Below header

ଆଜି ଘରେ ବନାନ୍ତୁ ଚିଜ୍‌ ବ୍ରେଡ୍‌ ରୋଲ, ସ୍ୱାଦରେ ଏକଦମ୍‌ ଜବରଦସ୍ତ

ଚଟପଟା ଏବଂ ମସାଲେଦାର ଖାଦ୍ୟ ଖାଇବାକୁ ସମସ୍ତର ମନ ହୋଇଥାଏ। ଏଥିପାଇଁ ଘରେ ଅନେକ ପ୍ରକାର ଡିସର ମଜା ଉଠାନ୍ତି ଲୋକେ। ତେବେ କଥା ଯେତେବେଳେ ପରିବାରର ସ୍ୱାସ୍ଥ୍ୟ ଉପରକୁ ଆସେ ସେତେବେଳେ ମହିଳା ସେହି ଖାଦ୍ୟକୁ ବିକଳ୍ପ ଭାବେ ବାଛନ୍ତି, ଯାହା ତାଙ୍କ ପରିବାର ପାଇଁ ବେଶ ଲାଭଦାୟକ ହେବ । ଏହାସହ ଯେପରି ଶୀଘ୍ର ବି ପ୍ରସ୍ତୁତ ହୋଇପାରୁଥିବ। ତେବେ ଏହାକୁ ନେଇ ଏକ ଏମିତି ରେସିପି ରହିଛି, ଯାହା ଶରୀର ପାଇଁ ଖୁବ ଉପକାରୀ ହେବା ସହ ଟେଷ୍ଟି ମଧ୍ୟ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ସିଝା ଆଉ ଚକଟା ହୋଇଥିବା ଆଳୁ – ୧ କପ୍‌
ପ୍ରୋସେସଡ୍‌ ଚିଜ୍‌ – ୨/୩ କପ୍‌ (କଦ୍ଦୁକସ୍‌ ହୋଇଥିବା)
ବ୍ରେଡ୍‌ ସ୍ଲାଇସ୍‌ – ୧୫ଟି
ପନୀର – ୨/୩ କପ୍‌ (କଦ୍ଦୁକସ୍‌ ହୋଇଥିବା)
ବଟର – ୨/୩ ବଡ ଚାମଚ୍‌
ଲୁଣ – ସ୍ୱାଦାନୁସାରେ
ଚିଲ୍ଲୀ ଫ୍ଲେକ୍ସ – ଆବଶ୍ୟକ ଅନୁସାରେ
ମୋଜେରେଲ ଚିଜ୍‌ – ୨/୩ କପ୍‌ (କଦ୍ଦୁକସ୍‌ ହୋଇଥିବା)
ରସୁଣ ପେଷ୍ଟ – ୨ ଛୋଟ ଚାମଚ୍‌
ଜୁଆଣୀ – ଆବଶ୍ୟକ ଅନୁସାରେ
ତେଳ – ଆବଶ୍ୟକ ଅନୁସାରେ (ଛାଣିବା ପାଇଁ)

ପ୍ରସ୍ତୁତି ପ୍ରଣାଳୀ

  • ପ୍ୟାନରେ ବଟର ପକାଇ ରସୁଣକୁ ଭାଜି ଦିଅନ୍ତୁ।
  • ଏବେ ସେଥିରେ ଚକଟି ରଖିଥିବା ଆଳୁ ପକାଇ ୧୦ ମିନିଟ୍‌ ପର୍ଯ୍ୟନ୍ତ ମିଡିୟମ୍‌ ଫ୍ଲେମରେ ଫ୍ରାଏ କରନ୍ତୁ।
  • ମିଶ୍ରଣ ସାମାନ୍ୟ ଥଣ୍ଡା ହେବା ପରେ ଏହାକୁ ପାତ୍ରରେ ବାହାର କରିଦିଅନ୍ତୁ।
  • ଏବେ ଏଥିରେ ପନୀର, ପ୍ରୋସେସଡ୍‌ ଚିଜ୍‌, ଚିଲ୍ଲୀ ଫ୍ଲେକ୍ସ, ମୋଜେରେଲା ଚିଜ୍‌, ଅରିଗାନୋ ଏବଂ ଲୁଣ ପକାଇ ମିଶାଇ ଦିଅନ୍ତୁ।
  • ଏବେ ବ୍ରେଡ ସ୍ଲାଇସକୁ ପାଣିରେ ବୁଡାଇ ତୁରନ୍ତ ବାହାର କରି ଚିପୁଡି ଦିଅନ୍ତୁ।
  • ଏବେ ଏଥିରେ ଆଳୁର ମିଶ୍ରଣକୁ ଭରି ରୋଲ ବନାଇ ଦିଅନ୍ତୁ।
  • ଏହିପରି ଭାବେ ସମସ୍ତ ବ୍ରେଡ ରୋଲ ପ୍ରସ୍ତୁତ କରନ୍ତୁ।
  • ପ୍ୟାନରେ ତେଲ ଗରମ କରି ଏଥିରେ ଗୋଟେ ଗୋଟେ କରି ବ୍ରେଡ୍‌ ରୋଲ୍ସ ପକାନ୍ତୁ ଏବଂ କୁରକୁରା ହେବା ଯାଏଁ ଛାଣନ୍ତୁ।
  • ଏବେ ଏହାକୁ ଆପଣ ଟିସୁ ପେପର କିମ୍ବା ଅବଜର୍ବ ପେପରରେ ରଖି ଏକ୍ସଟ୍ରା ଅଏଲ ବାହାର କରିଦିଅନ୍ତୁ।
  • ଏହାକୁ ସର୍ଭିଂ ପ୍ଲେଟକୁ ବାହାର କରି ଟମାଟୋ ସସ୍‌ କିମ୍ବା ଧନିଆ ଚଟଣୀ ସହିତ ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.