ଘରେ ମିନିଟରେ ପ୍ରସ୍ତୁତ କରନ୍ତୁ ରାଜସ୍ଥାନୀ ସ୍ପେଶାଲ ଲଙ୍କା ଚପ୍‌

ଯେତେବେଳେ ବି ରାଜସ୍ଥାନ ଭୋଜନର କଥା ଆସେ ସେତେବେଳେ ଷ୍ଟ୍ରୀଟ ଫୁଡ୍ସ କଥା ପ୍ରଥମେ ମନକୁ ଆସେ। ଏମିତି ହିଁ ଏକ ଷ୍ଟ୍ରୀଟ ଫୁଡ୍ ହେଉଛି ଚଟପଟା ରାଜସ୍ଥାନୀ ସିମଲା ଲଙ୍କା ଚପ୍‌। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୧୨-୧୫ଟି କଞ୍ଚା ଲଙ୍କା
  • ଏକ କପ୍ ବେସନ
  • ୧ ଚାମଚ ଲୁଣ
  • ପାଣି – ଆବଶ୍ୟକ ଅନୁସାରେ
  • ତେଲ – ଛାଣିବା ପାଇଁ
  • ୨୫୦ ଗ୍ରାମ ଆଳୁ (ସିଝା ହୋଇଥିବା)
  • ୧ ଚାମଚ ଲାଲ ଲଙ୍କା ପାଉଡର
  • ଦୁଇ ଚାମଚ ଆମଚୁର ପାଉଡର
  • ୨ ଚାମଚ ଧନିଆ ପାଉଡର
  • ୧/୪ ଟେବୁଲ ଚାମଚ ହେଙ୍ଗୁ
  • ୨ ଚାମଚ ପାନମଧୁରୀ
  • ୧ ଚାମଚ କଞ୍ଚା ଲଙ୍କା (ଛୋଟ କଟା ହୋଇଥିବା)

ପ୍ରସ୍ତୁତି ପ୍ରଣାଳୀ

  1. ପ୍ରଥମେ ସିଝା ଆଳୁରେ ଲଙ୍କା ପାଉଡର, ଲୁଣ, ଆମଚୁର ପାଉଡର, ହେଙ୍ଗୁ ଏବଂ କଞ୍ଚା ଲଙ୍କା ମିଶାଇ ଭଲଭାବେ ମିଶାଇ ଦିଅନ୍ତୁ।
  2. ଏହାପରେ ସିମଲା ଲଙ୍‌କା ଧୋଇ ମଝିରୁ କାଟି ତାହାର ମଞ୍ଜି ବାହାର କରିଦିଅନ୍ତୁ। ଏହାପରେ ଏହା ଭିତରେ ଆଳୁର ମିଶ୍ରଣକୁ ଭରି ଦିଅନ୍ତୁ।
  3. ଏବେ ବେସନରେ ଲୁଣ ପକାଇ ପାଣି ଦେଇ ଏକ ଘୋଳ ପ୍ରସ୍ତୁତ କରିଦିଅନ୍ତୁ। ଧ୍ୟାନ ରଖନ୍ତୁ ଘୋଳର ମିଶ୍ରଣ ଯେମିତି ଅଧିକ ପତଳା ହେବନାହିଁ।
  4. ତେଲ ଗରମ କରନ୍ତୁ ଏବଂ ସିମଲା ଲଙ୍କାକୁ ବେସନ ଘୋଳରେ ବୁଡାଇ ଗରମ ତେଲରେ ଛାଣନ୍ତୁ।
  5. ମଧ୍ୟମ ଆଞ୍ଚରେ ହାଲକା ଭାବେ ଫ୍ରାଏ କରନ୍ତୁ ଏବଂ ଏହା ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ତେଲରେ ଛାଣନ୍ତୁ।
  6. ଯେତେବେଳେ ଏହା ଗୋଲଡେନ ବ୍ରାଉନ ହୋଇଯିବ ସେତେବେଳେ ଏହାକୁ ପ୍ଲେଟକୁ ବାହାର କରିଦିଅନ୍ତୁ।
  7. ଏହାକୁ ଆପଣ ପୋଦିନା ଚଟଣୀ କିମ୍ବା ଟମାଟୋ ସସ୍ ସହ ଖାଇପାରିବେ।