ ଔଷଧ ବିତରଣ କମ୍ପାନିର ମାଲିକ। ୨୦୧୭ ମସିହାରେ ମଧ୍ୟ ସେ ତାଙ୍କର ଗାଡି ପାଇଁ ୧୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଆରଟିଓ ଅଧିକାରୀଙ୍କ ଅନୁଯାୟୀ ଏହା ଭାରତର ସବୁଠାରୁ ମହଙ୍ଗା ଗାଡି ନମ୍ବର ଅଟେ। ଏହା ପୂର୍ବରୁ ହରିୟାଣାର ର ନମ୍ବର ସବୁଠାରୁ ମହଙ୍ଗା ଥିଲା। ଯାହାର ମୂଲ୍ୟ ୨୬ଲକ୍ଷ ଟଙ୍କା ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.