Below header

ଆଜି ସନ୍ଧ୍ୟାରେ ଜରୁରୀ ବୈଠକ ଡାକିଲା କଂଗ୍ରେସ, ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶର ହୋଇପାରେ ସମୀକ୍ଷା

ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ସଂଧ୍ୟା ୫ଟାରେ ବୈଠକ ବସିବ । ଏଥିପାଇଁ ଷ୍ଟିୟରିଂ କମିଟି ସଦସ୍ୟ, ପିସିସି ସଭାପତି, CLP ନେତାଙ୍କୁ ଡାକରା ହୋଇଛି। ଏହି ବୈଠକର ଅଧ୍ୟକ୍ଷତା ଦଳର ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ କରିବେ।

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ପରେ କଂଗ୍ରେସ ଡାକିଲା ଜରୁରୀ ବୈଠକ । ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ସଂଧ୍ୟା ୫ଟାରେ ବୈଠକ ବସିବ । ଏଥିପାଇଁ ଷ୍ଟିୟରିଂ କମିଟି ସଦସ୍ୟ, ପିସିସି ସଭାପତି, CLP ନେତାଙ୍କୁ ଡାକରା ହୋଇଛି। ଏହି ବୈଠକର ଅଧ୍ୟକ୍ଷତା ଦଳର ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ କରିବେ। ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶର ସମୀକ୍ଷା ହୋଇପାରେ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ ଦୁଇ ବର୍ଷ ଜେଲ୍‌ ଦଣ୍ଡାଦେଶ ଏବଂ ଜାମିନ ପରେ ଏବେ ଚର୍ଚ୍ଚା ତାଙ୍କର ସାଂସଦ ପଦ ରହିବ କି ନାହିଁ ତାହା ଜଣାପଡିବ । ଜନପ୍ରତିନିଧି ଆଇନ ୧୯୫୧ ଧାରା ୮ (୩) ଅନୁଯାୟୀ ଯଦି ଜଣେ ସାଂସଦ ବା ବିଧାୟକଙ୍କୁ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ କରାଯାଏ ଏବଂ ତାଙ୍କୁ ୨ ବର୍ଷ କିମ୍ବା ତାଠାରୁ ଅଧିକ ଦଣ୍ଡାଦେଶ ହୁଏ ତେବେ ସେ ସଦସ୍ୟ ପଦ ହରାଇବେ । ଏଥି ସହ ଜେଲ୍‌୍‌ରୁ ମୁକୁଳିବାର ୬ ବର୍ଷ ପର୍ଯ୍ୟନ୍ତ କୌଣସି ନିର୍ବାଚନ ଲଢ଼ି ପାରିବେ ନାହିଁ । ଆଉ ଯଦି ସେ ଉପର କୋର୍ଟରୁ ଦଣ୍ଡାଦେଶ ବିରୋଧରେ ରହିତାଦେଶ ଆଣନ୍ତି ତେବେ ସଦସ୍ୟତା ବଜାୟ ରହିବ। ପୂର୍ବ ପ୍ରଚଳିତ ବ୍ୟବସ୍ଥା ଅନୁସାରେ ୧୯୫୧ ଧାରା ୮ (୪)ରେ ଦୋଷୀ ସାଂସଦ କିମ୍ବା ବିଧାୟକଙ୍କୁ ୩ ମାସ ସମୟ ଦିଆଯିବ । ଯଦି ସେ ହାଇକୋର୍ଟ କିମ୍ବା ସୁପ୍ରିମ କୋର୍ଟରେ ଆବେଦନ କରନ୍ତି ତେବେ ଶୁଣାଣି ଶେଷ ଯାଏ ତାଙ୍କର ସଦସ୍ୟ ପଦବଜାୟ ରହିବ । ଯଦି ସେ ଏହି ୩ ମାସ ମଧ୍ୟରେ ଆବେଦନ ନକରନ୍ତି ତାହାହେଲେ ତାଙ୍କର ସଦସ୍ୟ ପଦ ଚାଲିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.