ଥଣ୍ଡାରୁ ଆପଣଙ୍କୁ ଦୂରେଇ ରଖିବ ଓନିୟନ୍‌ ଗାର୍ଲିକ ସୁପ୍‌, କେମିତି ପ୍ରସ୍ତୁତ କରିବେ ଜାଣନ୍ତୁ

ଥଣ୍ଡାରେ ଆପଣଙ୍କୁ ଏକଦମ୍‌ ଆରାମ ଦେବ ଗାର୍ଲିକ ଅନିୟନ୍‌ ସୁପ୍‌। ଶୀତ ଋତୁରେ ଖାସ୍‌ କରି ଏହି ସମୟରେ ଲୋକମାନଙ୍କୁ ବହୁତ ଥଣ୍ଡା ଧରିଥାଏ। ତେଣୁ ଆପଣ ଘରେ ଅନିୟନ୍‌ ଗାର୍ଲିକ ସୁପ୍‌ କରି ପିଅନ୍ତୁ। ଆପଣଙ୍କୁ ତାଜା ତାଜା ଅନୁଭବ ସହିତ ଥଣ୍ଡା ଥିରେ ଦୂରେଇ ଯିବ। ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ପିଆଜ – ୨
ରସୁଣ – ୧୦ ରୁ ୧୨ କୋଲା
ଲୁଣ – ସ୍ୱାଦାନୁସାରେ
ଲହୁଣୀ – ୧ ଚାମଚ

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ପିଆଜ ଏବଂ ରସୁଣକୁ କାଟି ଅଲଗା ରଖନ୍ତୁ।
ଏହାପରେ ଏକ ପ୍ୟାନରେ ଲହୁଣୀ ପକାଇ ମଧ୍ୟମ ଆଞ୍ଚରେ ଗରମ କରନ୍ତୁ।
ଏବେ ଏଥିରେ କଟା ହୋଇଥିବା ରସୁଣ ଏବଂ ପିଆଜକୁ ପକାଇ ଚାରି ରୁ ପାଞ୍ଚ ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ।
ପାଞ୍ଚ ମିନିଟ୍‌ ପରେ ଏଥିରେ ଏକ କପ୍‌ ପାଣି ପକାଇ କିଛି ସମୟ ଫୁଟାଇ ଦିଅନ୍ତୁ। ଏହା ଥଣ୍ଡା ହେବା ପରେ ଗ୍ରାଇଣ୍ଡିଂ କରି ପେଷ୍ଟ ବନାଇ ଦିଅନ୍ତୁ।
ପେଶିବା ପରେ ଏହାକୁ ପୁର୍ନବାର ଫୁଟାଇ ଦିଅନ୍ତୁ। ଏଥିରେ ଲୁଣ ଏବଂ ଗୋଲମରୀଚ ପାଉଡର ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ।
ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଗରମା ଗରମ ଓନିୟନ ଗାର୍ଲିକ ସୁପ୍‌

 

Leave A Reply

Your email address will not be published.