ସାତବର୍ଷର ଶିଶୁ କନ୍ୟାକୁ ମାଡ଼, ଏହାକୁ ନେଇ ଥାନାରେ ଅଭିଯୋଗ

ବଲାଙ୍ଗିର (କେନ୍ୟୁଜ୍) : ସାତବର୍ଷର ଶିଶୁ କନ୍ୟାକୁ ମାଡ଼। ଏହାକୁ ନେଇ ଥାନାରେ ଅଭିଯୋଗ ହୋଇଛି । ତେବେ ଶିଶୁଟିକୁ ମାରିଲା କିଏ ଓ କିଏ ଯାଇ ଥାନାରେ ଏତଲା ଦେଇଛନ୍ତି, ଏକଥା ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । କାରଣ ଅଭିଯୋଗ ହୋଇଛି ଶିଶୁର ମାଆ ବାପାଙ୍କ ବିରୁଦ୍ଧରେ ।
ଏହି ଘଟଣା ଘଟିଛି ଵଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ । ଶିଶୁକୁ ଶିଶୁ ସୁରକ୍ଷା କମିଟି ପିଲାଟିକୁ ଉଦ୍ଧାର କରି ପ୍ରଥମରେ କଣ୍ଟାବାଞ୍ଜି ଓ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରିଛି। ପିଲାଟିର ବାପା ମା’ଙ୍କ ବିରୋଧରେ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି । କିପରି ନିଜ ଛୁଆକୁ ମାଆ ଓ ବାପା ଏପରି ନିର୍ଘାତ ମାଡ଼ ମାରିଲେ ଏନେଇ ତଦନ୍ତ ଜାରି ରହିଛି ।