ଗଣେଶଙ୍କ ସ୍ଥାପନା ବେଳେ ଧ୍ୟାନରେ ରଖନ୍ତୁ ଏହିସବୁ ଜିନିଷ, ମିଳିବ ଶୁଭଫଳ ଓ ସମୃଦ୍ଧି

ହିନ୍ଦୁ ଧର୍ମରେ ପ୍ରତ୍ଯେକ ଶୁଭକାର୍ଯ୍ଯର ଆରମ୍ଭ ଗଣେଶଙ୍କୁ ଧ୍ୟାନ କରାଯାଏ। ଗଣେଶ ସୁଖ ଓ ପ୍ରତ୍ୟେକ ବୁଧବାର ଦିନ ଶ୍ରୀ ଗଣେଶଙ୍କ ଆରାଧନା ବା ପୂଜାର୍ଚ୍ଚନା କଲେ ଅନେକ ଶୁଭ ଫଳ ମିଳିଥାଏ । ଏମିତି କି ବୁଧ ଗ୍ରହକୁ ଶାନ୍ତି କରିବା ପାଇଁ ମଧ୍ୟ କେହି କେହି ଘରେ ପୂଜାର୍ଚ୍ଚନା କରିଥାନ୍ତି । ବୁଧବାର ଦିନ ଯଦି ଏହି ୫ ପ୍ରକାର ନିୟମକୁ ମାନି ଘରେ ପୂଜାର୍ଚ୍ଚନା କରାଯାଏ ତେବେ ଆପଣଙ୍କ ଘରେ ବି ଖୁସିର ଛାୟା ଖେଳିଯିବ । କେବଳ ସେତିକି ନୁହେଁ, ବରଂ ବ୍ୟକ୍ତିର ସୁଖ ଆଉ ସୌଭାଗ୍ୟ ବଢ଼ିବା ସହିତ ସବୁ ବିପଦ କଟିଯାଇଥାଏ ।

ପ୍ରଥମେ ସକାଳୁ ଗାଧୋଇବା ପରେ ଗଣେଶ ମୂର୍ତ୍ତି କିମ୍ବା ଗଣେଶଙ୍କ ଧାତୁ ମୂର୍ତ୍ତିକୁ ମାଟି ଏବଂ ଲେମ୍ବୁରେ ଭଲ ଭାବେ ଧୋଇ ଏକ ଲାଲି କପଡ଼ା (ସାଲୁ କନା) ଉପରେ ପୂଜା ସ୍ଥାନରେ ରଖନ୍ତୁ । ଧ୍ୟାନ ଦେବେ ଯେପରି ମୂର୍ତିକୁ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ରହିବ ।

ମୂର୍ତ୍ତି ସାମ୍ନାରେ ଏକ ଶୁଦ୍ଧ ଆସନ ପକେଇ ସେଥିରେ ବସିବେ । ପରେ ଗଣେଶ ଠାକୁରଙ୍କୁ ଧ୍ୟାନ କରିବା ସହିତ ଠାକୁରଙ୍କୁ ଫୁଲ, ଧୂପ, ଦୀପ, କର୍ପୂର, ରୋଲି, ସିନ୍ଦୁର ଓ ଚନ୍ଦନ ଲଗାଇବେ । ଏହା ସହିତ ଏକ ଥାଳିରେ ସମସ୍ତ ସାମଗ୍ରୀ ରଖିବା ସହିତ ଲଡ଼ୁ ରଖି ଠାକୁରଙ୍କୁ ସମର୍ପିତ କରିବେ ।

ganesh-puja

ଗଣେଶ ଠାକୁରଙ୍କ ପାଖରେ ତୁଳସୀ ପତ୍ର ଚଢ଼ାଯାଏ ନାହିଁ । ଏହା ବଦଳରେ ନାଲି ରଙ୍ଗର ଫୁଲ, ପାନ ପତ୍ର ଅର୍ପଣ କରାଯାଇଥାଏ । ଆରତି କରିବା ପରେ ପଂଚାମୃତ ଅର୍ପଣ କରାଯାଇଥାଏ ।

ଗଣେଶ ଠାକୁରଙ୍କୁ ପୂଜା କରିବା ସମୟରେ ଯେମିତି ମନରେ କୌଣସି ପ୍ରକାର ରାଗ, କ୍ରୋଧ ରହିବ ନାହିଁ । ଏହା ନିଶ୍ଚିତ ମନରେ ରଖିଥିବେ।
ଶେଷରେ ଗଣେଶ ଠାକୁରଙ୍କୁ ସ୍ମରଣ କରି ଓଁ ଗଂ ଗଣପତୟେ ନମଃ ମନ୍ତ୍ର ୧୦୮ଥର ଜପିବେ । ଏହିସବୁ ନିୟମ ମାନି ପୂଜାର୍ଚ୍ଚନା କରିଲେ ପ୍ରତ୍ୟେକ ବ୍ୟକ୍ତିକୁ ଶୁଭ ଫଳ ମିଳିବା ସହିତ ସମୃଦ୍ଧି ପ୍ରାପ୍ତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.