ପରକୀୟା ପ୍ରୀତିରୁ ଜଘନ୍ୟ ହତ୍ୟା, ମୃତଦେହକୁ ୫ଶହ ଖଣ୍ଡ କରି ଏସିଡ ଭିତରେ ପକାଇଲେ ଡାକ୍ତର

ଡାକ୍ତର ସାଜିଲେ କଂସେଇ। ବର୍ବରତାର ସୀମା ପାର କରିଛନ୍ତି। ଅନ୍ୟର ଜୀବନ ବଞ୍ଚାଇବା ଯାହାର କର୍ତ୍ତବ୍ୟ, ପେସା, ଯାହାକୁ ଲୋକେ ଦ୍ୱିତୀୟ ଈଶ୍ୱର ଭାବେ ମାନିଥାନ୍ତି, ସେହି ହାତ ଜଣଙ୍କର କେମିତି ଜୀବନ ନେଇପାରିଲା। ତାହା ପୁଣି ଅତି ନୃସଂଶ ଭାବେ ।
ମଧ୍ୟପ୍ରଦେଶରେ ଏମିତି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଛାତି ଥରି ଉଠିବ । ପରକୀୟା ପ୍ରୀତିରେ ଚୁର ଜଣେ ସରକାରୀ ଡାକ୍ତର ଭୁଲିଗଲେ ହିତାହତ ଜ୍ଞାନ। ନିଜ ଡ୍ରାଇଭରକୁ ନିର୍ମମ ହତ୍ୟା କରିବା ପରେ ମୃତଦେହକୁ ୫ ଶହ ଖଣ୍ଡ କରିଥିଲେ। ଏତିକିରେ ମନ ବୁଝି ନଥିଲା ପିଶାଚ ଡାକ୍ତରର। ପ୍ରମାଣ ନଷ୍ଟ କରିବା ପାଇଁ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଏସିଡ୍ ଭିତରେ ପକାଇ ଦେଇଥିଲେ। ପୋଲିସ ନରହନ୍ତା ଡାକ୍ତରକୁ ଗିରଫ କରି ପୂରା ଘଟଣାର ପର୍ଦ୍ଦାଫାସ କରିଛି।

DOCTER WITH POLICE

ଫିଲ୍ମ ଷ୍ଟାଇଲରେ ମର୍ଡର

ଶୁଣିଲେ ଲାଗୁଛି ଇଏ ହତ୍ୟାକାଣ୍ଡ କୌଣସି ଫିଲ୍ମର କାହାଣୀ ଭଳି। କିନ୍ତୁ ବାସ୍ତବିକ୍ ମର୍ଡର ପ୍ଲଟ ଠିକ୍ ସେଇଆ। ଫିଲ୍ମର ଦେଖି ହତ୍ୟାର ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଥିଲେ ଡାକ୍ତର। ବିଲକୁଲ୍ ଫିଲ୍ମ ଷ୍ଟାଇଲରେ। ଅଭିଯୁକ୍ତ ଡାକ୍ତରଙ୍କ ନାଁ ସୁନୀଲ ମନ୍ତ୍ରୀ। ବୟସ ୫୮ ବର୍ଷ। ମଧ୍ୟପ୍ରଦେଶ ହୋସଙ୍ଗବାଦ ଜିଲ୍ଲାର ଆନନ୍ଦ ନଗରରେ ରହୁଥିଲେ। ଇଟାର୍ସିର ସରକାରୀ ହସ୍ପିଟାଲରେ ଦେଖୁଥିଲେ ରୋଗୀ । ହେଲେ ଏଇ ଭଦ୍ର ମୁଖା ତଳେ ଲୁଚି ରହିଥିଲା କୁତ୍ସିତ ଚେହେରା। ମୃତକ ଡ୍ରାଇଭର ହେଉଛନ୍ତି ବୀରେନ୍ଦ୍ର ପଚୌରୀ। ଡାକ୍ତରଙ୍କର ବୀରେନ୍ଦ୍ର ସ୍ତ୍ରୀ ସହିତ ଥିଲା ଅନୈତିକ ସମ୍ପର୍କ। କାରଣ ଡାକ୍ତର ବାବୁଙ୍କ ସ୍ତ୍ରୀ ଦୁଇ ବର୍ଷ ହେବ ଏଦୁନିଆରେ ନାହାନ୍ତି। ଏକୁଟିଆ ଆନନ୍ଦ ନଗର ଘରେ ରହୁଥିଲେ ସୁନୀଲ। ୨୬ ବର୍ଷର ପୁଅ ଓ ୨୩ ବର୍ଷୀୟ ଝିଅ ମୁମ୍ବାଇରେ ଚାକିରି କରିଛନ୍ତି। ଡାକ୍ତର ସାର୍ କିନ୍ତୁ ରଙ୍ଗିଲା ମିଜାଜର ଥିଲେ।

