ଆଜି ଅଧରପଣାରେ ଆପଣ ଘରେ ମିଠାରେ ବନାନ୍ତୁ କିଛି ନୂଆ, ପ୍ରସ୍ତୁତ କରନ୍ତୁ ‘ଆଳୁ ହାଲୁଆ’

ଏବେର କରୋନା କାଳରେ ଲୋକମାନେ ବଜାରୁ କିଛିବି ଜିନିଷ ଖାଇବା ମଧ୍ୟ ବିପଦଜନକ ହୋଇପାରେ। ଏଥିପାଇଁ ଘରେ ହିଁ କିଛି ସ୍ପେଶାଲ ଖାଦ୍ୟ ବନାଇ ପୂରା ବଜାର ଭଳି ସ୍ୱାଦ ନେଇପାରିବେ। ଏମିତିରେ ଅନେକ ଲୋକଙ୍କ ମନରେ ବଜାର ଭଳି ଧନିଆ କଟଲେଟ ଖାଇବାକୁ ଇଚ୍ଛା ହୋଇଥାଏ। ଏଥିପାଇଁ ଆଜି ଆପଣଙ୍କ ପାଇଁ ଧନିଆ କଟଲେଟ ‘ଆଳୁ ହାଲୁଆ’ ରେସିପି ନେଇ ଆସିଛୁ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଘିଅ – ୧୦୦ ଗ୍ରାମ
ଆଳୁ – ୫୫୦ ଗ୍ରାମ
କ୍ଷୀର – ୨୨୦ମି.ଲି
ଚିନି – ୧୪୦ ଗ୍ରାମ
ଅଳେଇଚ ପାଉଡର – ୧/୨ ଟେବୁଲ ଚାମଚ
ବାଦାମ – ୧୫ ଗ୍ରାମ
କାଜୁ – ଗାର୍ନିସ ପାଇଁ

ପ୍ରସ୍ତୁତି ପ୍ରଣାଳୀ

aloo-ପ୍ରଥମେ କଡାରେ ୧୦୦ ଗ୍ରାମ ଘିଅ ଗରମ କରନ୍ତୁ ୫୫୦ ଗ୍ରାମ ସିଝା ଏବଂ ଚକଟି ହୋଇଥିବା ଆଳୁ ପକାନ୍ତୁ ଏବଂ ଫ୍ରାଏ କରନ୍ତୁ ଯେତେ ପର୍ଯ୍ୟନ୍ତ ଏହା ଭଲ ଭାବରେ ଭାଜି ନ ହୋଇଛି।

-ଏହାକୁ ପ୍ରାୟ ୭-୮ ମିନିଟ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ।

-ଏହାପରେ ଏଥିରେ ୨୨୦ ମିଲି କ୍ଷୀର, ୧୪୦ ଗ୍ରାମ ଚିନି, ୧/୨ ଟେବୁଲ ଚାମଚ ଅଳେଇଚ ପାଉଡର ପକାଇ ଭଲ ଭାବେ ମିକ୍ସ କରନ୍ତୁ।

-ହାଲୁଆକୁ ଲଗାତର ୫ରୁ୭ ମିନିଟ୍‌ ପର୍ଯ୍ୟନ୍ତ ଚଲାନ୍ତୁ। ଏଥିରେ ଚିନି ପକାଇ ଭଲ ଭାବେ ମିକ୍ସ କରନ୍ତୁ।

-ଏବେ ଏଥିରେ ୧୫ ଗ୍ରାମ ବାଦାମ, ୧୫ ଗ୍ରାମ କାଜୁ ମିକ୍ସ କରନ୍ତୁ ଏବଂ ଏହାକୁ ଆଉ ଥରେ ୩ରୁ୫ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ।

-ଏବେ ଆପଣଙ୍କର ହାଲୁଆ ପ୍ରସ୍ତୁତ ହୋଇଯାଇଛି। ଏଥିରେ ଆପଣ ବାଦାମ ଏବଂ କାଜୁ ପକାଇ ଗାର୍ନିସ କରି ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.