ପ୍ରତି ହଜାରରେ ଜଣଙ୍କ ହାତରେ ଥାଏ ଏହି ଶୁଭ ଚିହ୍ନ, ଜାଣନ୍ତୁ କଣ ସୂଚାଇଥାଏ ଏପରି ରେଖା

ହାତରେ ଅନେକ ପ୍ରକାର ରେଖା ବା ଚିହ୍ନ ଥାଏ । ଯାହକୁ ହସ୍ତରେଖା ଜ୍ୟୋତିଷବିଦ୍ୟା ମାଧ୍ୟମରେ ଦେଖି ଭବିଷ୍ୟବାଣୀ କରାଯାଏ । ଏଥିରେ ଶୁଭ ଅଶୁଭ ରେଖା ମଧ୍ୟ ଥାଏ । ତେବେ ଏହି ରେଖା ମାନଙ୍କ ମଧ୍ୟରେ ଏକ ଏମିତି ଗାର ଅଛି ଯାହା କେବଳ ହଜାର ଲୋକଙ୍କ ମଧ୍ୟରେ ଜଣକର ଥାଏ । ଆଉ ଯେଉଁମାନଙ୍କ ହାତରେ ଏହି ଚିହ୍ନ ଥାଏ ସେମାନଙ୍କ ଉପରେ ଭଗବାନ୍ ଶିବଙ୍କ ଅଶେଷ କୃପା ସର୍ବଦା ରହିଥାଏ । ଏହି ଚିହ୍ନ ହେଉଛି ତ୍ରିଶୂଳ । ଆସନ୍ତୁ ଜାଣିବା ହାତର କେଉଁ କେଉଁ ସ୍ଥାନରେ ଏହି ତ୍ରିଶୂଳ ଚିହ୍ନ ରହିଲେ ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାଏ ।

guru parbat– ହାତର ଯଦି ଗୁରୁ ପର୍ବତ ନିକଟରେ ତ୍ରିଶୂଳ ରହିଥାଏ ତେବେ ବ୍ୟକ୍ତି ଜୀବନରେ ସଫଳତା ପାଇଥାଏ । ନିଜ କ୍ଷେତ୍ରରେ ଖୁବ୍ ପ୍ରସିଦ୍ଧି ପାଇଥାଏ । ଏହି ଚିହ୍ନ ବିଶି ଆଙ୍ଗୁଠି ଏବଂ ଗୁରୁ ପର୍ବତ ନିକଟରେ ଥାଏ ।

budha parbat – ଯଦି ତ୍ରିଶୂଳର ଚିହ୍ନ ବୁଧ ପର୍ବତରେ ଥାଏ ତେବେ ବ୍ୟକ୍ତି ଭାଗ୍ୟଶାଳୀ ହେବା ସହ ବୁଦ୍ଧିମାନ୍ ହୋଇଥାଏ । ବୁଧ ପର୍ବତ କାଣି ଆଙ୍ଗୁଠି ତଳେ ଥାଏ ।

sukra parbat – ସେହିପରି ତ୍ରିଶୂଳ ଚିହ୍ନ ଯଦି ଶୁକ୍ର ପର୍ବତ ଉପରେ ହୋଇଥାଏ ତେବେ ବ୍ୟକ୍ତି ଖୁବ୍ ବିଶ୍ବସ୍ତ ହେବା ସହ ନିଜ କାମରେ ନିପୁଣ ହୋଇଥାନ୍ତି । ଏପରି ବ୍ୟକ୍ତିଙ୍କ ଉପରେ ଭଗବାନ ଶିବଙ୍କ ଅଶେଷ କୃପା ରହିଥାଏ ।

mangala– ଯଦି ତ୍ରିଶୂଳର ଆକୃତି ମଙ୍ଗଳ ପର୍ବତ ଉପରେ ହୋଇଥାଏ ତେବେ ବ୍ୟକ୍ତି ଜଣକ ଯୁବାବସ୍ଥାରେ ହିଁ ସଫଳତା ପାଇଯାଏ । ଗୁରୁ ଏବଂ ଶୁକ୍ର ପର୍ବତ ମଧ୍ୟରେ ହୋଇଥାଏ ମଙ୍ଗଳ ପର୍ବତ ।

– ଆଙ୍ଗୁଠିର ବିପରୀତ ଦିଗରେ ଥିବା ଚନ୍ଦ୍ର ପର୍ବତରେ ତ୍ରିଶୂଳ ରହିଲେ ବ୍ୟକ୍ତି ସାମାଜିକ ଏବଂ ରାଜନୀତି କ୍ଷେତ୍ରରେ ସଫଳତାର ଶୀର୍ଷକୁ ଯାଇଥାଏ ।

shani-parcvat– ସବୁଠାରୁ ଭାଗ୍ୟଶାଳୀ ବ୍ୟକ୍ତିଙ୍କ ହାତରେ ତ୍ରିଶୂଳ ଚିହ୍ନ ଶନି ପର୍ବତରେ ଥାଏ । ଶନି ପର୍ବତ ମଝି ଆଙ୍ଗୁଠି ତଳେ ହୋଇଥାଏ । ଏପରି ବ୍ୟକ୍ତିଙ୍କ ନିକଟରେ କେବେ ବି ଧନର ଅଭାବ ହୋଇନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.