ଆଜି ସାବିତ୍ରୀ ବ୍ରତରେ ପୂଜା ସାରି ପିଅନ୍ତୁ ଟେଷ୍ଟୀ ଲସି, ପେଟକୁ କରିଦେବ ଏକଦମ୍ ଥଣ୍ଡା

କେସର ଲସି
- ଆବଶ୍ୟକ ସାମଗ୍ରୀ
- ୧ କପ୍ ଦହି
- ୧/୪ କପ୍ କେସର ପାଣି
- ୨ ଚାମଚ ଚିନି
- ଚିମୁଟାଏ ଅଳେଇଚ ପାଉଡର
ପ୍ରସ୍ତୁତି ପ୍ରଣାଳୀ
- ସର୍ବପ୍ରଥମେ ଆପଣ ଉଷୁମ ପାଣିରେ କେସରକୁ ମିଶାଇ କିଛି ସମୟ ପର୍ଯ୍ୟନ୍ତ ରଖିଦିଅନ୍ତୁ।
- ଏହିଭଳି ଭାବେ କେସର ପାଣି ପ୍ରସ୍ତୁତ କରନ୍ତୁ।
- ଏହାପରେ ଏକ ମିକ୍ସିଙ୍ଗ୍ ଜାରରେ ଦହି, ଅଳେଇଚ ପାଉଡର ଏବଂ ଚିନି ପକାନ୍ତୁ।
- ଆପଣ ଏହାକୁ ହାତରେ ମଧ୍ୟ କୁଟି ପକାଇ ପାରିବେ କିମ୍ବା ବ୍ଲେଣ୍ଡରର ବି ବ୍ୟବହାର କରିପାରିବେ।
- ଯଦି ଆପଣ ବ୍ଳେଣ୍ଡରର ବ୍ୟବହାର କରୁଛନ୍ତି ତାହେଲେ ଏହା ଏକ ବଢ଼ିଆ ମିଶ୍ରଣ ଦେବ। ଆଉ ଆପଣ ଏହାକୁ ସହଜରେ ପିଇ ପାରିବେ।
- ସମସ୍ତ ଜିନିଷକୁ ମିଶାଇଲା ପରେ ଏଥିରେ କେସର ପାଣି ଆଡ୍ କରନ୍ତୁ ଏବଂ ତାପରେ ପୁଣିଥରେ ମିକ୍ସ କରନ୍ତୁ।
- ଏବେ ଏହାକୁ ଗୋଟେ ଗ୍ଲାସରେ ସର୍ଭ କରନ୍ତୁ।
ରୋଜ ଲସି
- ଆବଶ୍ୟକ ସାମଗ୍ରୀ
- ୧ କପ୍ ଦହି
- ୨ ବଡ ଚାମଚ ରୋଜ ସିରପ
- ୧ ଚାମଚ ପାଉଡର ଚିନି
- ଅଧା କପ୍ ଥଣ୍ଡା ପାଣି
- ଗୋଲାପ ପାଖୁଡା
ପ୍ରସ୍ତୁତି ପ୍ରଣାଳୀ
- ବ୍ଲେଣ୍ଡରରେ ସବୁ ସାମଗ୍ରୀକୁ ମିଶାଇ ଗ୍ରାଇଣ୍ଡ କରିଦିଅନ୍ତୁ। ଏବେ ଏହାକୁ ରେଫ୍ରିଜରେଟ କରନ୍ତୁ।
- ସର୍ଭ କରିବା ପୂର୍ବରୁ ଗୋଲାପ ପାଖୁଡାକଚ ସଜାନ୍ତୁ ଏବଂ ଥଣ୍ଡା ଥଣ୍ଡା ପରଷନ୍ତୁ।