କଟକଣା କୋହାଳ ହେଲା, ଭ୍ୟାକ୍ସିନର ଦୁଇଟି ଡୋଜ୍ ନେଇ ନଥିଲେ ଯାଇପରିବେନି ଏହି ସ୍ଥାନଗୁଡିକୁ

କେନ୍ୟୁଜ୍(ବ୍ୟୁରୋ): ଅଗଷ୍ଟରେ ରାଜ୍ୟରେ ଖୋଲିବ ରେସ୍ତୋରାଁ, ହୋଟେଲ୍‌, ବାର୍‌ । ମଲ୍‌ ଖୋଲିବ । ସିନେମା ହଲ୍‌ ଚାଲିବ । ଥିଏଟର, ସମ୍ମିଳନୀ କକ୍ଷ ବି ଖୋଲିବ । କିନ୍ତୁ ୫୦ ପ୍ରତିଶତ କ୍ଷମତା ସହ ଅନୁମତି ମିଳିଛି । ମାଲିକ କୋଭିଡ୍‌ ଗାଇଡଲାଇନ ପ୍ରତି ବିଶେଷ ଧ୍ୟାନ ଦେବେ । କରୋନା ମୁକାବିଲାରେ ଭୁବନେଶ୍ୱର, କଟକ ଓ ପୁରୀ ପାଇଁ ସ୍ୱତନ୍ତ୍ର କଟକଣା ଜାରି କରିଛନ୍ତି ସରାକାର । ଏହି ୩ ସହରରେ ମଲ୍‌, ସିନେମା ହଲ୍‌, ରେସ୍ତୋରାଁ, ବାର୍‌, ଅଡିଟୋରିୟମ୍‌ ଓ ସମ୍ମିଳନୀ କକ୍ଷରେ ପ୍ରବେଶ ପାଇଁ ଟିକାର ଦୁଇଟି ଡୋଜ୍‌ ସାର୍ଟିଫିକେଟ ବାଧ୍ୟତାମୂଳକ କରାଯାଇଛି । ନହେଲେ ମିଳିବନି ପ୍ରବେଶ ଅନୁମତି ।

ଅଗଷ୍ଟରେ ରାଜ୍ୟରେ ପାର୍କ ଖୋଲିବ । ବିଚରେ ବୁଲାବୁଲି କରିପାରିବେ ଲୋକ । ଏଥିପାଇଁ ଅନୁମତି ଦେଇଛନ୍ତି ସରକାର । ଆହାର କେନ୍ଦ୍ର ଖୋଲା ରହିବ । ରାସ୍ତାକଡ଼ରେ ଉଠା ଦୋନାକରେ ସାମାଜିକ ଦୂରତା ରଖି ଖାଇ ପାରିବେ ଗ୍ରାହକ । ସବୁଠି କୋଭିଡ୍‌ ଗାଇଡଲାଇନ୍‌ ଓ ସାମାଜିକ ଦୂରତା ନିମୟକୁ କଡ଼ାକଡ଼ି ପାଳନ କରାଯିବ । ଉଲ୍ଲଂଘନ କଲେ କୋଠର କାର୍ଯ୍ୟାନୁଷ୍ଠାନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.