୧୪ ପଦବୀ ପାଇଁ ୪ହଜାର ପ୍ରାର୍ଥୀ ! ସ୍ବିପର ଚାକିରି ପାଇଁ ଆବେଦନ କରିଛନ୍ତି ବିଟେକ୍, ଏମଟେକ୍ ଏବଂ ଏମବିଏ ଡିଗ୍ରୀଧାରୀ

ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ବେକାରୀ ସମସ୍ୟା । ଭଲ ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ଚାକିରି ଖଣ୍ଡେ ପାଇଁ ବୁଲୁଛନ୍ତି । ଆଉ ପରିସ୍ଥିତି ଏପରି ହୋଇଯାଇଛି ଯେ ସ୍ବିପର୍ ଏବଂ ପରିମଳ ଚାକିରି ପାଇଁ ଆବେଦନ କରିଛନ୍ତି ଏମଟେକ୍, ବିଟେକ୍ ଏବଂ ଏମବିଏ ପ୍ରାର୍ଥୀ । ଏଭଳି ଦେଖିବାକୁ ମିଳିଛି ତାମିଲନାଡୁ ସଚିବାଳୟରେ ।

unemployment

ସ୍ବିପରଙ୍କ ପାଇଁ ୧୦ ଟି ପଦବୀ ଖାଲିଥିବା ବେଳେ ପରିମଳ ପାଇଁ ଖାଲି ଅଛି ୪ ଟି ପଦବୀ । ଆଉ ଏଥିପାଇଁ ଆବେଦନ କରିଛନ୍ତି ୪୬୦୭ ପ୍ରାର୍ଥୀ । ଯେଉଁମାନଙ୍କ ମଧ୍ୟରେ ଏମଟେକ୍, ବିଟେକ୍ ଏବଂ ଏମବିଏ ଡିଗ୍ରୀଧାରୀ । ଯେତେବେଳେ କି ପଦବୀଗୁଡ଼ିକ ଶିକ୍ଷାଗତ ଯୋଗ୍ୟତା ଥିଲା କେବଳ ଶାରିରୀକ ଭାବରେ ସେ ସକ୍ଷମ ହେବାର ଆବଶ୍ୟକ।

ଏହା ସହ ପଢନ୍ତୁ : ବୃଦ୍ଧି ପାଉଛି ବେକାରୀ ସମସ୍ୟା, ୨୦୧୭-୧୮ ବର୍ଷରେ ବଢିଛି ୬.୧ %

ତେବେ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଅନେକ ଥର ଏପରି ହୋଇଛି । ଯେତେବେଳେ କ୍ଲାସ୍ ଥ୍ରୀ ପଦ ପାଇଁ ଭାରୀ ସଂଖ୍ୟାରେ ଉଚ୍ଚ ଡିଗ୍ରୀଧାରୀ ପ୍ରାର୍ଥୀ ଆବେଦନ କରିଥିଲେ । ଯାହା ଦର୍ଶାଉଛି ଦେଶରେ କିଭଳି ଚିନ୍ତାଜନକ ସ୍ଥିତିରେ ରହିଛି ବେକାରୀ ସମସ୍ୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.