ଖରାଦିନେ ପେଟକୁ ଥଣ୍ଡା ରଖିବାକୁ ପିଅନ୍ତୁ କାକୁଡ଼ି-ଲେମ୍ବୁ ଜୁସ୍‌, ଜାଣନ୍ତୁ ତିଆରି ବିଧି

ଆସିଗଲାଣି ଖରାଦିନ। ଏବେ ଟିକେ ବାହାରକୁ ଯାଇ ଚାଲି ଆସିଲେ ଶୋଷରେ ତଣ୍ଟି ଶୁଖିଯାଉଛି। ଏଣୁ ତୁରନ୍ତ ଘରେ ପଶୁ ପଶୁ ପାଣି ଦରକାର ପଡ଼ୁଛି। ଖରାଦିନେ ଜଳୀୟାଂଶ କମିବା ସମସ୍ୟା ତ ସାଧାରଣ ହୋଇଥାଏ। ଏହି ଦିନରେ ପେଟ ଥଣ୍ଡା ରଖିବାକୁ ଲୋକମାନେ ଦହି ସରବତ, ଲେମ୍ବୁ ପାଣି, ଆଖୁ ରସ ଆଦି ପିଇଥାନ୍ତି। ତେବେ ଆପଣ ଚାହିଁଲେ ଖରାଦିନେ ଶରୀରକୁ ଥଣ୍ଡା ରଖିବାକୁ କାକୁଡ଼ି ଓ ଲେମ୍ବୁ ଜୁସ୍‌ ବି ପିଇପାରିବେ। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ…

ଆବଶ୍ୟକୀୟ ସାମଗ୍ରୀ:

୨ଟି କଟା କାକୁଡ଼ି, ୧ ଚାମଚ ଲେମ୍ବୁ ରସ, ୧ ଚାମଚ କଟା ପୋଦିନା ପତ୍ର, ସ୍ୱାଦାନୁସାରେ ଲୁଣ, ସ୍ପ୍ରାଇଟ୍‌(ନ ପକାଇଲେ ବି ଚଳିବ)

ପ୍ରସ୍ତୁତି ପ୍ରଣାଳୀ:

ଗ୍ରାଇଣ୍ଡରରେ କଟା କାକୁଡ଼ିକୁ ପାଣି ନ ଦେଇ ଗ୍ରାଇଣ୍ଡି କରି ନିଅନ୍ତୁ। ଏବେ ଏହାକୁ ଚା’ ଛଣାରେ ଏକ ପାତ୍ରରେ ଛାଣି ଦିଅନ୍ତୁ। ଏବେ ଏଥିରେ ଲେମ୍ବୁ ରସ, ପୋଦିନା ପତ୍ର, ଲୁଣ ଓ ଥଣ୍ଡା ସ୍ପ୍ରାଇଟ୍‌ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏହାକୁ ଗ୍ଲାସ୍‌କୁ କାଢ଼ି ସର୍ଭ କରନ୍ତୁ କାକୁଡ଼ି ଲେମ୍ବୁ ଜୁସ୍‌। ଏହା ଖରାଦିନେ ଶରୀରକୁ ହାଇଡ୍ରେଟ୍‌ ରଖିବାରେ ସାହାଯ୍ୟ କରିଥାଏ। ଆପଣ ଚାହିଁଲେ ସ୍ପ୍ରାଇଟ୍‌ ବ୍ୟବହାର ନ କରି ମଧ୍ୟ ଜୁସ୍‌ କରିପାରିବେ।

Also Read: ଖୁବ୍‌ ଜିଦିଆ ସ୍ୱଭାବର ହୋଇଥାନ୍ତି ଏହି ୪ଟି ରାଶିର ବ୍ୟକ୍ତି, ସବୁ କାମ ନିଜ ଇଚ୍ଛାରେ ହିଁ କରନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.