Below header

କଣ ଆପଣ କେବେ ଖାଇଛନ୍ତି ‘ପାମ୍ପଡ ତରକାରି’, ମାତ୍ର କିଛି ମିନିଟରେ ହେବ ପ୍ରସ୍ତୁତ

ଆପଣ ପାମ୍ପଡର ସ୍ୱାଦକୁ ତ ଜାଣିଥିବେ। ଖାଦ୍ୟ ସହିତ ଏହାକୁ ଖାଇଲେ ଖାଦ୍ୟର ସ୍ୱାଦ ବଢ଼ଯାଇଥାଏ। କିନ୍ତୁ କଣ ଆପଣ କେବେ ଭାବିଛନ୍ତି ପାମ୍ପଡକୁ ଆପଣ ତରକାରି କରି ମଧ୍ୟ ଖାଇପାରିବେ। ଏହି କରି ଦ୍ୱାରା ଆପଣ ଏହାର ସୁନ୍ଦର ସ୍ୱାଦ ପାଇଁ କାହାର ମନକୁ ବି କିଣିପାରିବେ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଏହାକୁ ବନାଇବାର ଉପାୟ ବିଷୟରେ ଜଣାଇବୁ। ଯାହାକୁ ଆପଣ ମାତ୍ର କିଛି ମିନିଟ୍‌ ମଧ୍ୟରେ ପ୍ରସ୍ତୁତ କରିପାରିବେ।

ଆବଶ୍ୟକୀୟ ସାମଗ୍ରୀ

ପାମ୍ପଡ- ୮ଟି

ଦହି – ୧/୨ କପ୍‌

ତେଲ – ୧ ଛୋଟ ଚାମଚ

ଗରମ ମସଲା – ଅଧା ଚାମଚ

ପାଉଡର – ୧/୨ ଛୋଟ ଚାମଚ

ଧନିଆ ପାଉଡର – ୧/୨ ଛୋଟ ଚାମଚ

ମେଥି ଦାନା – ୧/୨ ଛୋଟ ଚାମଚ

କଶ୍ମିରୀ ଲଙ୍କା ପାଉଡର – ୧/୨ ଛୋଟ ଚାମଚ

ଲଙ୍କା – ୪ଟି (ଲମ୍ବା କରି କଟା ହୋଇଥିବା)

ଲୁଣ – ସ୍ୱାଦାନୁସାରେ

ପ୍ରସ୍ତତି ପ୍ରଣାଳୀ

ପାମ୍ପଡକୁ ୨ ଭାଗରେ ଭାଙ୍ଗି ଦିଅନ୍ତୁ ଏବଂ ଏହାକୁ ୭ରୁ୮ ମିନିଟ୍‌ ପର୍ଯ୍ୟନ୍ତ ପାଣିରେ ଭିଜାଇ ଦିଅନ୍ତୁ। ଏବେ ଦହିରେ ଲୁଣ, ହଳଦି ପାଉଡର ଏବଂ ଧନିଆ ପାଉଡର ମିଶାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାପରେ ଏକ ଫ୍ରାଏ ପ୍ୟାନ ନେଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ମେଥି ଦାନା ପକାନ୍ତୁ। ଏହାପରେ ଏଥିରେ କଟା ହୋଇଥିବା କଞ୍ଚା ଲଙ୍କା ଏବଂ କାଶ୍ମୀର ଲଙ୍କା ପାଉଡର ମିଶାଇ ସାମାନ୍ୟ ଭାଜି ଦିଅନ୍ତୁ। ଏବେ ପ୍ୟାନରେ ଦହି ଏବଂ ଏକ କପ୍‌ ପାଣି ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଯେତେବେଳେ ପାଣି ଫୁଟିଯିବ ସେଥିରେ ପାମ୍ପଡ ଏବଂ ଗରମ ମସଲା ମିଶାଇ ଦିଅନ୍ତୁ ଏବଂ ୧ ମିନିଟ୍‌ ପର୍ଯ୍ୟନ୍ତ ରାନ୍ଧନ୍ତୁ। ଏହାପରେ ବାହାରକୁ କାଢ଼ି ଦିଅନ୍ତୁ କାରଣ ଆପଣଙ୍କର କରି ପ୍ରସ୍ତତ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.