Below header

ଛାଡଖାଇକୁ କରନ୍ତୁ ସ୍ପେଶାଲ, ଡିନରରେ ବନାନ୍ତୁ ଛେଚା ମସଲା ମଟନ୍‌ ଝୋଳ

ଆଜି ଛାଡଖାଇ ପୁଣି ତାସାଙ୍ଗକୁ ବୁଧବାର। ସେଥିପାଇଁ ଆଜି ଆମିଷ ଲଭରଙ୍କ ଡବଲ ମଜା। ଆପଣ ତ ମାଛ ଚିକେନ୍‌ ବନାଇ ଖାଇଥିବେ, ଯଦି ମଟନ୍‌ ବନାଇ ନାହାଁନ୍ତି ତାହେଲେ ଆମେ ଆପଣଙ୍କ ପାଇଁ ଆଣିଛୁ ଏକଦମ୍‌ ନୂଆ ରେସିପି। କଣ ଆପଣ କେତେ ଛେଚା ମସଲା ମଟନ୍‌ କରୀ ଖାଇଛନ୍ତି। ଯଦି ନା, ତାହେଲେ ଆଜି ଶିଖନ୍ତୁ ଆଉ ବନାନ୍ତୁ ଛେଚା ମସଲା ଖାସି ମାଂସ ଝୋଳ। ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ମଟନ୍‌, କଟା ପିଆଜ,ଧନିଆ ଗୁଣ୍ଡ,ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ,ଗୋଟା ମସଲା (ଶୁଖିଲା ଲଙ୍କା, ଗୁଜୁରାତି, ଡାଲଚିନି ) ଅଦା, ରସୁଣ, କଞ୍ଚାଲଙ୍କା, ଧନିଆ ପତ୍ର, କଟା ଟମାଟୋ, ରିଫାଇନ୍ ତେଲ ଓ ସ୍ୱାଦଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଅଦା,ରସୁଣ,କଞ୍ଚାଲଙ୍କା,ଧନିଆ ପତ୍ରକୁ ଭଲ ଭାବେ ଛେଚି ରଖନ୍ତୁ । ଖାସି ମାଂସରେ ହଳଦୀ ଗୁଣ୍ଡ ଓ ରିଫାଇନ ତେଲ ପକାଇ ଭଲ ଭାବେ ମ୍ୟାରିନେଟ୍ କରନ୍ତୁ । ଏହାପରେ କଡେଇ ବସାଇ ତେଲ ଗରମ କରନ୍ତୁ । ତେଲ ଗରମ ହୋଇଗଲା ପରେ କଡେଇରେ ମ୍ୟାରିନେଟ୍ ମାଂସକୁ ପକେଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ମ୍ୟାରିନେଟ୍ ମାଂସ ଓ ମସଲାକୁ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଘୋଡ଼ାଇ ରଖନ୍ତୁ ।

କିଛି ସମୟ ପରେ ଘୋଡଣୀ ବାହାର କରି କଟା ପିଆଜ,ସ୍ୱାଦନୁସାରେ ଲୁଣ,ଧନିଆ ଗୁଣ୍ଡ, ଗୋଟା ମସଲା,ଶୁଖିଲା ଲଙ୍କା,ଗୁଜୁରାତି,ଡାଲଚିନି ଓ କଟା ଟମାଟୋ ପକେଇ ଗାଳାଇ ଦିଅନ୍ତୁ । କିଛି ସମୟ ପରେ ମାଂସରେ ଛେଚା ମସଲା ଓ ଲଙ୍କା ଗୁଣ୍ଡ ପକାଇ ଢ଼ାଙ୍କୁଣି ଦେଇଦିଅନ୍ତୁ। ଏହାପରେ ଏହାକୁ ୪୦ରୁ ୪୫ ମିନିଟ ପର୍ଯ୍ୟନ୍ତ ମାଂସ ସିଝିବା ପାଇଁ ଛାଡି ଦିଅନ୍ତୁ । ଏହାପରେ ଚୁଲିକୁ ବନ୍ଦ କରି ଦିଅନ୍ତୁ । ଏହାକୁ ଏକ ପ୍ଲେଟକୁ କାଢି କଟା ଧନିଆ ପତ୍ର ପକାଇ ସଜେଇ ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ଛେଚା ମସଲା ଖାସି ମାଂସ’ । ଏହି ରେସିପିକୁ ଆପଣ ଡିନରରେ ଗରମ ଗରମ ଭାତ କିମ୍ବା ରୁଟି ସହିତ ଖାଇ ସ୍ୱାଦର ଦିଗୁଣା ମଜା ନେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.