ବାପାଙ୍କୁ ମନେ ପକାଇ ପ୍ରତିଦିନ ରାତିରେ କାନ୍ଦନ୍ତି ରଣବୀର, ନୀତୁ କହିଲେ ମନର କଥା

ବଲିଉଡର ଦିବଂଗତ ଅଭିନେତା ଋଷି କପୁର ଗତ ଦୁଇବର୍ଷ ହେଲାଣି ଆମକୁ ଛାଡିଚାଲିଗଲେଣି। କିନ୍ତୁ ତାଙ୍କ ସ୍ମୃତି, ଫିଲ୍ମ ଏବଂ ହସହସ ମୁହଁ ଆଜି ବି ଆଖି ଆଗରେ ନାଚିଉଠୁଛି। ଗତକାଲି ଋଷି କପୁରଙ୍କ ଶ୍ରାଦ୍ଧବାର୍ଷିକୀ ହୋଇଥିଲା। ଏହି ଅବସରରେ ତାଙ୍କ ଫ୍ୟାନ୍ସ ଏବଂ ପରିଜନଙ୍କ ମନର ସ୍ମୃତି ମନେ ପଡିଥିଲା। ଏହି ଅବସରରେ ନୀତୁ କପୁର ଭାବୁକ ହୋଇଥିଲେ। ନିତୁ କହିଥିଲେ, ପ୍ରତିଦିନ ଏବଂ ପ୍ରତି ମୁହୂର୍ତ୍ତରେ ଋଷିଙ୍କୁ ମିସ୍‌ କରୁଛୁ।

ନୀତୁ କହିଛନ୍ତି, ଋଷି କପୁରଙ୍କ ମୃତ୍ୟୁ ପରର ୬ ମାସ ଆମ ପାଇଁ ବଞ୍ଚିବା କଷ୍ଟକର ହୋଇପଡିଥିଲା। ପ୍ରତିଦିନ ବହୁତ କାନ୍ଦୁଥିଲୁ। କିନ୍ତୁ ଜୀବନ ବଞ୍ଚିବାକୁ ନିଶ୍ଚିତ ପଡିବ। କେବଳ ନୀତୁ ନୁହେଁ, ରଣବୀର ମଧ୍ୟ ବାପା ଋଷିଙ୍କୁ ବହୁତ ମିସ୍‌ କରନ୍ତି। ରଣବୀର ପ୍ରତି ରାତିରେ ବାପାଙ୍କୁ ମନେ ପକାଇ କାନ୍ଦନ୍ତି, କିନ୍ତୁ କାହାକୁ ଜାଣିବାକୁ ଦିଅନ୍ତି ନାହିଁ। ନିଜକୁ ମଜବୁତ ରଖନ୍ତି।

‘ଡ୍ୟାନ୍ସ ଦିଓ୍ଵାନେ ଜୁନିଅରର୍ସ’ରେ ଜଜ୍‌ ଭାବେ ନଜର ଆସୁଛନ୍ତି ନୀତୁ। ଏହି ସେଟ୍‌ରେ ମଧ୍ୟ ନୀତୁ ଋଷିଙ୍କୁ ମନେ ପକାଇଥିଲେ। ସେହିପରି ଆଲିଆ ଏବଂ ରଣବୀରଙ୍କ ବାହାଘରରେ ମଧ୍ୟ ନୀତୁ କପୁର ସ୍ୱାମୀ ଋଷିଙ୍କୁ ବହୁତ ମିସ୍‌ କରିଥିଲେ।

ranbir
photo: Zee News

ସୂଚନାଯୋଗ୍ୟ, ନିକଟରେ ଆଲିଆ ଓ ରଣବୀରଙ୍କ ବିବାହରେ ମଧ୍ୟ ଋଷି କପୁରଙ୍କୁ ସମସ୍ତେ ମିସ୍‌ କରିଥିଲେ। କିଛି ଫ୍ୟାନ୍ସ ଫ୍ୟାମିଲ ଫଟୋରେ ଋଷି କପୁରଙ୍କୁ ଯୋଡି ଗିଫ୍ଟ ମଧ୍ୟ ଦେଇଥିଲେ। ଯାହାକୁ ଦେଖି କପୁର ପରିବାର ଖୁସି ମଧ୍ୟ ହୋଇଥିଲେ। ଦୁହିଁଙ୍କ ବିବାହର ଫଟୋ ଇଣ୍ଟରନେଟରେ ଭାଇରଲ ହେଉଛି। ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍‌ କରୁଥିଲେ ରଣବୀର ଏବଂ ଆଲିଆ। ରଣବୀର ବାହାଘରରେ ଆଲିଆଙ୍କୁ ଦେବା ପାଇଁ ବିଦେଶରୁ ଉପହାର ମଗାଇଥିଲେ। ବିବାହରେ ଜ୍ୱାଇଁ ରଣବୀରଙ୍କୁ ଆଲିଆଙ୍କ ମା’ ସୋନୀ ରାଜଦାନଙ୍କ ଦାମୀ ଉପହାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଆଲିଆଙ୍କ ମା’ ରଣବୀରଙ୍କୁ ୨.୫ କୋଟି ଟଙ୍କାର ଏକ ଘଣ୍ଟା ଉପହାର ଦେଇଛନ୍ତି। ରୀତିନୀତି ଅନୁଯାୟୀ ହୋଇଥିବା ବିବାହ ସରିବା ପରେ ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିଙ୍କୁ କାଶ୍ମୀର ଶାଲ୍‌ ରିଟର୍ଣ୍ଣ ଉପହାର ଭାବେ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.