MURDER IN LATRINE

ହତ୍ୟା ପଛର କାହାଣୀ

୨୦୧୦ରୁ ଡାକ୍ତରଙ୍କ ସ୍ତ୍ରୀ ଓ ମୃତ ଡ୍ରାଇଭରଙ୍କ ସ୍ତ୍ରୀ ମିଶି ତାଙ୍କ ଘରେ ଗୋଟିଏ ବୁଟିକ୍ ଖୋଲିଥିଲେ। ଡାକ୍ତରଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପରେ ବୁଟିକକୁ ଚଳାଉଥିଲେ ମୃତ ବୀରେନ୍ଦ୍ରଙ୍କ ସ୍ତ୍ରୀ। ଏହାରି ଭିତରେ ଡାକ୍ତର ସୁନୀଲ ଓ ବୀରେନ୍ଦ୍ରଙ୍କ ସ୍ତ୍ରୀଙ୍କ ମଧ୍ୟରେ ଗଢ଼ି ଉଠିଥିଲା ଅନୈତିକ ସମ୍ପର୍କ। ଏକଥାକୁ ପ୍ରଥମେ ସନ୍ଦେହ କରିଥିଲେ ବୀରେନ୍ଦ୍ର। ଦୂରେଇ ରହିବା ପଇଁ ଡାକ୍ତରଙ୍କୁ ଚେତାଇ ଦେଇଥିଲେ। ଏଇ ଚେତାବନୀ କାଳ ହେଲା ବୀରେନ୍ଦ୍ର ପାଇଁ । ବାସ୍, ରାସ୍ତାର କଣ୍ଟା ହଟାଇବା ପାଇଁ କସରତ ଆରମ୍ଭ କରିଥିଲେ ଡାକ୍ତର। ମୁଣ୍ଡକୁ ଆସିଥିଲେ ଫିଲ୍ମର ମର୍ଡର ପ୍ଲାନ୍। ବୀରେନ୍ଦ୍ରଙ୍କୁ ପ୍ରଥମେ ତାଙ୍କ ଗାଡ଼ିର ଡ୍ରାଇଭର ଭାବରେ ନିଯୁକ୍ତି ଦେଇଥିଲେ। ତା ପଛର କାରଣ ହେଲା, ବୀରେନ୍ଦ୍ରର ଆଉ ସନ୍ଦେହ ହେବ ନାହିଁ। ସେ ସବୁବେଳେ ତାଙ୍କ ସହ ରହିବେ। କିନ୍ତୁ ମନ ଭିତରେ ଥିଲା ହତ୍ୟାର ହୀନ ଚକ୍ରାନ୍ତ।

