ବଡବାପାଙ୍କ ଶବ ସତ୍କାରରେ ସାମିଲ ନ ହେବାରୁ ସାନଭାଇ ଏବଂ ଭାଇ ବୋହୂକୁ ଟାଙ୍ଗିଆରେ ଆକ୍ରମଣ କଲା ବଡ ଭାଇ

ଆନନ୍ଦପୁର (କେନ୍ୟୁଜ): ବଡବାପାଙ୍କ ଶବ ସତ୍କାରରେ ସାମିଲ ନ ହେବାରୁ ସାନଭାଇ ଏବଂ ଭାଇ ବୋହୁଙ୍କୁ ଟାଙ୍ଗିଆରେ ଆକ୍ରମଣ। ଗୁରୁତର ଅବସ୍ଥାରେ ମେଡିକାଲ ଭର୍ତ୍ତି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା କେନ୍ଦୁଆ ଗ୍ରାମରେ । ଗ୍ରାମର ଅମର ପାତ୍ରଙ୍କ ବଡବାପା ଗତକାଲି ମୃତ୍ୟୁବରଣ କରିଥିଲେ । ବଡବାପାଙ୍କ ଶବ ସତ୍କାର ସମୟରେ ଅମର ଯୋଗ ଦେଇ ନଥିଲେ ଏହି କାରଣକୁ କେନ୍ଦ୍ରକରି ଗତକାଲି ଅମରଙ୍କୁ ବଡ ଦୁଇଭାଇ ଧମକାଇଥିବାବେଳେ ଆଜି ଠେଙ୍ଗା ଓ ଲୁହାରଡ ଧରି ଆକ୍ରମଣ କରିଥିଲେ ।

ଏହି ସମୟରେ ସ୍ତ୍ରୀ ଛଡାଇବାରୁ ସେ ମଧ୍ୟ ଆକ୍ରମଣ ର ଶିକାର ହୋଇଛନ୍ତିି । ସ୍ଥାନୀୟ ଲୋକେ ଅମର ଏବଂ ତାଙ୍କ ପତ୍ନୀ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.