Below header

ଭୋଜନର ସ୍ୱାଦକୁ ଲାଜବାବ କରିବ ଆଚାର ପରଟା

ଆବଶ୍ୟକ ସାମଗ୍ରୀ

ଆଚାରର ବଳକା ମସଲା
କଞ୍ଚା ଲଙ୍କା – ୨ଟି
ଅଟା – ଅଢ଼େଇ କପ୍‌
ତେଲ – ଦେଢ଼ ବଡ ଚାମଚ
ଆଳୁ – ୨ଟି ସିଝା (ଷ୍ଟଫିଙ୍ଗ୍‌ କରିବା ପାଇଁ)
ଧନିଆ ପାଉଡର – ଏକ ଛୋଟ ଚାମଚ
ଲୁଣ – ଏକ ଛୋଟ ଚାମଚ
ଗରମ ମସଲା – ଏକ ଛୋଟ ଚାମଚ
ଧନିଆ ପତ୍ର – ଛୋଟ କଟା ହୋଇଥିବା

ପ୍ରସ୍ତୁତି ପ୍ରଣାଳୀ

  • ଆଚାର ପରଟାକୁ ବନାଇବା ପାଇଁ ସର୍ବପ୍ରଥମେ ଆମ୍ବ ଆଚାର କିମ୍ବା ଲଙ୍କା ଆଚାରର ବଳକା ମସଲାକୁ ଅଲଗା କରିରଖନ୍ତୁ।
  • ଏହାପରେ ଅଟା ଚକଟି ଦିଅନ୍ତୁ। ଅଟାର ଚକଟାକୁ ଭଲଭାବେ ଚକଟନ୍ତୁ ଯେପରି ପରଟା ନରମ ହେବ।
  • ଏହାପରେ ସିଝା ଆଳୁର ଚୋପା ଛଡାଇ ଦିଅନ୍ତୁ। ଏହାପରେ ଏହାକୁ ଚକଟି ଦିଅନ୍ତୁ। ଏହି ଆଳୁରେ କଞ୍ଚା ଲଙ୍କା, ଧନିଆ ପତ୍ର, ଧନିଆ ପାଉଡର ଏବଂ ଗରମ ମସଲା ପକାନ୍ତୁ ଏବଂ
  • ଭଲଭାବେ ମିକ୍ସ କରିଦିଅନ୍ତୁ।ଏହି ମିଶ୍ରଣକୁ ଚକଟି ରଖିଥିବା ଗୋଲା ଭିତରେ ଭରିଦିଅନ୍ତୁ। ଏହାପରେ ପରଟା ଭଳି ବେଲିଦିଅନ୍ତୁ।
  • ଏହାପରେ ଆପଣଙ୍କୁ ଏହା ଉପରେ ଆଚାର ମସଲାକୁ ଲଗାଇବାକୁ ହେବ। ଏସବୁ କରିବା ପରେ ଆପଣ ପରଟାକୁ ତାଓ୍ଵାରେ ସେକି ଦିଅନ୍ତୁ।
  • ଏହାକୁ ଆପଣ ଘିଅ କିମ୍ବା ତେଲ ସାହାଯ୍ୟରେ ସେକି ପାରିବେ। ଗରମା ଗରମ ଆଚାର ପରଟାକୁ ଚଟଣୀ ସାହାଯ୍ୟରେ ପରସି ଦିଅନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.