ନିଶା ଇଞ୍ଜେକସନ୍ ଦେଇ ହତ୍ୟା

୨୦୧୯ ଫେବ୍ରୁଆରୀ ୪ ତାରିଖ । ସନ୍ଧ୍ୟାରେ ଡାକ୍ତରଙ୍କୁ ହସ୍ପିଟାଲରୁ ଧରି ଘରକୁ ଫେରିଥିଲେ ବୀରେନ୍ଦ୍ର। ଦାନ୍ତରେ ଯନ୍ତ୍ରଣା ହେବାକୁ ଡାକ୍ତର ବାବୁଙ୍କୁ କହିଥିଲେ ଔଷଧ ଦେବାକୁ। ବାସ୍ ମୌକା ଦେଖି ଚୌକା ମାରିବା ଯୋଜନାରେ ଥିବା ଡାକ୍ତର ବାବୁଙ୍କୁ ମିଳିଯାଇଥିଲା ସୁଯୋଗ। ପୂର୍ବ ଯୋଜନା ଅନୁସାରେ ବୀରେନ୍ଦ୍ରଙ୍କୁ ନିଶା ଇଞ୍ଜେକସନ୍ ଦେଇଦେଲେ। ଅଚେତ ହୋଇଯିବା ପରେ ଲାଟ୍ରିନ୍ ଭିତରକୁ ଘୋସାଡ଼ି ନେଇ ଆରମ୍ଭ କରିଥିଲେ ମର୍ଡର୍‌ ଅପରେସନ୍‌ । ପ୍ରଥମେ ଛୁରୀରେ କାଟିଥିଲେ ବେକ। ପରେ ଶରୀରର ବିଭିନ୍ନ ଅଙ୍ଗକୁ ଖଣ୍ଡ ଖଣ୍ଡ କରି ଦେଇଥିଲେ। ପ୍ରମାଣ ନଷ୍ଟ କରିବାକୁ ମାଂସ ଖଣ୍ଡଗୁଡ଼ିକୁ ଏସିଡ୍ ଭିତରେ ପକାଇ ଦେଇଥିଲେ ଡାକ୍ତର ସୁନୀଲ। ପରେ କମୋଡ୍ ଲାଟ୍ରିନ ଦେଇ ଭସାଇ ଦେବାକୁ ଉଦ୍ୟମ କରିଥିଲେ।

OTHER WOMEN IMAGE-3

କେମିତି ଜଣା ପଡ଼ିଲା ଘଟଣା

କଥାରେ ଅଛି ଭୁଲ କରିଥିବା ଲୋକ ମନରେ ଭୟ ଥାଏ। କାଳେ କିଏ ଜାଣି ଯିବ କି। ଠିକ୍‌ ସେଇଆ ହୋଇଥିଲା ଡାକ୍ତର ସୁନୀଲଙ୍କ କ୍ଷେତ୍ରରେ। ହତ୍ୟାକାଣ୍ଡ ପରେ ତାଙ୍କ କାର୍ଯ୍ୟକଳାପ ପାଖ ପଡ଼ୋଶୀଙ୍କୁ ସନ୍ଦେହ ଲାଗିଥିଲା। ସେହିପରି ତାଙ୍କ ଘର ଭିତରୁ ଏସିଡ୍ ଦୁର୍ଗନ୍ଧ ବାହାରୁଥିଲା। ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ ପଡ଼ୋଶୀ। ତାପରେ ସମସ୍ତେ ଯାହା ଦେଖିଲେ ଆଖିକୁ ବିଶ୍ୱାସ କରି ପାରିଲେ ନାହିଁ। ଯାହା ଶୁଣିଲେ ହତବାକ୍ ହୋଇଗଲେ। ପୋଲିସ ଘରର ଉପର ମହଲାରୁ ଏସିଡ୍ ଭର୍ତ୍ତି ଡ୍ରମ୍ ଓ ମୃତଦେହର ମାଂସ ଖଣ୍ଡ ଜବତ କରିଥିଲା। ସନ୍ଦେହ କରାଯାଉଛି, ଘଟଣା ପଛରେ ମୃତ ଡ୍ରାଇଭରଙ୍କ ସ୍ତ୍ରୀଙ୍କ ସଂପୃକ୍ତି ଥାଇ ପାରେ । ତେଣୁ ପୋଲିସ ତାଙ୍କୁ ପଚରା ଉଚରା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.