ଯଦି ବାରମ୍ବାର ହେଉଥାଏ ପରିସ୍ରା ସଂକ୍ରମଣ, ଏ ହେଉଛି ଆପଣଙ୍କ ସମସ୍ୟାର ଅସଲ କାରଣ

ପରିସ୍ରା ସଂକ୍ରମଣ ବା ୟୁରିନ ଇନଫେକ୍ସନ ଯଦି ବାରମ୍ବାର ଆପଣଙ୍କୁ କଷ୍ଟ ଦେଉଛି ତେବେ କେବାଳ ସଫା ସୁତର ନୁହେ ଏହାର କାରଣ ଅନ୍ୟ କିଛି ହୋଇପାରେ | ଏହା ମାନସିକ ସମସ୍ୟା ସହ ଜଡିତ ହୋଇପାରେ | ଏହା ବହୁ ଗବେଷଣାରୁ ଜଣାପଡିଛି ଯେ ଯେଉଁ ବ୍ୟକ୍ତି ମାନସିକ ଅବସାଦ ଓ ଉତ୍କଣ୍ଠା ଭଳି ରୋଗରେ ପୀଡିତ, ସେମାନଙ୍କୁ ବ୍ଲାଡର ବା ପରିସ୍ରା ନଳୀ ସମ୍ପର୍କିତ ରୋଗ ଯଥା ବାର ବାର ପରିସ୍ରା ଲାଗିବା ଓ ପରିସ୍ରା ସଂକ୍ରମଣ ବା ୟୁରିନ ଇନଫେକ୍ସନ ହୋଇଥାଏ |

ଏହି ତଥ୍ୟ ଏକ ବା ଦୁଇ ନୁହେ 26 ଟି ଗବେଷଣାରୁ ଜଣାପଡିଛି ଯେ ଓଭର ଆକ୍ଟିଭ ବ୍ଲାଡର ସହ ଡିପ୍ରେସନ ଜଡିତ ରହିଛି | ଯେଉଁ କାରଣରୁ ମାନସିକ ସମସ୍ୟା ସହ ପରିସ୍ରା ସଂକ୍ରମଣ ବା ୟୁରିନ ଇନଫେକ୍ସନ ଜଡିତ ରହିଛି |

ଏଥିରୁ ରକ୍ଷା ପାଇବାର ତରିକା –

ଯଦି ଆପଣଙ୍କ ବାରମ୍ବାର ପରିସ୍ରା ସଂକ୍ରମଣ ବା ୟୁରିନ ଇନଫେକ୍ସନ ହେଉଛି ଓ ମେଡ଼ିସିନ ନେବା ପରେ ଭଲ ହେଉଛି ଓ ପୁଣି ଆସୁଛି ତେବେ ଆପଣ ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଜରୁରୀ | କାରଣ ପରିସ୍ରା ସଂକ୍ରମଣ ବା ୟୁରିନ ଇନଫେକ୍ସନ ମଧ୍ୟ ଚିନ୍ତାର କାରଣ ହୋଇପାରେ | ଏହି କଥା ଆପଣଙ୍କ ଡାକ୍ତରଙ୍କୁ ଜରୁର କହିବା କଥା |

1. ଆପଣ ଅଧିକ ପାଣି ପିଅନ୍ତୁ ଓ ସମ୍ଭବତଃ କଫି ଠାରୁ ଦୂରରେ ରୁହନ୍ତୁ |

2. ଅବସାଦ କମ କରିବା ସହ ମାନସିକ ସ୍ୱାସ୍ଥ୍ୟ ବଢାଇବା ପାଇଁ ଡ୍ରାଏ ଫ୍ରୁଟସ ଅଧିକ ଖାଆନ୍ତୁ |

3. ଡାକ୍ତରଙ୍କ ପରାମର୍ଶରେ ଆଣ୍ଟିବାୟୋଟିକ ମେଡ଼ିସିନ ଖାଆନ୍ତୁ |

4. ଏକାନ୍ତରେ ସମୟ ବିତାଇବା ଓ ଧ୍ୟାନ କରିବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ମଜବୁତ ହୋଇଥାଏ | ତେଣୁ ମେଡ଼ିଟେସନ କରନ୍ତୁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.