୧ ଘଣ୍ଟା ୩୨ ମିନିଟ୍‌ରେ ଶେଷ ହେଲା ବଜେଟ୍‌ ଭାଷଣ; ନିଜ ରେକର୍ଡକୁ ବି ଭାଙ୍ଗି ପାରିଲେନି ନିର୍ମଳା ସୀତାରମଣ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଲଗାତାର ଦ୍ୱିତୀୟ ଥର ପାଇଁ ଉପସ୍ଥାପିତ ହୋଇଥିବା ପେପରଲେସ୍‌ ବଜେଟରେ ଅର୍ଥମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ଆର୍ଥିକ ଆବଣ୍ଟନ କରିଛନ୍ତି। ଆୟକର ମାମଲାରେ ବେତନପ୍ରାପ୍ତ ବର୍ଗକୁ କୌଣସି ଆରାମ ମିଳି ନାହିଁ। ଯଦିଓ ଏହି ସମୟରେ ସୀତାରମଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି।

ଏ ପର୍ଯ୍ୟନ୍ତର ସବୁଠାରୁ ଛୋଟ ବଜେଟ୍ ଭାଷଣ!

ଅର୍ଥମନ୍ତ୍ରୀ ସକାଳ ୧୧ଟାରେ ଲୋକସଭାରେ ନିଜର ବଜେଟ୍ ଭାଷଣ ଆରମ୍ଭ କରିଥିଲେ। ବଜେଟ୍ ଭାଷଣକୁ ସେ ଦ୍ୱିପ୍ରହର ପାଖାପାଖି ୧୨ଟା ୩୨ ମିନିଟ୍‌ରେ ପୂରା କରି ଦେଇଥିଲେ। ଅର୍ଥାତ୍‌ ଏହାର ମୋଟ ସମୟ ରହିଛି ୧ ଘଣ୍ଟା ୩୨ ମିନିଟ୍। ଏହା ନିର୍ମଳା ସୀତାରମଣଙ୍କର ଚତୁର୍ଥ ବଜେଟ୍। ପୂର୍ବ ବର୍ଷଗୁଡିକରେ ତାଙ୍କ ବଜେଟ୍ ଭାଷଣ ଏହାଠାରୁ ଅଧିକ ଲମ୍ବା ରହିଥିଲା। ଏମିତିରେ ଏହା ହେଉଛି ତାଙ୍କର ସବୁଠାରୁ ଛୋଟ ବଜେଟ୍ ଭାଷଣ।

ସବୁଠାରୁ ଲମ୍ବା ବଜେଟ୍ ଭାଷଣ

ଆଜି ପର୍ଯ୍ୟନ୍ତ ନିର୍ମଳା ସୀତାରମଣଙ୍କର ପରିଚୟ ଲମ୍ବା ବଜେଟ୍ ଭାଷଣ ପାଇଁ ରହିଛି। ୨୦୧୯ରେ ନିଜର ପ୍ରଥମ ବଜେଟ୍ ଭାଷଣ ୨ ଘଣ୍ଟା ୧୫ ମିନିଟ୍ ଧରି ପଢ଼ିଥିଲେ। ଏହାପରେ ୨୦୨୦ରେ ସେ ୨୦୧୯ ବଜେଟ୍ ଭାଷଣର ରେକର୍ଡ ଭାଙ୍ଗିଥିଲେ। ୨୦୨୦ରେ ପୂରା ବଜେଟ୍ ଭାଷଣ ପଢ଼ିବାରେ ତାଙ୍କୁ ୨ ଘଣ୍ଟା ୪୧ ମିନିଟ୍ ସମୟ ଲାଗିଥିଲା। ଏହି ଭାଷଣରେ ୧୮ ହଜାର ୯୨୬ ଶବ୍ଦ ଥିଲା। ଏହି ଭାଷଣ ସହିତ ତାଙ୍କର ନାମ ଏ ପର୍ଯ୍ୟନ୍ତର ସବୁଠାରୁ ଲମ୍ବା ବଜେଟ୍ ଭାଷଣ ପଢ଼ିବାରେ ରେକର୍ଡ ରହିଛି। ଏହାପରେ ବର୍ଷ ୨୦୨୧ରେ ତାଙ୍କ ବଜେଟ୍ ଭାଷଣର ଅବଧି ହ୍ରାସ ପାଇ ୧ ଘଣ୍ଟା ୫୦ ମିନିଟ୍‌ ରହିଥିଲା। ଏବେ ଚତୁର୍ଥ ଥର ୨୦୨୨ରେ ସେ ମାତ୍ର ୧ ଘଣ୍ଟା ୩୨ ମିନିଟରେ ହିଁ ବଜେଟ୍ ଭାଷଣ ପୂରା କରି ଦେଇଥିଲେ।

ଲମ୍ବା ବଜେଟ୍ ଭାଷଣ

୨୦୨୦ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨ ଘଣ୍ଟା ୪୦ ମିନିଟର ବଜେଟ୍ ଭାଷଣ ପଢ଼ିଥିଲେ। ୨୦୧୯ରେ ସେ ୨ ଘଣ୍ଟା ୧୫ ମିନିଟରେ ବଜେଟ୍ ଭାଷଣ ପୂରା କରିଥିଲେ। ୨୦୦୩ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଯସୱନ୍ତ ସିଂ ୨ ଘଣ୍ଟା ୧୩ ମିନିଟର ବଜେଟ୍ ଭାଷଣ ପଢ଼ିଥିଲେ। ୨୦୧୪ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବଜେଟ୍ ଭାଷଣ ପାଇଁ ୨ ଘଣ୍ଟା ୧୦ ମିନିଟ୍ ସମୟ ନେଇଥିଲେ।

ଛୋଟ ବଜେଟ୍ ଭାଷଣ

ଶବ୍ଦ ଅନୁସାରେ ଦେଖିଲେ, ନିର୍ମଳା ସୀତାରମଣଙ୍କ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୯୯୧ରେ ୧୮,୬୫୦ ଶବ୍ଦର ବଜେଟ୍ ଭାଷଣ ପଢ଼ିଥିଲେ। ଏ ପର୍ଯ୍ୟନ୍ତର ସବୁଠାରୁ ଛୋଟ ବଜେଟ୍ ଭାଷଣର ରେକର୍ଡ ୧୯୭୭ରେ ହିରୁଭାଇ ଏମ୍‌ ପଟେଲଙ୍କ ନାମରେ ରହିଛି। ସେ ସେହି ସମୟରେ ମଧ୍ୟବର୍ତ୍ତୀ ବଜେଟ୍ ଉପସ୍ଥାପନ କରି ୮୦୦ ଶବ୍ଦର ସବୁଠାରୁ ଛୋଟ ବଜେଟ୍‌ ଭାଷଣ କିଛି ହିଁ ମିନିଟରେ ପୂରା କରି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.