ଆପଣଙ୍କ ଆଖପାଖରେ ପେଚା ଦେଖାଯାଉଛି କି? ଜାଣନ୍ତୁ ଶୁଭ ନା ଅଶୁଭ

ପେଚାକୁ ମା’ ଲକ୍ଷ୍ମୀଙ୍କ ବାହନ କୁହାଯାଇଥାଏ। ତଥାପି ଏହାକୁ କେବେ ଶୁଭ କେବେ ଅଶୁଭ ମଧ୍ୟ କୁହାଯାଏ। ପେଚାକୁ ନେଇ ଆମ ସମାଜ ଏବଂ ଧର୍ମରେ ଅନେକ ମାନ୍ୟତା ପ୍ରଚଳିତ ରହିଛି। ଅନେକ ଲୋକ ପେଚାକୁ ଦେଖି ଡରି ଯାଇଥାନ୍ତି ତ କିଛି ଲୋକ ପେଚାକୁ ଦେଖି ଖୁସି ମଧ୍ୟ ହୋଇଥାନ୍ତି। ପେଚାକୁ ଦେଖି ଲୋକଙ୍କ ମନରେ ଅନେକ ପ୍ରକାର ଭାବନା ସୃଷ୍ଟି ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏପରି କିଛି ମାନ୍ୟତା ବିଷୟରେ, ଯାହା ଉପରେ ଆଜି ମଧ୍ୟ ବିଶ୍ୱାସ କରାଯାଉଛି।

pecha-କୁହାଯାଇଥାଏ ଯଦି କୌଣସି ବ୍ୟକ୍ତିଙ୍କ ନଜର ପେଚା ସହ ମିଶି ଯାଇଥାଏ ତେବେ ତାଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଥାଏ।

-ମାନ୍ୟତା ରହିଛି ଯଦି ପେଚା କୌଣସି ରୋଗୀଙ୍କୁ ଛୁଇଁଥାଏ ତେବେ ସେହି ବ୍ୟକ୍ତିଙ୍କ ଗମ୍ଭୀର ରୋଗ ମଧ୍ୟ ଠିକ୍‌ ହୋଇଯାଇଥାଏ।

-ସେହିଭଳି କୁହାଯାଇଥାଏ ଡାହାଣ ପଟେ ପେଚା ଦେଖିବା ଅଶୁଭ ହୋଇଥାଏ। ଏହିକାରଣରୁ ଯେତେବେଳେ ବି ପେଚାର ଆବାଜ୍‌ ଶୁଣାଯାଇଥାଏ ସେତେବେଳେ ଅଶୁଭ ବୋଲି କୁହାଯାଇଥାଏ। କିନ୍ତୁ ବାମ ପଟେ ପେଚା ଦେଖିଲେ କିମ୍ବା ବାମ ପଟୁ ପେଚାର ଆବାଜ୍‌ ଶୁଣାଗଲେ ଶୁଭ ବୋଲି କୁହାଯାଇଥାଏ।

owl--ମାନ୍ୟତା ରହିଛି ପେଚା ଯଦି ଘରର ଛାତ ଉପରେ ବସି ଆବାଜ କରିଥାଏ, ତେବେ ଏହା ଘରର କୌଣସି ସଦସ୍ୟଙ୍କ ମୃତ୍ୟୁ ହେବାର ସଂକେତ ଦେଇଥାଏ।

-ଯଦି ସକାଳୁ ସକାଳୁ ପୂର୍ବ ଦିଗରେ ପେଚା ଦେଖାଯାଏ କିମ୍ବା ପେଚାର ଆବାଜ୍‌ ଶୁଣାଯାଏ ତେବେ ହଠାତ୍‌ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଥାଏ।

-ସେହିଭଳି ଯଦି ଆପଣଙ୍କ ଆଖପାଖରେ ପେଚା ଦେଖାଯାଇଥାଏ ତେବେ ଆପଣ ବୁଝିଯାନ୍ତୁ ଯେ ଆପଣଙ୍କ ଉପରେ ମାଁ ଲକ୍ଷ୍ମୀ ପ୍ରଭାବିତ ଅଛନ୍ତି ଏବଂ ବହୁତ ଜଲଦି ଆପଣଙ୍କ ଉପରେ କୃପା କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.