Below header

ନିୟମିତ କଫି ପିଅନ୍ତୁ, ଲିଭର କ୍ୟାନ୍ସର ଠାରୁ ଦୁରେଇ ରୁହନ୍ତୁ

ପୃଥିବୀର ପ୍ରାୟ ସବୁ ଦେଶର ଲୋକେ କଫି ପିଇବାକୁ ପସନ୍ଦ କରିଥାନ୍ତି । ପୂର୍ବରୁ ହୋଇଥିବା ଏକ ଗବେଷଣା ଅନୁଯାୟୀ କଫି ପିଇବା ପରେ ବ୍ରେନ ବା ମସ୍ତିସ୍କ ଅଧିକ କ୍ରିୟାଶୀଳ ହୋଇଉଠେ । ଫଳରେ ଶରୀର ଅଧିକ ଫୁର୍ତ୍ତି ହୁଏ । କିନ୍ତୁ ଏହି କଫିଯେ କ୍ୟାନ୍ସର ପରି ଏକ ଗମ୍ଭୀର ସମସ୍ୟାକୁ ମଧ୍ୟ ମାତ ଦେଇପାରେ ତାହା ହୁଏତ ଖୁବ କମ ଲୋକ ଜାଣିଥିବେ । ଏକ ଅଧୟନରୁ ଜଣାପଡିଛି ଯେ ଯେଉଁ ମାନେ ନିୟମିତ କଫି ପିଅନ୍ତି ସେମାନଙ୍କର ଲିଭର କ୍ୟାନ୍ସର ପରି ମାରାତ୍ମକ ରୋଗ ହେବାର ଆଶଙ୍କା ପ୍ରାୟ ୫୦ ପ୍ରତିଶତ କମ କରିପାରିବ । ଏହା ପଛର ପ୍ରକୃତ କାରଣ ହେଉଛି କଫିର ମଞ୍ଜିରେ ପଲିହେନଲସ ନାମକ ଏକ ରସାୟନ ପଦାର୍ଥ ଥାଏ । ଏହି ତତ୍ତ୍ୱ କ୍ୟାନସର ପରି ରୋଗର ସେଲସ ମାନଙ୍କ ବୃଦ୍ଧିରେ ବାଧା ଦେଇଥାଏ । ନିକଟରେ କ୍ୱିନ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ମାନେ ୫ ଲକ୍ଷ ଲୋକଙ୍କୁ ନେଇ ଏହି ଅଧ୍ୟୟନ କରିଥିଲେ ।

ଏଥିରେ ସାମିଲ ହୋଇଥିବା ବ୍ୟକ୍ତିମାନଙ୍କ ଭିତରୁ ପ୍ରାୟ ତିନି ଚତୁର୍ଥାଂଶ ଲୋକଙ୍କୁ ପ୍ରତିଦିନ ନିୟମିତ ଭାବେ କଫି ପିଇବାକୁ ଦିଆଯାଇଥିଲା । ପ୍ରାୟ ଦେଢ଼ ମାସ ପରେ ଦେଖାଯାଇଥିଲାକି କଫି ପିଇବା ଦ୍ଵାରା ସେମାନଙ୍କ ଶରୀର ଉପରେ ଏକ ସୁପ୍ରଭାବ ପଡୁଛି । ଏମିତିକି ଶରୀରର ଲିଭର କ୍ୟାନ୍ସର ହେବା ଚାନ୍ସକୁ ବହୁଳ ମାତ୍ରାରେ କମାଇ ଦେଇଥାଏ । କଫିରେ ମହଜୂତ ଥିବା ଆଣ୍ଟି ଆକ୍ସିଡେଣ୍ଟ ଓ କଫିନ ପରି ତତ୍ତ୍ୱ ହିଁ କ୍ୟାନ୍ସର ପରି ମାରାତ୍ମକ ରୋଗ ସହ ଲଢ଼ିବା ପାଇଁ ସମର୍ଥ ହୋଇଥାଏ । ଖାଲି କଫି ପିଇଲେ ଯେ ଲିଭର କ୍ୟାନ୍ସର ପରି ମାରାତ୍ମକ ରୋଗ ହେବାର ସମସ୍ୟା ଦୂର ହେବ ତାହା ନୁହେଁ ଏଥିପାଇଁ ମଣିଷର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ନିହାତି ଆଣିବାକୁ ପଡିବ । ସିଗାରେଟ ଟାଣିବା ଓ ଆଲକୋହଲ ସେବନକୁ ମଧ୍ୟ ବନ୍ଦ କରିବାକୁ ପଡିବ ।

coffee

ଏହି ପରୀକ୍ଷଣ ପାଇଁ ୩୬୫,୧୫୭ ଜଣ ନିୟମିତ କଫି ପିଉଥିବା ଓ ୧,୦୦,୦୦୦ କଫି ନ ପିଉଥିବା ଲୋକଙ୍କୁ ନେଇ କରାଯାଇଥିଲା । ପୂର୍ବରୁ ୨୦୦୭ରେ ହୋଇଥିବା ପରୀକ୍ଷଣରୁ ଜଣା ଯାଇଥିଲାକି କଫି ପିଇଲେ ମାଂସ ପେଷି ଗୁଡିକ ଅଧିକ ମଜବୁତ ହୋଇଥାଏ । ଜିମରୁ ଫେରିବା ପରେ ଶରୀରରେ ହେଉଥିବା ବିଭିନ୍ନ ପୀଡା ଗୁଡିକ ମଧ୍ୟ କଫି ପିଇବା ପରେ ଦୂର ହୋଇଥାଏ । କଫିରେ ୧.୮ ଗ୍ରାମର ଫାଇବର ମହଜୂତ ଥାଏ । କଫି ପିଇବା ପରେ ଶରୀରରେ ମଧ୍ୟ ଫାଇବରର ମାତ୍ରା ଯଥେଷ୍ଟ ବଢିଯାଏ । ନିୟମିତ କଫି ପିଇଲେ ଟାଇପ-୨ ଡାଇବେଟିସ ହେବାର ଆଶଙ୍କା ମଧ୍ୟ ବହୁ ପରିମାଣରେ ଦୂର ହୋଇଥାଏ । କଫି ପିଇଲେ ଆଲଯାଇମର ଓ ଅବସାଦ ପରି ସମସ୍ୟା ମଧ୍ୟ ଦୂର ହୋଇଥାଏ । ଯାହାଦ୍ୱାରା ମସ୍ତିଷ୍କର ଆତ୍ମହତ୍ୟା ପ୍ରବଣତା ମଧ୍ୟ ହ୍ରାସ ପାଇଥାଏ । ଏମିତିକି କଫି ବ୍ଲଡ଼ ପ୍ରେସରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । କିନ୍ତୁ ସବୁବେଳେ ମନେରଖିବା ଉଚିତ କଫି କୁ ଏକ ନିର୍ଦ୍ଦିଷ୍ଟ ମାତ୍ରାରେ ହିଁ ପିଇବା ସର୍ବୋତ୍କୃଷ୍ଟ । ଅତ୍ୟଧିକ କଫି ପିଇଲେ ଶରୀର ପ୍ରତି ନକାରାତ୍ମକ ପ୍ରଭାବ ପକାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.