ଭୁଲରେ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି କି? ତେବେ ଜାଣନ୍ତୁ ଫେରି ପାଇବାର ଉପାୟ

ବର୍ତ୍ତମାନର ଡିଜିଟାଲ ଦୁନିଆରେ ଲୋକମାନେ ଅନଲାଇନ ମାଧ୍ୟମରେ ପେମେଣ୍ଟ ଏବଂ ଟଙ୍କା ଟ୍ରାନ୍ସଫର କରୁଛନ୍ତି। ଅଧିକାଂଶ ଲୋକମାନେ ନିଜର ସାଙ୍ଗ ସାଥି ଏବଂ ପରିଜନଙ୍କୁ ଟଙ୍କା ଦେବା ପାଇଁ ଅନଲାଇନ୍‌ ମନି ଟ୍ରାନ୍ସଫର ପ୍ଲାଟଫର୍ମର ସାହାରା ନେଉଛନ୍ତି। କାରଣ ଏଥିରେ କିଛି ପରିଶ୍ରମ କରିବାକୁ ପଡିନଥାଏ ଏବଂ ସମୟ ମଧ୍ୟ ବଞ୍ଚିଥାଏ।

ଏସବୁ ଛଡା ଲୋକମାନେ ରିଚାର୍ଜ କରିବା ଠାରୁ ନେଇ ବିଜୁଳି ବିଲ୍‌ ଭରିବା ଏବଂ ମୋବାଇଲ ରିଚାର୍ଜ କରିବା ଆଦିର ପେମେଣ୍ଟକୁ ମୋବାଇଲ ଦ୍ୱାରା ହିଁ କରୁଛନ୍ତି କିନ୍ତୁ ଅନେକ ଥର ଏମିତି ହୋଇଥାଏ ଯେ ଲୋକମାନେ ଭୁଲରେ ଅଲଗା ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଦିଅନ୍ତି ଏବଂ ଆଉ କେତେବେଳେ କେହି ଭୁଲ ଉପାୟରେ ଆପଣଙ୍କ ଟଙ୍କାକୁ ଉଠାଇନିଏ। ତେଣୁ ଆପଣଙ୍କର ଏହିସବୁ ସମସ୍ୟା ପାଇଁ ଆଜି ଆମେ ଆପଣଙ୍କୁ ଏକ ସୂଚନା ଦେବୁ, ଯାହା ସାହାଯ୍ୟରେ ଆପଣ ଆପଣଙ୍କର କଷ୍ଟ ଉପାର୍ଜିତ ଟଙ୍କାକୁ ସୁରକ୍ଷିତ ରଖିପାରିବେ।

online transferଚଳିତ ବର୍ଷ ଆରମ୍ଭରୁ ହିଁ ମୁମ୍ବାଇର ଏକ ବ୍ୟବସାୟୀଙ୍କ ସହିତ ଅନଲାଇନ ଧୋକା ହୋଇଛି। ବ୍ୟବସାୟୀଙ୍କ ପାଖକୁ ୬ଟି ମିସଡ୍‌ କଲ ଆସିଥିଲା ଏବଂ ଯେତେବେଳେ ବ୍ୟବସାୟୀ ଜଣଙ୍କ ସକାଳୁ ଉଠିଲେ ସେତେବେଳେ ଦେଖିଲେ ଯେ ତାଙ୍କ ଖାତାରୁ ୧.୮୬ କୋଟି ଟଙ୍କା ଉଠାଇ ନିଆଯାଇଛି। ସେହିପରି ଏହିଭଳି ଘଟଣା ପ୍ରଥମ ନୁହେଁ ଏମିତି ଅନେକ ଘଟଣା ପ୍ରାୟ ପ୍ରତ୍ୟେକଦିନ ଦେଖିବାକୁ ମିଳୁଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରିଜର୍ଭ ବ୍ୟାଙ୍କ ଅନୁଯାୟୀ, ଯଦି ଆପଣଙ୍କ ବିନା ଅନୁମତିରେ କେହି ଆପଣଙ୍କର ଟଙ୍କାକୁ ଉଠାଇ ନେଉଛି ତେବେ ଆପଣ ତିନି ଦିନ ଭିତରେ ଏହି ସମ୍ପର୍କରେ ବ୍ୟାଙ୍କରେ ସୂଚନା ଦେବେ। ଏହାଦ୍ୱାରା ଆପଣଙ୍କ ଟଙ୍କାକୁ ବ୍ୟାଙ୍କ୍‌ ଫେରାଇପାରେ।

rbiଏହାପରେ ବ୍ୟାଙ୍କ ଯାଞ୍ଚ କରିବ ଯେ ଆପଣଙ୍କ ଟଙ୍କା ଭୁଲରେ ଅନ୍ୟ ଆକାଉଣ୍ଟକୁ ଯାଇଛି ନା କେହି ଜାଣି ଜାଣି ଭୁଲ ଉପାୟରେ ଟଙ୍କା ଉଠାଇଛି। ଏହି ଯାଞ୍ଚ ପୂରା ହେବା ପରେ ବ୍ୟାଙ୍କ୍‌ ଆପଣଙ୍କ ପୂରା ଟଙ୍କା ଫେରାଇବ, କିନ୍ତୁ ଏଥିପାଇଁ ଆପଣଙ୍କୁ କିଛି ସର୍ତ୍ତକୁ ପାଳନ କରିବାକୁ ପଡିବ।

ଏହାସହ ପଢନ୍ତୁ : EPFO ଦେଲା ଚାକିରିଆଙ୍କୁ ଉପହାର, ଏଣିକି ନିଜେ ଜେନେରେଟ କରିପାରିବେ UAN

ଟଙ୍କା ଫେରି ପାବାକୁ ହେଲେ ଆପଣଙ୍କୁ ପ୍ରଥମେ ଏଟିଏମ କାର୍ଡ ନମ୍ବର ଏବଂ ଇଣ୍ଟରନେଟ୍‌ ବ୍ୟାକିଂ ସେବାକୁ ବନ୍ଦ କରିବାକୁ ହେବ। ଏହାପରେ ପୋଲିସ ପାଖରେ ଏହି ସମ୍ପର୍କରେ ଏଫଆଇଆର ଦିଅନ୍ତୁ। ଏହାପରେ ଏଫଆଇଆରର ଗୋଟେ କପିକୁ ନେଇ ଆପଣଙ୍କୁ ବ୍ୟାଙ୍କରେ ଜମା କରିବାକୁ ହେବ। ସବୁଠାରୁ ବଢ କଥା ହେଉଛି ଆପଣଙ୍କୁ ପ୍ରଥମେ ବ୍ୟାଙ୍କ ସହିତ ଏହି ବିଷୟରେ କଥା ହେବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.