ମଇଦା ନୁହେଁ ଏବେ ଆଳୁରେ ସହଜରେ ପ୍ରସ୍ତୁତ କରନ୍ତୁ ଜିଲାପି, ଜାଣନ୍ତୁ ଏହି ରେସିପି

ଯଦି ଆପଣଙ୍କୁ କିଛି ମିଠା ଖାଇବାକୁ ଇଚ୍ଛା ହେଉଛି ଏବଂ ଅତିଥିଙ୍କୁ ମଧ୍ୟ ଖୁଆଇବାକୁ ଇଚ୍ଛା ହେଉଛି ତେବେ ତାଙ୍କୁ ଖୁଆନ୍ତୁ ହେଲଦି ଜିଲାପି। ଏହାକୁ ଆପଣ ଅତି ସହଜରେ ବନେଇ ପାରିବେ କାଣ ଏହାକୁ ପ୍ରସ୍ତୁତ କରିବା ପାଇଁ ମଇଦା ନୁହେଁ ଆଳୁର ବ୍ୟବହାର କରିବାକୁ ପଡିଥାଏ। ତେବେ ଜାଣନ୍ତୁ କ୍ରିସପି ଜିଲାପି ବନାଇବାର ପ୍ରସ୍ତୁତି।

ଆବଶ୍ୟକୀୟ ସମାଗ୍ରୀ

ଆଳୁ – ୩

ଆରୋରୁଟ – ଏକ କପ୍

ଚିନି – ଏକ କପ୍

ଲେମ୍ବୁ – ୧

ଦହି – ୧/୨ କପ୍

ପିସ୍ତା – ୨-୩

ହଳଦିଆ ରଙ୍ଗ – ଏକ ଚୁଟକି

ଲାଲ ରଙ୍ଗ – ୧ ଚୁଟକି

ଅଳେଇଚ ପାଉଡର – ଏକ ଟି ସ୍ପୁନ

ଘିଅ – ଏକ ବଡ କପ୍

ପ୍ରସ୍ତୁତି ପ୍ରଣାଳୀ

jalepi-ସର୍ବ ପ୍ରଥମେ ସିଝା ଯାଇଥିବା ଆଳୁକୁ ଥଣ୍ଡା କରି ତାର ଚୋପାକୁ ବାହାର କରି ଚକଟି ଦିଅନ୍ତୁ।

-ଏବେ ଚକଟା ଯାଇଥିବା ଆଳୁରେ ଆରୋରୁଟ ପାଉଡର, ଅଧା ଲେମ୍ବୁ ଦହି, ପିସ୍ତା ଏବଂ ଏକ ଚୁଟକି ଲାଲ ଏବଂ ହଳଦିଆ ରଙ୍ଗ ପକାଇ ସବୁକୁ ଭଲ ଭାବେ ମିଶ୍ରଣ କରିଦିଅନ୍ତ। ଧ୍ୟାନ ରଖନ୍ତୁ ଯେପରି ଏହା ଅଧିକ ଟାଇଟ କିମ୍ବା ଅଧିକ ଗାଢ଼ ନ ହୋଇଥିବ।

-ଆଳୁ ଜିଲାପି ପାଇଁ ଏକ ଗ୍ଲାସ ନେବା ଏବଂ ସେହି ଗ୍ଲାସ ଭିତରେ ଏକ ସଫା ପଲିଥିନ ରଖିବା ଏବଂ ଏଥିରେ ସେହି ପେଷ୍ଟକୁ ଢ଼ାଳିବା।

-ଏହି କୋନର ଉପର ଅଂଶକୁ ଭଲଭାବେ ବାନ୍ଧିଦେବା ଏବଂ କୋନର ତଳ ଅଂଶକୁ ସାମାନ୍ୟ କାଟିଦେବା। ଧ୍ୟାନ ରଖନ୍ତୁ ଯେପରି ଅଧିକ ନ କାଟି ଦିଅନ୍ତି। ଏହାକୁ ମେହେନ୍ଦୀ କୋନ ଭଳି ହିଁ ବନାନ୍ତୁ।

-ଏବେ ଗ୍ୟାସ ଅନ କରି ଏକ ପ୍ୟାନନରେ ଘିଅ କିମ୍ବା ତେଲ ଗରମ କରନ୍ତୁ। ଯେତେବେଳେ ତେଲଭଲଭାବେ ଗରମ ହୋଇଯିବ ଜିଲାପିର ସେପ ଦେଇ କୋନ ସାହାଯ୍ୟରେ ତେଲରେ ପକାନ୍ତୁ।

-ଧୀମା ଆଞ୍ଚରେ କ୍ରିସପି ହେବା ଯାଏ ଏହାକୁ ଛାଣନ୍ତୁ। ଏହା ପ୍ରସ୍ତୁତ ହୋଇଗଳେ ଗରମ ଗରମ ଏହାକୁ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.