ରାତିର ବାସି ରୁଟିକୁ ଫୋପାଡନ୍ତୁନାହିଁ, ଏପରି ବନାନ୍ତୁ ସାଣ୍ଡଓ୍ଵିଚ୍
ରାତିରେ ଖାଇବା ବଳକା ରହିଗଲେ ସକାଳୁ ତାହା ଡଷ୍ଟବିନରେ ପଡେ। କିନ୍ତୁ ଏହା କିଛି ଲୋକଙ୍କୁ ପସନ୍ଦ ନଥାଏ। କିନ୍ତୁ ବାସି ବଳକା ରୁଟିକୁ କଣ କରିବେ ଭାବି ଡଷ୍ଟବିନରେ ଫୋପାଡି ଦିଅନ୍ତି। ତେଣୁ ଆଜି ଆମେ ଆପଣଙ୍କୁ କହିବୁ କିଛି ଏପରି ଡିସ୍ ଯାହା ପାଇଁ ଆପଣ ବାସି ରୁଟି ଆଉ ଫୋପାଡିବେନାହିଁ। ଆମେ ଆପଣଙ୍କୁ ଆଜି କହିବୁ ଆପଣ ବାସି ରୁଟିରେ ସାଣ୍ଡଓ୍ଵିଚ୍ କେମିତି ପ୍ରସ୍ତୁତ କରିବେ ।
ଆବଶ୍ୟକ ସାମଗ୍ରୀ
ବଳକା ରୁଟି
୧ କପ୍ ସିଝା ଆଳୁ
୧/୪ ଚାମଚ ଗରମ ମସଲା
୧/୨ ଚାମଚ୍ ସୋରିଷ
୨ ଚାମଚ ଟମାଟୋ ସସ୍
ଲୁଣ ସ୍ୱାଦାନୁସାରେ
ତେଲ ଆବଶ୍ୟକ ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ
- ସର୍ବପ୍ରଥମେ ମିଡିୟମ୍ ଆଞ୍ଚରେ ପ୍ୟାନରେ ତେଲ ପକାଇ ଗରମ କରନ୍ତୁ।
- ଏଥିରେ ଅଳ୍ପ ରାଇ ପକାଇ ଦିଅନ୍ତୁ।
- ଏବେ ପିଆଜ ପକାଇ ଏହାକୁ ନରମ ହେବା ପର୍ଯ୍ୟନ୍ତ ଭାଜନ୍ତୁ।
- ଏହାପରେ ଏଥିରେ ସିଝା ଆଳୁ, ଗରମ ମସଲା, ଲାଲ ଲଙ୍କା ପାଉଡର ଏବଂ ଲୁଣ ପକାନ୍ତୁ।
- ୨ ମିନିଟ୍ ପର୍ଯ୍ୟନ୍ତ ଏହାକୁ ଭାଜିବା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏବଂ ମିଶ୍ରଣକୁ ଥଣ୍ଡା କରିବା ପାଇଁ ଅଲଗା ରଖିଦିଅନ୍ତୁ।
- ମିଡିୟମ୍ ଆଞ୍ଚରେ ତାଓ୍ଵାରେ ତେଲ ଗରମ କରନ୍ତୁ।
- ଏହାରି ଭିତରେ ରାତିରେ ବଳି ପଡିଥିବା ରୁଟିକୁ ପ୍ଲେଟରେ ରଖିଦିଅନ୍ତୁ।
- ପ୍ରଥମେ ରୁଟିରେ ଟମାଟୋ ସସ୍ ଲଗାନ୍ତୁ। ଏହାପରେ ମିଶ୍ରଣର ଗୋଟେ ଚାମଚକୁ ରଖି ରୁଟିକୁ ଫୋଲ୍ଡ କରିଦିଅନ୍ତୁ।
- ଏବେ ତାଓ୍ଵା ଉପରେ ରୁଟିକୁ ରଖି ଦୁଇପାଖକୁ ଭଲଭାବେ ସେକି ଦିଅନ୍ତୁ।
- ଏହିଭଳି ଭାବେ ସମସ୍ତ ରୋଟିକୁ ପ୍ରସ୍ତୁତ କରିଦିଅନ୍ତୁ।
- ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ରୁଟି ସାଣ୍ଡଓ୍ଵିଚ୍। ଏହାକୁ ଚଟଣୀ କିମ୍ବା ଟମାଟୋ କେଚଅପ୍ ସହ ଖାଇ ମଜା ନେଇପାରିବେ।