ପୁରୁଷମାନେ ଚମକଦାର ତ୍ୱଚା ପାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଜବରଦସ୍ତ ଉପାୟ
ପୁରୁଷଙ୍କ ତ୍ୱଚା ମହିଳା ମାନଙ୍କ ଠାରୁ ଅଲଗା ହେବା କାରଣରୁ ତାଙ୍କ ତ୍ୱଚାର ଉଜ୍ୱଳତାର ଉପାୟ ମଧ୍ୟ କିଛି ଅଲଗା ହୋଇଥାଏ। ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ ଜଣାଇବୁ ଯାହା ସାହାଯ୍ୟରେ ପୁରୁଷ ମାନେ ମଧ୍ୟ ନିଜ ତ୍ୱଚାକୁ ଚମକାଇ ପାରିବେ। ଏହାସହିତ ଟ୍ୟାନିଂ ସମସ୍ୟା ଥିଲେ ତାହା ମଧ୍ୟ ଦୂରେଇ ଯିବ।

ସାଧାରଣତଃ ସୁନ୍ଦରତା କଥା ଉଠିଲେ ପ୍ରଥମେ ଝିଅମାନଙ୍କ କଥା ସାମ୍ନାକୁ ଆସେ। କିନ୍ତୁ ଏଥିରେ ପୁରୁଷ ମାନଙ୍କର ମଧ୍ୟ ଅଧିକାର ରହିଛି। ପୁରୁଷଙ୍କ ତ୍ୱଚା ମହିଳା ମାନଙ୍କ ଠାରୁ ଅଲଗା ହେବା କାରଣରୁ ତାଙ୍କ ତ୍ୱଚାର ଉଜ୍ୱଳତାର ଉପାୟ ମଧ୍ୟ କିଛି ଅଲଗା ହୋଇଥାଏ। ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ ଜଣାଇବୁ ଯାହା ସାହାଯ୍ୟରେ ପୁରୁଷ ମାନେ ମଧ୍ୟ ନିଜ ତ୍ୱଚାକୁ ଚମକାଇ ପାରିବେ। ଏହାସହିତ ଟ୍ୟାନିଂ ସମସ୍ୟା ଥିଲେ ତାହା ମଧ୍ୟ ଦୂରେଇ ଯିବ।
ଦହି
ଦହିର ସେବନରେ ତ୍ୱଚାର ଛିଦ୍ରରେ ଶକ୍ତି ଆସିଥାଏ। ଦହିଳ ଟମାଟୋ ଏବଂ କାକୁଡିକୁ ପେଷ୍ଟ କରି ଦିଅନ୍ତୁ ଏବଂ ଏହି ପେଷ୍ଟରେ ଅଧା କପ୍ ଅଟା ମିଶାଇ ଫେଣ୍ଟି ଦିଅନ୍ତୁ। ଏହି ଲେପକୁ ତ୍ୱଚା ଉପରେ ଲଗାନ୍ତୁ ଏବଂ ୩୦-୪୫ ମିନିଟ୍ ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ।
ଲେମ୍ବୁ ରସ
ଲେମ୍ବୁକୁ ସବୁବେଳେ ଏକ ଭଲ ବ୍ଲିଚ୍ ବୋଲି କୁହାଯାଏ। ଏକ ଲେମ୍ବୁ ନିଅନ୍ତୁ ଏବଂ ତାହାର ରସକୁ ଚିପୁଡି ତାହାକୁ ତ୍ୱଚାରେ ଲଗାନ୍ତୁ। ଏହାଦ୍ୱାରା ଟ୍ୟାନିଂ ସମସ୍ୟା ଦୂର ହୋଇଯିବ। ଏହାକୁ ଲଗାଇଲେ ସ୍କିନ ଡ୍ରାଏ ହୋଇନଥାଏ ଏବଂ କଳାପଣ ମଧ୍ୟ ଦୂର ହୋଇଯାଇଥାଏ। ଏହାକୁ ସପ୍ତାହରେ ଦୁଇ ରୁ ତିନି ଥର ଲଗାଇବା ଉଚିତ।
ଆଳୁ
ଯଦି ତ୍ୱଚାରେ ବହୁତ ଅଧିକ ଟ୍ୟାନିଂ ହୋଇଯାଇଛି ତେବେ ରାତିରେ ଶୋଇବା ପୂର୍ବରୁ ଆଳୁକୁ ପତଳା କରି କାଟି ତାହାକୁ ତ୍ୱଚା ଉପରେ ରଖିଦିଅନ୍ତୁ। ଏହାକୁ ଅଧ ଘଣ୍ଟା ପଯ୍ୟର୍ନ୍ତ ରଖନ୍ତୁ ଏବଂ ଆଳୁ କଳା ପଡିଗଲେ ତାକୁ ବାହାର କରିଦିଅନ୍ତୁ।