Below header

ଯାଜପୁର : ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିନରେ ପ୍ରାର୍ଥିପତ୍ର ଦାଖଲ କଲେ କିନ୍ନର କାଜଲ

ଯାଜପୁର : ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିନରେ ଜିଲ୍ଲାର ପ୍ରଥମ କିନ୍ନର ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ । କୋରେଇ ବିଧାନସଭା ଆସନ ପାଇଁ ବିଏସପି ବିଧାୟିକା ପ୍ରାର୍ଥୀ କାଜଲ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିଜ ସମର୍ଥକଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରାରେ ଆସି ଯାଜପୁର ଜିଲାପାଳ ଅଫିସରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମଙ୍କନ ପତ୍ର ଦାଖଲ କରିଛନ୍ତି କାଜଲ । ପୂର୍ବରୁ କାଜଲ ଅନେକ ସ୍ବେଚ୍ଛାସେବୀ ସଂଗଠନ ସହ ଜଡ଼ିତ ରହି ସମାଜସେବା କରୁଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ନିର୍ବାଚନ ବୈତରଣୀ ପାର କରିବେ ବୋଲି ସେ ମତ ରଖିଛନ୍ତି । ଜଣେ କିନ୍ନର ଭାବରେ ଜିଲ୍ଲାରେ ପ୍ରଥମ କରି ନିର୍ବାଚନ ଲଢ଼ୁଥିବାରୁ ଭୋଟର ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.